• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଡବଲ ଇଂଜିନ ଡବଲ ଵିକାଶ ନୁହେଁ, ଡବଲ ଧୋକା : ବିଜେଡି

Proprietor Abhimanyu Maharana by Proprietor Abhimanyu Maharana
June 22, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ଡବଲ ଇଂଜିନ ଡବଲ ଵିକାଶ ନୁହେଁ, ଡବଲ ଧୋକା : ବିଜେଡି
Share on FacebookShare on TwitterWhatsapp

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ପରେ ବିଜେପିକୁ ଘେରିଲା ବିଜେଡି

ବର୍ଷ ଏକ, ବିଫଳତା ଅନେକ….

ବିଜେପିର ଏକ ବର୍ଷ ଶାସନରେ କେନ୍ଦ୍ରୀୟ ଅନୁଦାନ ୧୮.୧୯% କମିଲା ଶ୍ରୀମନ୍ଦିର ପ୍ରସଙ୍ଗରେ ବିଜେପିର ସମସ୍ତ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ଓଡିଶାକୁ ଦେଶର ଅଷ୍ଟମ ଅପରାଧ ପ୍ରବଣ ରାଜ୍ୟ ଭାବେ ପରିଣତ କରିବା ବିଜେପି ସରକାରଙ୍କ ଉପଲବ୍ଧି

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ଓ ତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟ ଉପରେ ପ୍ରତିକ୍ରିୟା ରଖି ଆଜି ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଏକ ବର୍ଷର ବିଫଳତାକୁ ରାଜ୍ୟବାସୀଙ୍କ ସମ୍ମୁଖରେ ରଖିବା ସହିତ, ଡବଲ ଇଂଜିନ ସରକାର ରାଜ୍ୟବାସୀଙ୍କ ପାଇଁ ଡବଲ ଧୋକା ଓ ନିର୍ବାଚନ ସମୟର ପ୍ରତିଶ୍ରୁତି ବାସ୍ତବରେ ପ୍ରତାରଣାରେ ପରିଣତ ହୋଇଛି ବୋଲି କହିଛନ୍ତି। ଶଙ୍ଖଭଵନ ଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜନୈତିକ ବ୍ୟାପାର କମିଟି ସଦସ୍ୟ ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଓ ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି।

ଶ୍ରୀ ସଞ୍ଜୟ କୁମାର ଦାସବର୍ମା କହିଥିଲେ, ଶ୍ରୀମନ୍ଦିର ତଥା ତୀର୍ଥକ୍ଷେତ୍ର ପୁରୀର ଵିକାଶ ପାଇଁ ନବୀନ ସରକାରଙ୍କ ଦ୍ୱାରା ବ୍ୟାପକ କାର୍ୟ୍ୟକ୍ରମ କରାଯାଇଥିଲା ବେଳେ ଗତ ଏକ ବର୍ଷରେ ଏହି ଵିକାଶ କାର୍ୟ୍ୟ ଠପ ହୋଇ ଯାଇଛି। ଗତ ନିର୍ବାଚନ ସମୟରେ ବିଜେପି ତରଫରୁ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ଚୋରି ହୋଇଛି ବୋଲି କୁହାଯାଇଥିଲା ଓ ଏହା ପାତାଳରେ ବି ରହିଥିଲେ ମଧ୍ୟ ଆମେ ତାକୁ ଖୋଜି ଆଣିବୁ। କିନ୍ତୁ ସରକାରକୁ ଆସିବା ପରେ ଚାବି ସମ୍ପର୍କରେ ଉଚ୍ଚ ନ୍ୟାୟାଳୟରେ ସରକାରଙ୍କ ତରଫରୁ ଦାଖଲ କରାଯାଇଥିବା ଏକ ସତ୍ୟପାଠରେ ଚାବି କଥାକୁ ସାର୍ବଜନୀନ କରି ପାରିବୁ ନାହିଁ ବୋଲି କହିଥିଲେ। ଏଥିରୁ ବିଜେପିର ଦୋମୁହାଁ ଚରିତ୍ର ଜଳ ଜଳ ହୋଇ ଦିଶୁଛି।

ସେହିପରି, ରତ୍ନଭଣ୍ଡାରର ଗଣତି ମଣତି ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏହା ଏ ପର୍ୟ୍ୟନ୍ତ କରାଯାଇନାହିଁ। ଗତ ଏକ ବର୍ଷରେ ଶ୍ରୀମନ୍ଦିରର କୌଣସି ଵିକାଶମୂଳକ କାର୍ୟ୍ୟ ହୋଇ ପାରିନାହିଁ। ଅପରପକ୍ଷରେ, ଶ୍ରୀମନ୍ଦିର ପରିଚାଳନା କମିଟିର ଅବଧି ଶେଷ ହେବାର ୯ ମାସ ବିତି ଯାଇଥିଲେ ସୁଦ୍ଧା, ଏ ପର୍ୟ୍ୟନ୍ତ ନୂତନ କମିଟି ଗଠନ ହୋଇପାରି ନାହିଁ। ଗତ ଏକବର୍ଷ ଭିତରେ ଶ୍ରୀମନ୍ଦିରରେ ରାଜ୍ୟ ସରକାରଙ୍କ ଦ୍ୱାରା କୌଣସି ଉନ୍ନତିମୂଳକ କାର୍ୟ୍ୟ ହୋଇ ପାରିନାହିଁ ଓ ଦର୍ଶନ ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ଅବ୍ୟବସ୍ଥିତ ହୋଇ ପଡିଛି ବୋଲି ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି।

ଶ୍ରୀ ଦାସବର୍ମା କହିଥିଲେ, ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାକୁ ପୂର୍ବ ବର୍ଷ ତୁଳନାରେ ୧୮.୧୯% ଅନୁଦାନ କମିବା ବିଜେପିର ଡବଲ ଇଂଜିନ ଡବଲ ଵିକାଶ ନାରା ମଧ୍ୟ ଏକ ମହାମିଛ ବୋଲି ପର୍ଦାଫାସ ହୋଇଛି। ଗତ ବଜେଟରେ ଦେଶର ୧୨ଟି ସହରକୁ ଶିଳ୍ପ ସହର ଭାବେ ଗଢି ତୋଳିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ, ଯେଉଁଥିରେ ଓଡ଼ିଶାର କୌଣସି ସହର ସ୍ଥାନ ପାଇ ନାହିଁ। ଉଲ୍ଲେଖଯୋଗ୍ୟ, ଦେଶରେ ଗଚ୍ଛିତ ଥିବା ସମସ୍ତ ଖଣିଜ ସମ୍ପଦ ମଧ୍ୟରୁ ଓଡ଼ିଶାରେ ପ୍ରାୟ ୪୦ ପ୍ରତିଶତ ଖଣିଜ ସମ୍ପଦ ରହିଛି। ଏହା ସତ୍ତ୍ବେ, ଦୁଃଖ ଓ ପରିତାପର ବିଷୟ, ଓଡିଶାର କୌଣସି ସହର ଶିଳ୍ପ ସହର ହେବା ତାଲିକାରେ ସ୍ଥାନ ମିଳିଲା ନାହିଁ। ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ଗତ ଏକ ବର୍ଷରେ, ରାଜ୍ୟର ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ ହୋଇ ପଡିଛି।

ରାଜ୍ୟରେ, ଦୁଷ୍କର୍ମ, ଅପହରଣ, ହତ୍ୟା ମହିଳାମାନଙ୍କ ଉପରେ ନିର୍ୟ୍ୟାତନା ଘଟଣାରେ ଅହେତୁକ ବୃଦ୍ଧି ପାଇଛି, ଯାହାଯୋଗୁ, ମହିଳା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି। ରାଜ୍ୟରେ ପ୍ରତିଦିନ ୧୫ଟି ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ସରକାରଙ୍କ ଦିଆଯାଇଥିବା ଶ୍ୱେତପତ୍ର ଅନୁଯାୟୀ ରାଜ୍ୟରେ ଦୁଷ୍କର୍ମ ପ୍ରାୟ ୮ ପ୍ରତିଶତ ବୃଦ୍ଧି ପାଇଛି। ନିକଟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଦେଶର ଅପରାଧ ପ୍ରବଣ ରାଜ୍ୟର ତାଲିକାରେ, ଓଡିଶା ଅଷ୍ଟମ ସ୍ଥାନ ହାସଲ କରିଛି ଓ ପ୍ରଥମ ୧୦ଟି ରାଜ୍ୟ ମଧ୍ୟରୁ ୮ଟି ରାଜ୍ୟ ହେଉଛନ୍ତି ବିଜେପି ଶାସିତ ରାଜ୍ୟ। ଶ୍ରୀମତୀ ଛୁରିଆ କହିଥିଲେ, ସୁଭଦ୍ରା ଯୋଜନାରେ ବିଜେପି ତରଫରୁ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ଦୁଇ ବର୍ଷରେ ୫୦ ହଜାର ଟଙ୍କା ଦିଆଯିବ ବୋଲି କୁହା ଯାଇଥିଲା।

କିନ୍ତୁ, ଏହାକୁ, ପାଞ୍ଚ ବର୍ଷରେ, ବର୍ଷକୁ ପାଞ୍ଚ ପାଞ୍ଚ ହଜାର ଦୁଇ କିସ୍ତିରେ ଦିଆ ଯାଉଛି, ତାହା ପୁଣି ସମସ୍ତ ମହିଳା ମାନଙ୍କୁ ନୁହେଁ। ସୁଭଦ୍ରା ଯୋଜନା ମାଧ୍ୟମରେ, ଦିନକୁ ୨୭ ଟଙ୍କା ପ୍ରଦାନ କରାଯାଉଛି, ଯାହା ମହିଳାଙ୍କ ସ୍ୱାଭିମାନ ପ୍ରତି ଉପହାସ। ସେହିପରି, ମହିଳା ମାନଙ୍କୁ ପାଞ୍ଚ ହଜାର ଲେଖାଏ ଦୁଇ କିସ୍ତିରେ ବର୍ଷକୁ ଦଶ ହଜାର ଦେଇ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ରାଜ୍ୟ ସରକାରଙ୍କ ଦାବୀ ହାସ୍ୟାସ୍ପଦ। ଏହା ବିଜେପି ସରକାରଙ୍କ ଆଉ ଏକ ମିଛ ବୋଲି ଶ୍ରୀମତୀ ଛୁରିଆ କହିଥିଲେ। ସେହିପରି, ନବୀନ ସରକାରଙ୍କ ସମୟରେ, ରାଜ୍ୟର ଆଦିବାସୀ ମାନଙ୍କ ଵିକାଶ ପାଇଁ ବିଭିନ୍ନ କାର୍ୟ୍ୟକ୍ରମ ଆରମ୍ଭ କରିଥିବା ବେଳେ ଏହାକୁ ବର୍ତ୍ତମାନର ସରକାର ବନ୍ଦ କରି ଦେଇଛନ୍ତି। ଆଦିବାସୀ ମାନଙ୍କ ସଂସ୍କୃତିର ସୁରକ୍ଷା ଓ ଏହାର ପ୍ରଚାର ପ୍ରସାର ଲକ୍ଷ୍ୟରେ, ଏସଡିସି ଗଠନ କରାଯାଇଥିଲା, ଯାହାକୁ ଏବେ ଭାଙ୍ଗି ଦିଆଯାଇଛି। ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ, ପ୍ରଧାନମନ୍ତ୍ରୀ ଗତକାଲି ଓଡିଶାକୁ ଆସିଥିଲେ ଓ ତାଙ୍କ ବକ୍ତବ୍ୟରେ ଓଡିଶା ସରକାରଙ୍କୁ ପ୍ରଶଂସା କଲେ।

କିନ୍ତୁ, ଆମର ଧାରଣା, ରାଜ୍ୟ ସରକାର ଓଡ଼ିଶାର ବାସ୍ତବ ଚିତ୍ର ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିନାହାନ୍ତି। ପ୍ରଧାନମନ୍ତ୍ରୀ ଓଡିଶା ପୂର୍ବୋଦୟ ରାଜ୍ୟ ଗୁଡିକର ବିକାଶର ମୁଖଶାଳା ହେବ ବୋଲି କହିଥିଲେ। କିନ୍ତୁ, ବିକାଶର ମୁଖଶାଳା ହେବାକୁ ଯାଉଥିବା ଓଡିଶା ଦୀର୍ଘ ଚାଳିଶ ବର୍ଷର ବ୍ୟବଧାନ ପରେ ଆଜି ମହାମାରୀ କଲେରାରେ ଆକ୍ରାନ୍ତ। ରାଜ୍ୟର, ଏଗାରଟି ଜିଲ୍ଲାର ବାସିନ୍ଦା ମାନେ ଆଜି କଲେରା ଓ ଡ଼ାଇରିଆ ରୋଗରେ କଲବଲ ହେଉଛନ୍ତି। ଏପଟେ ରାଜ୍ୟ ସରକାର ଉତ୍ସବରେ ମାତିଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ାଇରିଆ ଡ୍ୟାନ୍ସ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି,

ଯାହା କଲେରା ଓ ଡ଼ାଇରିଆ ରୋଗରେ ପୀଡିତ ରୋଗୀ ମାନଙ୍କ ପାଇଁ କଟା ଘାଆରେ ଚୂନ ସଦୃଶ୍ୟ ହୋଇଛି। ଶ୍ରୀ ବକ୍ସିପାତ୍ର କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟରେ ରାଜ୍ୟର ଵିକାଶ ହାର ୯% ଲକ୍ଷ୍ୟ ରଖାଯାଇଛି। କିନ୍ତୁ, ଅନ୍ୟ ରାଜ୍ୟ ମାନଙ୍କ ଵିକାଶ ହାର ୧୫% ପର୍ୟ୍ୟନ୍ତ ରହିଥିବା ବେଳେ, ରାଜ୍ୟ ସରକାର ଏପରି କ୍ଷୁଦ୍ର ଭିଜନ ରଖିବା ବୁଦ୍ଧିଜୀବୀ ମହଲରେ ଭୃକୁଞ୍ଚନ ସୃଷ୍ଟି କରିଛି। ନବୀନ ସରକାରଙ୍କ ସମୟରେ, ଓଡ଼ିଶାର ଵିକାଶ ହାର ସର୍ବାଧିକ ୧୬% ହୋଇଥିଲା । ଏହି ପରିପ୍ରେକ୍ଷୀରେ, ସରକାରଙ୍କ ଭିଜନ ଏତେ ସଂକୁଚିତ କାହିଁକି ବୋଲି ଶ୍ରୀ ବକ୍ସିପାତ୍ର ପ୍ରଶ୍ନ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026
ବ୍ଲକସ୍ତରୀୟ ଜତୀୟ ପଞ୍ଚାୟତି ରାଜ ଦିବସ ପାଳିତ : ୪୩ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

ବ୍ଲକସ୍ତରୀୟ ଜତୀୟ ପଞ୍ଚାୟତି ରାଜ ଦିବସ ପାଳିତ : ୪୩ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

April 27, 2026
ଗଞ୍ଜେଇର ଚରାଭୂଇଁ ପାଲଟିଛି ଗଜପତି, ୪ମାସରେ ଜବତ ହେଲାଣି ୧୬ ଟନ୍, ଦମନ କରିବାକୁ ଅଣ୍ଟା ଭିଡ଼ିଛି ପୁଲିସ

ଗଞ୍ଜେଇର ଚରାଭୂଇଁ ପାଲଟିଛି ଗଜପତି, ୪ମାସରେ ଜବତ ହେଲାଣି ୧୬ ଟନ୍, ଦମନ କରିବାକୁ ଅଣ୍ଟା ଭିଡ଼ିଛି ପୁଲିସ

April 27, 2026
ମୋହନା ବ୍ଲକରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳନ

ମୋହନା ବ୍ଲକରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳନ

April 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

ବଜରଙ୍ଗ ୟୁଥ କ୍ଳବ ପକ୍ଷରୁ ମୋଦିଙ୍କ ୧୩୩ ତମ ମନ କି ବାତ କାର୍ଯ୍ୟକ୍ରମ

April 27, 2026
ବ୍ଲକସ୍ତରୀୟ ଜତୀୟ ପଞ୍ଚାୟତି ରାଜ ଦିବସ ପାଳିତ : ୪୩ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

ବ୍ଲକସ୍ତରୀୟ ଜତୀୟ ପଞ୍ଚାୟତି ରାଜ ଦିବସ ପାଳିତ : ୪୩ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

April 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version