ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ମହାପ୍ରଭୁଙ୍କ ଅଗାମୀ ଘୋଷଯାତ୍ରା ସଂକ୍ରାନ୍ତରେ ଦିନତମାମ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି l ମାଧ୍ୟାହ୍ନରେ ନିଳାଦ୍ରୀ ଭକ୍ତ ନିବାସ ଠାରେ ସୁନିୟନ୍ତ୍ରିତ ରଥଟଣା ସମ୍ପର୍କରେ ବୈଠକ ହୋଇଥିଲା l ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଙ୍କ ସମେତ ଜିଲ୍ଲା ତଥା ଶ୍ରୀମନ୍ଦିର ଅଧିକାରୀ, କର୍ମଚାରୀ, ବାଡଗ୍ରାହୀ, ରଥ ନିର୍ମାଣ ସେବକ ଙ୍କ ସହ ଅନ୍ୟ ବିଭାଗ ଯୋଗ ଦେଇଥିଲେ l

ରଥଶୋଧ ଏବଂ ରଥଟଣା ସୁନିୟନ୍ତ୍ରିତ ତଥା ଶୃଙ୍ଖଳିତ କରିବା ପାଇଁ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା l ରଥ ଶୋଧ ଦଳ, ନିର୍ଦେଶକ ଦଳ ଏବଂ ଅନ୍ୟ ସମ୍ପୃକ୍ତଙ୍କ ସହ ଟିକିନିଖି ଆଲୋଚନା କରାଯିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ l ସେହିପରି ଅପରାହ୍ନରେ ବାଡଗ୍ରହୀ ତଥା ଶ୍ରୀମନ୍ଦିରର ବରିଷ୍ଠ ସେବକ ମାନଙ୍କ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା l















