ଓଡିଶା ତାଜା ନ୍ୟୁଜ୍ (୪ ସେପ୍ଟେମ୍ବର ଶୁକ୍ରବାର) ବରଗଡ଼ :- ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ (NSUI) ଓ ବରଗଡ଼ ଜିଲ୍ଲା ରାଜୀବ ଗାନ୍ଧୀ ଛାତ୍ର ଫୋରମ (ORGSF) ତରଫରୁ ଆସନ୍ତା ତା :୨୧/୦୯/୨୦୨୦ରିଖ ନିର୍ଦ୍ଧାରିତ ହୋଇଥିବା ଯୁକ୍ତ ତିନି ୬ଷ୍ଠ ସେମିଷ୍ଟାର ର ପରୀକ୍ଷା ଯଦି ହୁଏ ତାହା ଅନଲାଇନ ମାଧ୍ୟମରେ ହେଉ ବୋଲି ଦାବି କରି ଛାତ୍ର ନେତା ମାନେ ଅନଶନ ରେ ବସିଥିଲେ। ଏମାନେ ଗତକାଲି ଜିଲ୍ଲା ପ୍ରଶାସନ କୁ ଦାବିପତ୍ର ପ୍ରଦାନ କରି କହିଥିଲେ ଯେ ଯଦି ସମ୍ବଲପୁର ବିଶ୍ଵବିଦ୍ୟାଳୟ ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ନମାନେ ତାହେଲେ ଆଜି ଛାତ୍ର କଂଗ୍ରେସ ଅନଶନ ରେ ବସିବ ଓ ଆଗକୁ ବୃହତ ଆନ୍ଦୋଲନ ରେ ପରିଣତ ହେବ ବୋଲି ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଥିଲା।ଏହି କ୍ରମରେ ଆଜି ସକାଳ ୯ ଘଣ୍ଟା ସମୟରେ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଛାତ୍ର କଂଗ୍ରେସ ନେତା ଗୌରବ ପତି, ଅଭିଷେକ ନାୟକ, ପରେଶ ସୁନା, ନିହାର ବେହେରା ପ୍ରମୁଖ ଅନଶନ ଆରମ୍ଭ କରିଥିଲେ।

ପରେ ସେଠାରେ ସେମାନଙ୍କୁ ଅତାବିରା ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ ,ବରଗଡ଼ କଂଗ୍ରେସ ବିଧାନସଭା ପ୍ରାର୍ଥୀ ନିପନ୍ କୁମାର ଦାଶ, ଜିଲ୍ଲା କଂଗ୍ରେସ ର କାର୍ଯ୍ୟକାରୀ ସଭାପତି ଶ୍ରୀ ଯୁଗଳ ପ୍ରସାଦ ସିଂ, ଆଇ ଏନ ଟି ୟୁ ସି ଜିଲ୍ଲା ସଭାପତି ବ୍ରହ୍ମା ମହାକୁଡ଼, ଓଡ଼ିଶା ପ୍ରଦେଶ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଶ୍ରୀ ଅଭିଳାଷ ପତି,ବରଗଡ଼ ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ସୁଶାନ୍ତ ସାହୁ , ପୂର୍ବତନ ଲୋକସଭା ଯୁବ କଂଗ୍ରେସ ସଭାପତି ଦାଶରଥି ବେହେରା ,ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ,ଆହ୍ବାନ ସ୍ଵେଚ୍ଛା ସେବା ସଂଗଠନ,କୋଶଳ ସେନା ସଭାପତି ଶ୍ରୀ ସୁଶାନ୍ତ କୋଶଳୀ,ନାରୀ ସଶକ୍ତିକରଣ ଗୋଷ୍ଠୀ ମାନେ ସମର୍ଥନ କରିଥିଲେ ।
ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟପୋ ସନ୍ଧ୍ୟା ୫ ଘଣ୍ଟା ସମୟରେ ପହଂଚି ଆନ୍ଦୋଳନକାରୀ ଙ୍କ ସାଙ୍ଗରେ ଆଲୋଚନା କରି ପ୍ରତିଶୃତି ଦେଇଥିଲେ ଆସନ୍ତା କାଲି ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁ ଏହି ଦାବୀଵିଷୟ ରେ ଲିଖିତ ଭାବେ ଜଣାଇ ଦିଆଯିବ । ଏହାପରେ ଆନ୍ଦୋଳନ ସ୍ଥଗିତ ହୋଇଥିଲା । ଆସନ୍ତା ସୋମବାର ସୁଦ୍ଧା ଦାବୀ ପୂରଣ ନ ହେଲେ ଆସନ୍ତା ମଙ୍ଗଳବାର ଦିନ ପୁଣି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଆନ୍ଦୋଳନକାରୀ ମନେ ସୂଚନା ଦେଇଛନ୍ତି । ଏହି ଆନ୍ଦୋଳନ କୁ ବହୁ ଛାତ୍ର କଂଗ୍ରେସ ସଦସ୍ୟ ସମର୍ଥନ ଜଣାଇଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)














