No Result
View All Result
ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ିଶା ସରକାରଙ୍କର ନିର୍ଦ୍ଦେଶ କ୍ରମେ ଗତ ତା ୧୨/୬/୨୦୨୫ ରିଖ ଠାରୁ ୧୯/୬/୨୦୨୫ ରିଖ ମଧ୍ୟରେ ରାମନଗୁଡା ବ୍ଲକ ଅଧୀନରେ ତିନି ଗୋଟି ଗୋ ବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ଅନୁଷ୍ଠିତ ହୋଯାଇଅଛି ।ଗତ ତା ୧୩/୬/୨୦୨୫ ରିଖ ରେ ନିଲାମଗୁଡ଼ା ପଞ୍ଚାୟତ ଅଧିନସ୍ଥ ରାଜ ବିକ୍ରମପୁରରେ ,୧୮/୬/୨୦୨୫ ତାରିଖ ରେ ସୁଣ୍ଡିଧାମୁଣି ପଂଚାୟତ ଅଧିନସ୍ଥ ରୁଗୁଡୁବାଇରେ ୧୯/୬/୨୦୨୫ ତାରିଖ ରେ ଗୁଳୁଣ୍ଠି ପଞ୍ଚାୟତ ଅଧିନସ୍ଥ ଗୁଳୁଣ୍ଠି ଗ୍ରାମ ରେ ଗୋ ବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ଅନୁଷ୍ଠିତ ହେଇଥିଲା ।
ଏହି ତିନୋଟି ଗୋ ବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ରେ ସର୍ବମୋଟ ୧୫୪ ଗୋଟି ଗାଈ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଉପଯୁକ୍ତ ଔଷଧ ମାଗଣା ରେ ବଣ୍ଟନ କରାଯାଇଥିଲା।ଏହି ତିନୋଟି ଗୋ ବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ରେ ସର୍ବ ମୋଟ ୯୦ ଜଣ ଚାଷୀ ଉପକୃତ ହୋଇଥିଲେ।ଏହି ତିନୋଟି ପ୍ରାଣୀ ଚିକିତ୍ସା ଶିବିରରେ ରାମନଗୁଡ଼ା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ର ଅଧିକାରୀ ଡ଼ାକ୍ତର କୃଷ୍ଣାନନ୍ଦ ବେହେରା ଓ ରାମନାଗୁଡ଼ା ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ର ଅଧିକାରୀ ଡ଼ାକ୍ତର ପାର୍ଥସାରଥୀ ସ୍ବାଇଁ ଯୋଗଦାନ କରି ପ୍ରାଣୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।
ଜିଲ୍ଲା ସ୍ତରୀୟ ଅଧିକାରୀ ହିସାବରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଉପ ନିର୍ଦ୍ଦେଶକ ଡାକ୍ତର ବିରଞ୍ଚି ନାରାୟଣ ମିଶ୍ର ଯୋଗଦାନ କରିଥିଲେ । ତତ୍ ସହିତ ଗୁଡ଼ାରୀ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ର ଅଧିକାରୀ ଡ଼ାକ୍ତର ସନତ୍ ଜେନା ଯୋଗଦାନ କରି ଗାଈ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏଥିରେ ସ୍ଥାନୀୟ ପ୍ରାଣୀ ଧନ ନୀରିକ୍ଷକ କରୁଣାକର ଶବର,ଅମରେନ୍ଦ୍ର ପଣ୍ଡା ,ମୋହିନୀ କାଡ୍ରାକା ଓ କେଦାରନାଥ ଗମାଙ୍ଗ ସହଯୋଗ କରିଥିଲେ । ସର୍ବ ଶେଷରେ ଉପସ୍ଥିତ ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

No Result
View All Result