ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଏଆଇସିସି ମହିଳା କଂଗ୍ରେସ ଅଧ୍ୟକ୍ଷା ଦିପା ଦାସମୁନସୀ ଆବାହକତ୍ୱରେ ୪ ଦିନିଆ ଓଡିଶା ଗସ୍ତରେ ଆସିଥିବା ୫ ଜଣିଆ ତଥ୍ୟ ଅନୁଧ୍ୟାନ କାରୀ ଦଳର ନେତୃବୃନ୍ଦ ସାଂସଦ ରଞ୍ଜିତ ରଞ୍ଜନ, ସାଂସଦ ପ୍ରଣିତି ସିନ୍ଦେ,ଏସ ଯୋଥିମଣି ,ପୂର୍ବତନ ଏଆଇସିସି ମହିଳା କଂଗ୍ରେସ ଅଧ୍ୟକ୍ଷା ଶୋଭା ଓଜା ପ୍ରମୁଖ ଭୁବନେଶ୍ଵରରେ ଶନିବାର ପହଞ୍ଚିଥିଲେ । ଉକ୍ତ ଦଳ ସହ ରାଜ୍ୟ ମହିଳା କଂଗ୍ରେସ ଅଧ୍ୟକ୍ଷା ମିନାକ୍ଷୀ ବାହିନୀପତି, ସସ୍ମିତା ବେହେରା,ବନ୍ଦିତା ପରିଡ଼ା,ସୋନାଲି ସାହୁ,ମନିଷା ଦାଶ ପଟ୍ଟନାୟକ,ଜୟଶ୍ରୀ ପାତ୍ର ପ୍ରମୁଖ ମହିଳା କଂଗ୍ରେସ ନେତୃବୃନ୍ଦ ଶନିବାର ଗୋପାଳପୁର ଗଣଦୁଷ୍କର୍ମ ଘଟଣା ସ୍ଥଳ ପରିଦର୍ଶନ କରି ରବିବାର ଟିକାବାଲି ଅଞ୍ଚଳ ରେ ପହଞ୍ଚି କିଛି ଦିନ ତଳେ ବଳାତ୍କାର କରି ମାରି ଦେଇଥିବା ପୀଡିତା ର ପରିବାର ବର୍ଗ ଙ୍କୁ ଭେଟି ଫେରିଥିଲେ ।

© 2023 Odisha Taza News.