ଓଡିଶା ତାଜା ନ୍ୟୁଜ୍ (୪ ସେପ୍ଟେମ୍ବର ଶୁକ୍ରବାର) ଭୁବନେଶ୍ୱର :- ବିଭାଗୀୟ ସ୍ଥାୟୀ କମିଟି-୬ଙ୍କର ଷଷ୍ଠ ବୈଠକ ବିଧାୟକ ଶ୍ରୀ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ବିଧାନସଭା ପ୍ରକୋଷ୍ଠ ସଂଖ୍ୟା -୫୯ରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗ ସମ୍ପର୍କରେ ଆଲୋଚନା ହୋଇଥିଲା । ବିଧାନସଭାର ଗତ ଅଧିବେଶନରେ ସମବାୟ ବିଭାଗ ସମ୍ପର୍କିତ ଗୃହରେ ଉପସ୍ଥାପିତ କମିଟିର ସୁ ପାରିଶ ଉପରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଏବଂ ଆନନ୍ଦ ପୁର ଓ ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କର ସ୍ୱତନ୍ତ୍ର ସମୀକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା ।
ସେହିଭଳି ବିଧାନସଭାର ଗତ ଅଧିବେଶନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସ ̧ର୍କିତ ଗୃହରେ ଉପସ୍ଥାପିତ କମିଟିର ସୁପାରିଶ ଉପରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ, ଧାନର ଅଭାବୀ ବିକ୍ରୀ ଏବଂ କୋଭିଡ-୧୯ ସମୟରେ ଖାଦ୍ୟଶସ୍ୟ ଯୋଗାଣ ସ ̧ର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ କମିଟିର ସଦସ୍ୟ ଓ ଉଭୟ ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସମେତ ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତ ପଥୀ ଯୋଗ ଦେଇଥିଲେ ।