No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ବିରିଡି ବ୍ଲକ ଅନ୍ତର୍ଗତ ହାଜି ପୁରସ୍ଥ ଧ୍ୟାନକୁଦ ପୀଠରେ ଥିବା ଶ୍ରୀ ଜଗନାଥ ମନ୍ଦିର ସେବାୟତ ମାନେ ରବିବାର ରାଜପ୍ରାସାଦ ବିଜେ କରିଥିଲେ l ଗତ ଦେବ ସ୍ନାନ୍ନ ପୂର୍ଣ୍ଣିମା ଦିନଠାରୁ ମହାପ୍ରଭୁ ଅଣସର ପିଣ୍ଡିରେ ବିଜେ କରିଥିଲେ l ତାଙ୍କର ଦେହ ଅସୁସ୍ଥତା ହେତୁ ବିଶ୍ୱାବସୁ ବିଭୁଦତ୍ତ ସାହୁ ଙ୍କ ତତ୍ୱlବଧାନରେ ଦୈତାପତି ସେବକ ମାନେ ମହାପ୍ରଭୁଙ୍କ ଆରୋଗ୍ୟ ପାଇଁ ଅଣସରସେବା କରିଥିଲେ l

ଫଳରେ ଏକାଦଶୀ ତିଥିରେ ମହାପ୍ରଭୁ ସେବକ ମାନଙ୍କ ସେବା ଦ୍ୱାରା ଆରୋଗ୍ୟ ଲାଭ କରିଥିଲେ l ଏହି ଖୁସି ଖବର ଧ୍ୟାନକୁଦ ପୀଠ ଜଗନ୍ନାଥ ମନ୍ଦିର ଠାକୁର ରାଜ ଙ୍କୁ ଜଣାଇବା ପାଇଁ ରବିବାର ଦ୍ୱାଦଶୀ ତିଥିରେ ବିଶ୍ୱାବସୁ ବିଭୁଦତ୍ତ ସାହୁଙ୍କ ନେତୃତ୍ୱରେ ସମସ୍ତ ସେବାୟତ ମାନେ ରାଜ ପ୍ରାସାଦ ବିଜେ କରିଥିଲେ ତାଙ୍କ ସହ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l ରାଜା ପ୍ରମୋଦ କୁମାର ନନ୍ଦୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଦିରସ୍ତ ବିଜୟ କୁମାର ମିଶ୍ର,

ବିଦ୍ୟାପତି ବିଷ୍ଣୁ ପ୍ରାସାଦ କର, ଶଙ୍କରା ଚାର୍ଯ୍ୟ ବାବା ଅରକ୍ଷିତ ଦାସ ମହାରାଜ, ଦେଉଳ କରଣ ରୁପେଶ କୁମାର କର, କୋଠ କରଣ ବାମଦେବ ସ୍ୱାଇଁ, ରାଜଗୁରୁ ତୀର୍ଥlନନ୍ଦ ଦାଶ, ପାଟରାଜା ପ୍ରଭାତ କୁମାର ନନ୍ଦୀ, ମନ୍ଦିର ର ଅନ୍ୟ ତମ ସେବକ ବରଦା ପ୍ରାସାଦ ମହାପାତ୍ର, ସମସ୍ତ ବାଡ଼ଗ୍ରାହୀ, ପୂଜାପଣ୍ଡା ସଚ୍ଚିଦାନନ୍ଦ ମିଶ୍ର, କମଳାକାନ୍ତ ମିଶ୍ର, ପ୍ରମୁଖ ସମସ୍ତ ଦଇତା ସେବକ ମାନେ ଉପସ୍ଥିତ ଥିଲେ ଶେଷରେ ହରିବୋଲ ଜୟ ଜଗନାଥ କୁହାଯାଇ ସଭା ସାଙ୍ଗ କରାଯାଇଥିଲା l

No Result
View All Result