No Result
View All Result
ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶାବାସୀଙ୍କ ପ୍ରିୟ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଗସ୍ତ କରିଛନ୍ତି। ଆସନ୍ତାକାଲି କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଠାରେ ତାଙ୍କର ଚିକିତ୍ସା କରାଯିବ।
ଆମ ସମସ୍ତଙ୍କର ପ୍ରିୟ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଆଜି ବ୍ରହ୍ମଗିରି ଅଲାରନାଥଙ୍କ ମନ୍ଦିର ଠାରେ ସାଧାରଣ ଜନତାଙ୍କ ତରଫରୁ ୧୦୮ ସମୂହ ଦୀପଦାନ ଓ ପୂଜାର୍ଚ୍ଚନା କରାଯାଇଛି। ବ୍ରହ୍ମଗିରି ଜନସାଧାରଣଙ୍କ ତରଫରୁ ପ୍ରଭୁ ଶ୍ରୀ ଅଲାରନାଥଙ୍କ ନିକଟରେ ଶ୍ରୀଯୁକ୍ତ ପଟ୍ଟନାୟକ ଖୁବଶୀଘ୍ର ସୁସ୍ଥ ହୋଇ ଓଡିଶା ଫେରନ୍ତୁ ଏବଂ ଓଡିଶାବାସୀଙ୍କ ସେବା ଜାରି ରଖନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରି ଦୀପ ଦାନ କରିଛନ୍ତି ।
ପ୍ରଭୁ ଶ୍ରୀ ଶ୍ରୀ ଅଲାରନାଥଙ୍କ ପୀଠରେ ସାଧାରଣ ଜନତା ଓ ମା ମାନେ ହୁଳହୁଳି ପକାଇ ପୂଜା ଅର୍ଚ୍ଚନା କରିଛନ୍ତି । ଏହି ଦୀପ ଦାନ କାର୍ଯ୍ୟକ୍ରମ ରେ ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନବାଳା ବେହେରା ଉପାଧ୍ୟକ୍ଷା ମାଳିନୀ ଦଳାଇ, ବ୍ରହ୍ମଗିରି ସରପଞ୍ଚ ରାଧାରାଣୀ ବିଶ୍ୱାଳ, ମାନସୀ ହରିଚନ୍ଦନ, ପ୍ରତିମା ଜେନା,ସସ୍ମିତା ସାହୁ, ଶକୁନ୍ତଳା ମିଶ୍ର, ବିଜୁ ଜନତା ଦଳ ସଭାପତି ବିଦ୍ୟାଧର ସ୍ଵାଇଁ,
କୃଷ୍ଣଚନ୍ଦ୍ର ରାୟ, ଯୁଧିଷ୍ଠିର ନାୟକ, ଭଗବାନ ନାୟକ, ଆଇନୀ ଜୀବି ଭାସ୍କର ଜେନା, ଜୟନ୍ତ କୁମାର ମହାନ୍ତି, ବିଜୟ ଦଳାଇ, ସରପଞ୍ଚ ଅମୁଲ୍ୟ କୁମାର ଜେନା, ନିରଞ୍ଜନ ସେଠୀ, ଭୁବନପୁର ସମିତି ସଭ୍ୟ ତ୍ରିନାଥ ପଲେଇ ବୃଦବନ ପ୍ରଧାନଙ୍କ ସମେତ ବହୁ ମହିଳା ଓ ସମାଜସେବୀ ଏବଂ ସାଧାରଣ ଜନତା ଉପସ୍ଥିତ ଥିଲେ।

No Result
View All Result