
ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର 29.12.2019 :- ବ୍ରିଟିଶ ସରକାର ଅମଳରେ ଯେଉଁ ସାମ୍ବାଦିକମାନେ ସରକାର ବିରୋଧରେ ଲେଖୁଥିଲେ, ସେମାନଙ୍କୁ ଜେଲକୁ ପଠାଇ ଦିଆ ଯାଉଥିଲା । ସ୍ଵାଧୀନତା ପରେ ସେ ଚିତ୍ର ବଦଳିଯିବ ବୋଲି ଆମେ ଆଶା କରୁଥିଲୁ । ତେବେ ଗତ ସତୁରୀ ବର୍ଷ ଭିତରେ ଏମିତି ଅନେକ ଉଦାହରଣ ରହିଛି,ଯେଉଁଠି ନିଜର ଦାୟିତ୍ଵ ନିର୍ବାହ କରିବାକୁ ଯାଇ ସମ୍ବାଦିକମାନେ ଲାଞ୍ଛିତ ହୋଇଛନ୍ତି । ଅନେକ ସମୟରେ ସାମ୍ବାଦିକଙ୍କ ପ୍ରାଣହାନୀ ମଧ୍ୟ ଘଟିଛି ।୧୯୭୫ ମସିହାରେ ଯେତେବେଳେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଜରୁରୀ କାଳୀନ ପରିସ୍ଥିତି ଜାରି କରିଥିଲେ, ତା ବିରୋଧରେ ଲେଖିଥିବା ଅନେକ ସାମ୍ବାଦିକଙ୍କୁ ଜେଲରେ ଦିନ କାଟିବାକୁ ପଡିଥିଲା । ତେବେ ସରକାର ବିରୋଧରେ ଲେଖାଲେଖି କରି ଜେଲ ଭୋଗିଥିବା ସେ ସାମ୍ବାଦିକମାନେ ଥିଲେ ଆମ ପାଇଁ ମହାନାୟକ । ଆମେ କୁଲଦୀପ ନାୟାର କିମ୍ବା ପ୍ରଭାସ ଯୋଷିଙ୍କୁ ସାମ୍ବାଦିକତାର ମହାନାୟକ ବୋଲି କହିଆସିଛୁ କାରଣ ସେମାନେ ସରକାର ଓ ସତ୍ତା ବିରୋଧରେ ଲେଖିପାରିବାର ଅଦମ୍ୟ ସାହସ ପ୍ରଦର୍ଶନ କରିଥିଲେ ।

ଏସପ୍ଲାନେଡର ୨ କର୍ମଚାରୀ ସହିଦନଗର ପୁଲିସ ଦ୍ୱାରା ଗିରଫ
କାଲି ଶନିବାର ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ହୋଇଥିଲା ଆକ୍ରମଣ I ଆଇନ୍ ଓ ହାଇକୋର୍ଟ ଙ୍କ ନିୟମ କୁ ଖୁଲମଖୁଲା ଉଲ୍ଲଙ୍ଘନ କରି ବେଆଇନ୍ ପାର୍କିଂ ଫି ଆଦାୟ କରୁଥିବା ଭୁବନେଶ୍ବର ରସୁଲଗଡ଼ ରେ ଥିବା ନାମି ମଲ୍ ଏସପ୍ଲାନେଡ଼ ର ମହିଳା ସାମ୍ବାଦିକ ସ୍ଵାତି ଜେନା ଙ୍କୁ ଯେଭଳି ଭାବରେ ମାଡ ମାରିବା, ଦୁର୍ବ୍ୟବହାର କରିବା ଘଟିଗଲା ତାହା ସାରା ଦେଶରେ ଚର୍ଚ୍ଚା ଚାଲିଛି l ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ରାଜ୍ୟରେ ଥିବା ସ୍ମାର୍ଟ ସିଟି ରାଜଧାନୀରେ ଘରୋଇ ଡାକ୍ତରଖାନା ଓ ଘରୋଇ ସପିଂ ମଲ ସବୁ ସରକାରୀ କାର୍ଯ୍ୟାଳୟ ଓ ପୋଲିସ୍ ପ୍ରଶାସନ କୁ କିଣିକି ରଖିଛନ୍ତି l ଯାହାଦ୍ୱାରା ସେମାନେ ଆଇନ୍ ର ଉର୍ଦ୍ଧ ରେ ରହି ଏହି ସବୁ ଘୃଣ୍ୟ କାମ କରିବା ସହିତ ଆଇନ୍ କୁ ହାତକୁ ନେବାକୁ ପଛାଉ ନାହାଁନ୍ତି l ଯାହାଦ୍ବାରା ରାଜ୍ଯ ର ଜନସାଧାରଣ ଠିକ୍ ନ୍ୟାୟ ପାଇପାରିବେ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମ୍ବାଦପତ୍ର, ଖବର ପ୍ରସାରଣ ସଂସ୍ଥା ସରକାରୀ ଓ ବେସରକାରୀ ସ୍ତରରେ ଭଲ ମନ୍ଦ ସବୁକୁ ଲୋକଲୋଚନକୁ ଆଣିବା ଦିଗରେ କାର୍ଯ୍ୟ କରିଥାଏ, ଗଣମାଧ୍ୟମର ଏହା ଅଧିକାର ,ସରକାର ଯଦି ଏ ବିଷୟରେ ଜାଣି ଅଜଣା ହେବେ ଏବଂ ସମ୍ବିଧାନ ର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ଅଧିକାର କୁ ପ୍ରଭାବୀ, ଗୁଣ୍ଡା ମାନଙ୍କ ଦ୍ଵାରା ଦମନ କରିବା କୁ ପ୍ରୋତ୍ସାହନ ଦେବେ ଆଗାମୀ ଦିନରେ ଆହୁରି ବିସ୍ତୃତ ଭାବରେ ଲୋକମାନଙ୍କୁ ଏହି ଗଣମାଧ୍ୟମ ଭଲ ଭାବରେ ବୁଝାଇ ଦେବ ଯେ ଓଡିଶାର ଶାସନ କିଭଳି ଓ କେଉଁମାନେ କରୁଛନ୍ତି l

ସରକାରଙ୍କ 5T ଯଦି ପ୍ରକୃତରେ କାଯ୍ୟ କରୁଥିବା ତେବେ ଏହି ମାମଲାରେ ପୁଲିସ ପକ୍ଷରୁ କି ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା l ଆଗାମୀ ଦିନରେ ରାଜ୍ୟର ସମସ୍ତ ସାମ୍ବାଦିକ ଏକତ୍ରିତ ହୋଇ ସାମ୍ବାଦିକ ସୁରକ୍ଷା ଆଇନ୍ ପାଇଁ ଲଢ଼େଇ କରିବାକୁ ଆଗେଇ ଆସିବା ନଚେତ୍ ରାଜ୍ଯରେ ଅରାଜକତା ଦେଖାହେବ l ସରକାର ଓ ପୋଲିସ୍ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଦୋଷୀ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି ହେଉଛି l (ଓଡିଶା ତାଜା ନିଉଜ୍) ରିପୋର୍ଟ – ସୋନାଲି