No Result
View All Result
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟର ଅଗ୍ରଣୀ ସାମ୍ବାଦିକ ସଂଘ ଭାବେ ପରିଚିତ ‘ଓଡ଼ିଶା ପତ୍ରକାର ସଂଘ’ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ୨୦୨୫-୨୮ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ରବିବାର ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାର ସଭାପତି, ସମ୍ପାଦକ ଓ କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ଥିଲେ । ପ୍ରଥମେ ସଂଗଠନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହାପରେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ବିଶେଷକରି ଗ୍ରାମାଞ୍ଚଳ ସାମ୍ବାଦିକମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ସାମ୍ବାଦିକଙ୍କୁ ସୁରକ୍ଷା, ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି,
ବୃଦ୍ଧ ପିତାମାତାଙ୍କୁ ସ୍ୱାସ୍ଥ୍ୟବୀମାରେ ସାମିଲ୍ କରିବା, ପେନ୍ସନ୍ ପ୍ରଦାନ ପ୍ରମୁଖ ଦାବି ଉପରେ ଆଲୋଚନା କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହାପରେ ସଂଘର ତ୍ରୈବାର୍ଷିକ କର୍ମକର୍ତ୍ତା ଚୟନ କରାଯାଇଥିଲା । ନିର୍ବାଚନ ଅଧିକାରୀ ଭାବେ ଉମେଶ ରାୟ ନିର୍ବାଚନ ପରିଚାଳନା କରିଥିଲେ । ରାଜ୍ୟ ସଭାପତି ଭାବେ ଅବିନାଶ ମିଶ୍ର, ସାଧାରଣ ସମ୍ପାଦକ ଭାବେ ରାମଦାସ ଲିମାଙ୍କୁ ମନୋନୀତ କରାଯାଇଥିବା ବେଳେ ଉପସଭାପତି ଭାବେ ସୁରେଶ ଦାଶ, ହରପ୍ରସାଦ ଦାସ, ଯୁଗଳ ଶବର ଓ ଅଶୋକ ପାଇକରାୟଙ୍କୁ ଚୟନ କରାଯାଇଥିଲା ।
ସେହିପରି ସଂଗଠନ ସମ୍ପାଦକ ଭାବେ ବିଶ୍ୱରଞ୍ଜନ ମିଶ୍ର, ସମ୍ପାଦକ ଭାବେ ମନୋଜ ଦାସ, ମିତ୍ରଭାନୁ ପଲେଇ, ନଳିନୀ ପାଣି ଓ ରସାନନ୍ଦ ବେହେରାଙ୍କୁ ମନୋନୀତ କରାଯାଇଛି । କୋଷାଧ୍ୟକ୍ଷ ଭାବେ କିଶୋର ରଥଙ୍କୁ ଚୟନ କରାଯାଇଛି । ଏଥିସହିତ ୨୦ଜଣଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଶ୍ରୀ ଉମେଶ ରାୟ, ଶ୍ରୀ ସତ୍ୟବାଦୀ ନାୟକ, ଶ୍ରୀ ଶଙ୍କର ବେହେରା,ଶ୍ରୀ ବିଜୟ ପଟ୍ଟନାୟକ,ଶ୍ରୀ ଲକ୍ଷ୍ମୀନାରାୟଣ ସାହୁ,ସସ୍ମିତା ମଲ୍ଲିକ, ବିଷ୍ଣୁପ୍ରିୟା ମହାନ୍ତି, ଶ୍ରୀ ନୃସିଂହ ମହାପାତ୍ର,ଶ୍ରୀ ତୁଳସୀରାମ ଜଗତ, ଶ୍ରୀ ରଘୁନାଥ ଖାମ୍ବା, ଶ୍ରୀ ନିଗମାନନ୍ଦ ଦାସ, ଶ୍ରୀ ସୁସିଲ କୁମାର ଆଇଚ, ଶ୍ରୀ ରାକେଶ ଦାସ, ଶ୍ରୀ କିଶରାନନ୍ଦ ଜେନା, ଶ୍ରୀ ଅଭିମନ୍ୟୁ ମହାରଣା, ଶ୍ରୀ ଅଶ୍ବିନୀ ପତି, ଶ୍ରୀ ବାସୁଦେବ ରାଉଳ, ଶ୍ରୀ ବଂଶୀଧର ଦାସମନୋନୀତ କରାଯାଇଛି ।

No Result
View All Result