ଓଡିଶା ତାଜା ନ୍ୟୁଜ୍ (୫ ସେପ୍ଟେମ୍ବର ଶନିବାର) ନୟାଗଡ :- ସବୁ ବର୍ଷ ଭଳି ଚଳିତ ବର୍ଷ ଗୁରୁ ପୂଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି | ଏ ବର୍ଷ ରାଜ୍ୟ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଡ଼. ଅରୁଣ କୁମାର ସାହୁ ସମସ୍ତ ଉପସ୍ଥିତ ପ୍ରାୟ ୫ ସହରୁ ଉର୍ଧ୍ଵ ମହାମାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ସମେତ ଅବସରପ୍ରାପ୍ତ ଗୁରୁ ମାନଙ୍କ ଆଶିଷ ଭିକ୍ଷା କରଥିଲେ | ଏପରିକି ଗୁରୁମାନେ ସର୍ଵମନ୍ୟ ଆଉ ସେମାନଙ୍କର ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ ଭୂମିକା ରହିଥିବା କଥା ନିଜ ବକ୍ତବ୍ୟରେ ରଖି ଥିଲେ | ସେଥିପାଇଁ ଗୁରୁ, ଗୁରୁମା ମାନଙ୍କୁ ବାରମ୍ବାର ପ୍ରଣାମ ଜଣାଉଛି ବୋଲି ମନ୍ତ୍ରୀ ଅରୁଣ ପ୍ରକାଶ କରିବା ସହ +2ପରୀକ୍ଷାରେ ନୟାଗଡ ପିଲାମାନଙ୍କ
କୃତି ପାଇଁ ସମସ୍ତ ଶିକ୍ଷକ ପରିବାରକୁ ଧନ୍ୟବାଦ ଦେଇଥିଲେ | ଏହି ସଭାରେ ପ୍ରାଧ୍ୟାପକ ଡ଼. ବିଜୟ ଚୌଧୁରୀ ସଭାପତିତ୍ୱ କରିଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଡ଼. ପୋମା ଟୁଡୁଙ୍କ ସମେତ ଡିଫଓ ଧନରାଜ ହନୁମନ୍ତଜୀ ଧନନ୍ଧିରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ | ପରିଶେଷରେ ନୟାଗଡ ତରଫରୁ ଗୁରୁ ପ୍ରସାଦ ଜେନା ଏବଂ ଓଡଗାଁ ପକ୍ଷରୁ ଲୋକନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ | ତେବେ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ କ୍ରମ କରୋନା ପରିପ୍ରେକ୍ଷୀରେ ଜୁମ ଆପରେ ଭରଚୁଆଲ ମିଟିଂ ମାଧ୍ୟମରେ କୋଭିଡ ଆଇନ ଅନୁଯାୟୀ ଅନୁଷ୍ଠିତ ହୋଇଥିଲା | (ରିପୋର୍ଟ ରାମ କୃଷ୍ଣ ରଥ)