No Result
View All Result
ପୁବଂଶ ଜଳସମ୍ପଦ ଯନ୍ତ୍ରୀ ନିଘୋଡ ନିଦ୍ରାରେ
ଦୁର୍ନୀତି ର ସୀମା ଟପୁଛି ଜଳସମ୍ପଦ ବିଭାଗ
ଡେରାବିଶ (ଓଡ଼ିଶା ତାଜା ନ୍ୟୁଜ୍) କେନ୍ଦ୍ରାପଡା ଜିଲ୍ଲା :- ଡେରାବିଶ କେନ୍ଦ୍ରାପଡା ଜିଲ୍ଲା ଜଳ ସମ୍ପଦ ବିଭାଗ ଅଧିନରେ ଥିବା ଅସୁରେଶ୍ୱର ପୁବଂଶ ଜଳ ସମ୍ପଦ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିନରେ ଏବେ ବିଭିନ୍ନ ସ୍ଥାନରେ କାଢ଼ା କାର୍ଯ୍ୟ ଠାରୁ ଆରମ୍ଭ କରି ନୂଆ ସରକାରଙ୍କ ନିର୍ଦେଶରେ ଚାଷୀ ମାନଙ୍କ ଜମିକୁ କିପରି ସୁବିଧାରେ ଜଳ ଯୋଗାଣ ହୋଇ ପାରିବ ସେଥି ନିମନ୍ତେ ବିଭିନ୍ନ ଶାଖା କେନାଲରେ କେନାଲ କଂକ୍ରିଟ କାର୍ଯ୍ୟ। ଆଗାମୀ ବର୍ଷା ରିତୁକୁ ଆଖି ଆଗରେ ରଖି ବନ୍ୟାରୁ ସ୍ଥାନୀୟ ଲୋକ ମାନଙ୍କୁ ସୁରକ୍ଷା ଦେବା ପାଇଁ ଲୁଣା ନଦୀ ଦୁଇ ପାର୍ଶ୍ଵ ଦୃବଳ ଥିବା ପଠାକୁ ପଥର ଦ୍ଵାରା ଆଛାଦିତ କରାଯାଉଥିବା ବେଳେ ପୁବଂଶ ସହକାରୀ ନିର୍ବାହୀ ଯନ୍ତ୍ରୀ ନବୀନ ପାଣିଗ୍ରାହୀ କାର୍ଯ୍ୟଳୟ ଅଧିନରେ ଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇ ଆସୂଥିବା ବେଳେ ଉକ୍ତ ଦୁର୍ନିତି ଆଭାସ ମାହାଙ୍ଗା ବିଧାୟକଙ୍କ କର୍ନଗତ ହେଲା ପରେ ମାନ୍ୟବର ବିଧାୟକ କାର୍ଯ୍ୟସ୍ଥଳ ପରିଦର୍ଶନରେ ଆସି ସହକାରୀ ନିର୍ବାହୀ ଯନ୍ତ୍ରୀ ନବୀନ ପାଣିଗ୍ରାହିଙ୍କୁ ସର୍ଵ ସମ୍ମୁଖରେ ତାଗିଦ୍ କରିଥିଲେ ।
କିନ୍ତୁ ରାଜ୍ୟ ସରକାରଙ୍କ ଜଣେ କର୍ତ୍ତବ୍ୟନିଷ୍ଟ ବିଧାୟକଙ୍କୁ ଖାତିର ନକରି ଏବେବି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ଠିକାଦାର ତାର ମନମାନିରେ ନିମ୍ନ ମାନର ସାମଗ୍ରିରେ କରୁଥିବା ବେଳେ ସହକାରି ନିର୍ବାହ ଯନ୍ତ୍ରୀ ବିକାଶ ନାମରେ ଲକ୍ଷ ଲକ୍ଷ ଟଙ୍କା ମୋଟା ଅଙ୍କର ପିସି ନେଇ ଏବେ ନିଘୋଡ଼ ନିଦରେ ଶୋଇଥିବା କଥା ଏବେ ବାରି ହେଉଛି । କାର୍ଯ୍ୟସ୍ଥଳରେ କେହି ବିଦ୍ଭାଗୀୟ ଅଧିକାରୀ ନ ଥିବାରୁ ମନମୁଖୀ କାର୍ଯ୍ୟକରୁଛି ଠିକା ଦାର ବୋଲି ଅଞ୍ଚଳବାସୀ ବଡ ବଡ ପଥର ଖଞ୍ଜାଯିବା ବଦଳରେ ଖଞ୍ଜା ଯାଇଛି ଛୋଟ ଛୋଟ ମେଟାଲ ପଥର । ଖଞ୍ଜା ଯାଇଥିବା ପଥର ସ୍ଥାୟୀତ୍ବକୁ ନେଇ ଉଠିଛି ପ୍ରଶ୍ନ।ନଦୀରେ ପାଣି ହେଲେ ପଥର ଗୁଡ଼ିକ ରହିବ ନାଁ ପାଣିରେ ଭାସିଯିବ ବୋଲି ପ୍ରଶ୍ନ କରିଛନ୍ତି ବିଭାଗୀୟ ଅଧିକାରୀମାନେ ମୋଟା ଅଙ୍କର ପିସି ନେଇ ଏସି ରୁମ ରେ ଶୋଉଥିବା ବେଳେ ସରକାର ଙ୍କ କୋଟି କୋଟି ଟଙ୍କା ଅଧିକାରୀ ହରିଲୁଟ କରୁଛନ୍ତି ଓ ସାଧାରଣରେ ଚର୍ଚାର ବିଷୟ ପାଲଟିଛି ।
ଯାହାର ଜ୍ୱଳନ୍ତ ଉଦାହରଣ ଲୁଣା ନଦୀ ବାମ ପାର୍ଶ୍ୱ ଖଲେସ୍ଵର ମହାଦେବ ମନ୍ଦିର ସନ୍ନିକଟରେ ନଦିପଠା ଅତି ଦୁର୍ବଳ ଥିବା ସ୍ଥଳେ ଜଳ ସମ୍ପଦ ବିଭାଗ ପକ୍ଷରୁ ଠିକାଦାର ଚୟନ କରାଯାଇ ପ୍ରାୟ ୮୦ଲକ୍ଷ ଟଙ୍କା ବ୍ୟୟ ବରାଦରେ ଉକ୍ତ ସ୍ଥାନରେ ପଥର ଦ୍ଵାରା ପ୍ୟକିଂ କାର୍ଯ୍ୟ ଚାଲୁଥିବା ଦେଖିବାକୁ ମିଳୁଛି । ଠିକାଦାର ଜଣଙ୍କ ତାର ମନମାନିରେ ପଥର ପ୍ୟକିଂ କାର୍ଯ୍ୟ କରିଚାଲିଚ୍ଛି । ଯେଉଁ ପଥର ପ୍ୟାକିଂ ଅଗାମୀ ବର୍ଷା ଋତୁରେ ଭୁଷୁଡି ପଡିବା ଥୟ ବୋଲି ସାଧାରଣରେ କୁହାଯାଉଛି । ତେବେ ଏଥିପ୍ରତି ଜଳ ସମ୍ପଦ ବିଭାଗ ମନ୍ତ୍ରୀ, ସଚିବ ମହୋଦୟ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଅଂଚଳ ବାସି ଓ କାମର ସଠିକ ତଦାରଖ ନ କରାଗଲେ ଅଂଚଳ ବାସି କାମ ବନ୍ଦ କରିବେ ବୋଲି ପ୍ରକାଶ କରିଛନ୍ତି ।

No Result
View All Result