• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କୁ ଏକ ଖୋଲାଚିଠି !

Proprietor Abhimanyu Maharana by Proprietor Abhimanyu Maharana
September 4, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କୁ ଏକ ଖୋଲାଚିଠି  !
Share on FacebookShare on TwitterWhatsapp

ସେପ୍ଟେମ୍ବର ୫ ତାରିଖ ସର୍ବପଲ୍ଲୀ ରାଧାକ୍ରି୩⁄୪ନ୍‌ଙ୍କ ୧୩୨ତମ ଜୟନ୍ତୀ ଉପଲକ୍ଷେ..

ଓଡିଶା ତାଜା ନ୍ୟୁଜ୍ (୪ ସେପ୍ଟେମ୍ବର ଶୁକ୍ରବାର) ଭୁବନେଶ୍ୱର :- ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କୁ ଏକ ଖୋଲାଚିଠି ମହାଶୟ ! ଆଜି ପୁଣି ଥରେ ଆସିଛି ସେପ୍ଟମ୍ବର ପା ତାରିଖ । ଦେଶ ପାଳୁଛି ଆପଣଙ୍କର ୧୩୨ତମ ଜୟନ୍ତୀ ଓ ‘ଗୁରୁଦିବସ’ । ଏହି ମହାର୍ଘ ଦିବସରେ ଆପଣ ଭାରି ମନେ ପଡୁଛନ୍ତି । ଇତି ମଧ୍ୟରେ ଗୁରୁଦିବସ ପାଳନର ୫୮ ବର୍ଷ ଅତିକ୍ରାନ୍ତ ହୋଇଛି । ଆପଣ ଆମ ସମୟର ଲୋକ ନୁହଁନ୍ତି । କିନ୍‌ୁ ଆପଣ ଛାଡି ଯାଇଥିବା ଅଲିଭା ସ୍ୱାକ୍ଷର ଆଗରେ ଆମ ମୁଣ୍ଡ ଭକ୍ତି ଓ ଶ୍ରଦ୍ଧାରେ ଆପେ ଆପେ ନଇଁଯାଏ । ଆପଣ ଥିଲେ ଭାରତମାତାର ସୁଯୋଗ୍ୟ ସନ୍ତାନ । ଏହାହିଁ ବାସ୍ତବ ସତ୍ୟ । ଆପଣ ଥିଲେ ଜଣେ ଆଦର୍ଶ ଓ ଛାତ୍ରବତ୍ସଳ ଶିକ୍ଷକ । ଆପଣଙ୍କ ଅଧ୍ୟାପନା ଶୈଳୀ ଖୁବ୍ ଉଚ୍ଚ କୋଟୀର ଥିଲା । ଯାହାକି ଛାତ୍ରଛାତ୍ରୀମାନଙ୍କୁ ବିଶେଷ ଆକୃଷ୍ଟ କରୁଥିଲା । ଆପଣଙ୍କ ବିଦ୍‌ବା, ମନନଶୀଳତା ଓ ପ୍ରଖର ବାଗ୍ମୀତା ପାଇଁ ଇଂଲଣ୍ଡ ରାଣୀ ଆପଣଙ୍କୁ ‘ନାଇଟ୍ ଉପାଧିରେ’ ଘୋଷିତ କରିଥିଲେ । ଉପରାଷ୍ଟ୍ରପତି ଓ ରାଷ୍ଟ୍ରପତି ପଦବୀ ଅପେକ୍ଷା ଶିକ୍ଷା ଦାନ ଥିଲା ଆପଣଙ୍କ ନିକଟରେ ସବୁଠାରୁ ବଡ ର୍କବ୍ୟ । ଶିକ୍ଷା ଦାନ ସମୟରେ ଆପଣ ଛାତ୍ରଛାତ୍ରୀ ମାନଙ୍କ ନୈତିକ ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଉଥିଲେ । କାରଣ ଆପଣ ଭଲ ଭାବରେ ଜାଣିଥିଲେ ନୈତିକତା ବିହୀନ ଜୀବନ ନାବିକ ବିହୀନ ନୈାକା ଶଦୃଶ୍ୟ ।

ଆପଣ ଜଣେ ବିଶିଷ୍ଟ ଶିକ୍ଷାବିତ୍ ଥିଲେ । ମାନ୍ଦ୍ରାଜ, ଆନ୍ଧ୍ର, ବନାରସ ଓ କଲିକତା ବିଶ୍ୱବିଦ୍ୟାଳୟରେ ଦର୍ଶନ ବିଭାଗର ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ । ନିଜର ଶାନ୍ତଶିଷ୍ଟ ସ୍ୱଭାବ, ପ୍ରଚଣ୍ଡ ଧୀଶକ୍ତି ଓ ଜ୍ଞାନ ଲାଗି ପୃଥିବୀର ବହୁ ବିଶିଷ୍ଟ ବ୍ୟକ୍ତିଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ଭାରତୀୟ ଧର୍ମ ଓ ଦର୍ଶନ ସମ୍ପର୍କରେ ଲିଖିତ ନିବନ୍ଧମାନ ଆପଣଙ୍କୁ ପୃଥିବୀର ସର୍ବତ୍ର ପରିଚିତ କରାଇପାରିଥିଲା । ଆପଣ ଅର୍କସଫୋର୍ଡ ବିଶ୍ୱ ବିଦ୍ୟାଳୟରେ କିଛିଦିନ ପାଇଁ ଦର୍ଶନ ବିଭାଗର ପ୍ରଫେସର ଭାବରେ ଶିକ୍ଷାଦାନ କରିଥିଲେ । ଏଥିସହିତ ଭାରତୀୟ ୟୁନିଭରସିଟି ଗ୍ରା କମିଶନର ଅଧ୍ୟକ୍ଷ ଭାବରେ କାମ କରିଥିଲେ । ଶିକ୍ଷା ସମ୍ପର୍କରେ ନିଜର ଅଭିମତ ପ୍ରକାଶ କରି ଆପଣ କହିଥିଲେ- ମଣିଷର, ଶିକ୍ଷା ହିଁ ତାକୁ ପଶୁଠାରୁ ଅଲଗା କରିଦିଏ । ଶିକ୍ଷା ମଣିଷର ପଶୁପ୍ରବୃିକୁ ଦୂର କରି ତାର ଅନ୍ତର୍ନିହିତ ଗୁଣାବଳୀ ଗୁଡିକର ଚରମ ଉତ୍କର୍ଷ ସାଧନ କରିଥାଏ । ଶିକ୍ଷା ମଣିଷର ମସ୍ତିଷ୍କ ଉନ୍ନତ କରେ, ହୃଦୟକୁ ଉଦାର ଓ ସମ୍ବେଦନଶୀଳ କରେ । ଆପଣଙ୍କ ମତରେ ଭୈାତିକ ଶିକ୍ଷା ଅପେକ୍ଷା ପ୍ରାକୃତିକ ଶିକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ । ଶିକ୍ଷା ମଣିଷ ଭିତରେ ଥିବା ଉଦାର ଭାବକୁ ବିକଶିତ କରେ । ଶିକ୍ଷା ମଣିଷକୁ ମଣିଷ ଭଳିଆ କରିବାକୁ ସହାୟ ହେଉ ବୋଲି ଆପଣ କହୁଥିଲେ । ଆପଣଙ୍କ ମତରେ ମଣିଷ ଭୈାତିକ ଶରୀରଧାରୀ ଏକ ଆଧ୍ୟାତ୍ମିକ ସା । ବୈଷୟିକ ବିଦ୍ୟା ଓ ବିଜ୍ଞାନ ମଣିଷକୁ ପ୍ରକୃତି ଉପରେ ପ୍ରଭୃତ ବିସ୍ତାର କରିବା ସହିତ ପ୍ରକୃତିକୁ ନିଜର ବ୍ୟବହାର ପାଇଁ ବାଟ ଦେଖାଇ ଦେଇଛି । ଯାହା ଫଳରେ ମଣିଷ ଆକାଶରେ ଉଡିପାରୁଛି, ସମୁଦ୍ରରେ ବୁଡି ରତ୍ନ ସଂଗ୍ରହ କରିପାରୁଛି । କିନ୍ତୁ ଅହରହ ଭୈାତିକ ସୁଖପଛରେ ଧାଉଁଥିବା ମଣିଷ ପ୍ରକୃତ ମଣିଷର ଜୀବନ ନେଇ ବିପାରେନାହିଁ । ର୍ବମାନ ଶିକ୍ଷା ମଣିଷକୁ ଶାନ୍ତି ଭିତରେ ନିଜର ବିକାଶ କରାଇବାରେ ବିଫଳ ହୋଇପଡୁଛି । ମଣିଷ ତାର ମାନସିକ ଅଶାନ୍ତି, ଚିନ୍ତା ଓ ଅନ୍ୟାନ୍ୟ ଦୁଃଖକୁ ନେଇ ବୁଛି । ଏସବୁ କୁ-ଶିକ୍ଷାର ଫଳ । ପ୍ରକୃତ ଶିକ୍ଷା ମଣିଷର ଶାରୀରିକ , ମାନସିକ ବ୍ୟକ୍ତିତ୍ୱର ସମନ୍ୱିତ ବିକାଶରେ ସହାୟକ ହୋଇଥାଏ ।

୧୯୭୫ ମସିହା ଏପ୍ରିଲ ମାସ ୧୭ ତାରିଖ ଦିନ ଆପଣଙ୍କର ଦୀର୍ଘ କର୍ମମୟ ଜୀବନର ଅବସାନ ଘଟିଥିଲା । ଆପଣଙ୍କ ଦେହାବସାନରେ ସତେ ଯେପରି ଏକ ଯୁଗର ଅବସାନ ହେଲା । ଆପଣଙ୍କୁ ହରାଇ ଭାରତମାତାର ଅପୂରଣୀୟ କ୍ଷତି ହେଲା । ନିକଟରେ ଆମେ ୭୪ ତମ ସ୍ୱାଧୀନତା ଦିବସ ପାଳନ କରିଛୁ । ଅନେକ କ୍ଷେତ୍ରରେ ଆମେ ସଫଳତା ମଧ୍ୟ ହାସଲ କରିଛୁ । ହେଲେ ଆପଣ ଦେଖିଥିବା ସ୍ୱପ୍ନ ଏବେବି ଅଧୁରା । ଶିକ୍ଷା ବ୍ୟବସ୍ଥା ଅସଜଡା । ଶିକ୍ଷକ ମାନେ ଅଲୋଡା । କାଗଜ କଲମରେ ସେମାନେ ଜାତି ନିର୍ମାତା । ଏକଥା ଦେଖି ଆପଣ ବ୍ୟଥିତ ହେଉଥିବେ ନି୧⁄୨ୟ ।କ୍ଷୋଭର କଥା ଶିକ୍ଷାର ମୁଖ୍ୟ ବିନ୍ଧାଣୀ କୁହାଯାଉଥିବା ଶିକ୍ଷକମାନଙ୍କୁ ବିଭିନ୍ନ ପ୍ରକାରରେ ବିଭକ୍ତ କରାଯାଇଛି । କିଏ ସରକାରୀ, କିଏ ବେସରକାରୀ ତ କିଏ ଠିକା ଶିକ୍ଷକ, ଶିକ୍ଷା ସହାୟକ, ବ୍ଲକ୍‌ଗ୍ରା, ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ଇତ୍ୟାଦି । ଏମାନଙ୍କ ବେତନ ଓ ଚାକିରୀ ର୍ସାବଳୀ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର । ଖାଲି ସେତିକି ନୁହେଁ ଏବର ଦ୍ରୋଣାଚାର୍ଯ୍ୟମାନଙ୍କୁ ପାଠ ଅପେକ୍ଷା ଶାଠ କାମ ଅଧିକ କରିବାକୁ ପଡୁଛି । ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ଭୋଟର ତାଲିକା ପ୍ରସ୍ତୁତି, ସଂଶୋଧନ ଏପରିକି ଲୌହ ବଟିକା ବନ ଆଦି କାମ ଶିକ୍ଷକମାନଙ୍କ ଉପରେ ଲଦି ଦିଆଯାଉଛି ।ଖାଲି ସେତିକି ନୁହେଁ ସମଗ୍ର ଦେଶରେ ପ୍ରାୟ ୧୨ ଲକ୍ଷ ଶିକ୍ଷକ ପଦବୀ ଖାଲି ପଡିରହିଛି । ଏହି ପଦବୀ ଗୁଡିକ ପୂରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉନାହିଁ । ସେହିପରି ଆବଶ୍ୟକୀୟ ଭିିଭୂମି ଓ ଆନୁସଙ୍ଗିକ ବ୍ୟବସ୍ଥାର ଅଭାବ ରହିଛି ।

ଆମ ରାଜ୍ୟରେ ମଧ୍ୟ ଅନୁରୂପ ଅବସ୍ଥା । ଆପଣ ଏକାଧାରରେ ଥିଲେ ଜଣେ ଶିକ୍ଷକ, ଶିକ୍ଷାବିତ୍‌, ଦାର୍ଶନିକ, କୂଟନୀତିଜ୍ଞ ଓ ସର୍ବୋପରି ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ଓ ଦ୍ୱିତୀୟ ରାଷ୍ଟ୍ରପତି । ଆପଣଙ୍କୁ ଆମ ଦେଶର ସର୍ବକାଳୀନ ଶ୍ରେଷ୍ଠ ଶିକ୍ଷକ ଓ ଶିକ୍ଷା ସଂସ୍କାରକ ଭାବେ ଗ୍ରହଣ କରାଯାଇଛି । ୧୯୬୨ ମସିହାରେ ଭାରତର ସର୍ବୋଚ୍ଚ ଆସନ ରାଷ୍ଟ୍ରପତି ପଦ ଅଳଙ୍କୃତ କରିବାପରେ ଆପଣଙ୍କର କେତେକ ଛାତ୍ର ଓ ଶୁଭେଚ୍ଛୁ ଆପଣଙ୍କ ଜନ୍ମଦିନକୁ ଆଡମ୍ବର ସହକାରେ ପାଳନ କରିବାକୁ ଅନୁମତି ମାଗନ୍ତେ,ଆପଣ କହିଲେ – “ଯଦି ମୋ ଜନ୍ମ ଦିନକୁ ପାଳନ କରିବାକୁ ଚାହୁଁଛ ତେବେ ମୋ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳନ କଲେ ମୁଁ ବହୁତ ଖୁସି ହେବି” । ଛାତ୍ର ଓ ଶୁଭେଚ୍ଛୁମାନେ ଆପଣଙ୍କ କଥା ରଖିଲେ ଓ ସେହିଦିନଠାରୁ ଗୁରୁଦିବସ ପାଳନ ଆରମ୍ଭ ହେଲା । ଆଜି ଗୁରୁ ଦିବସ ପାଳନ ଅବସରରେ ଆତ୍ମ ସମୀକ୍ଷା କରିବାର ସମୟ ଆସିଛି । ସମୟ ବଦଳିବା ସହିତ ବଦଳି ଯାଇଛି ଗୁରୁ ଶିଷ୍ୟର ସମ୍ପର୍କର ନିବିଡତା । ଏତିକି ବେଳେ ମନେପଡନ୍ତି ସେ ସମୟର ଗୁରୁ ଓ ଶିଷ୍ୟମାନେ । ଅପରପକ୍ଷରେ ଗୁରୁଦିବସକୁ ନେଇ ଗୁରୁମାନେ ଖୁସିରେ ନାହାଁନ୍ତି । ପ୍ରାଥମିକ, ମାଧ୍ୟମିକ, ଉଚ୍ଚମାଧ୍ୟମିକ ଓ ମହାବିଦ୍ୟାଳୟଠାରୁ ଆରମ୍ଭକରି ସବୁସ୍ତରରେ ଶିକ୍ଷକଙ୍କ ମନରେ ଅସନ୍ତୋଷ ରହିଛି । ସେମାନଙ୍କ ବିଭିନ୍ନ ସମସ୍ୟା ଏବେବି ଅସମାହିତ ହୋଇ ରହିଛି । ଏଥିପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଘା ନାହିଁ । ସେଥିପାଇଁ ଅଧିକାଂଶ ସମୟରେ ଶିକ୍ଷକ ଓ ଅଧ୍ୟାପକ ମାନେ ଦାବି ପୂରଣ ନେଇ ରାଜରାସ୍ତାକୁ ଓହ୍ଲାଉଛନ୍ତି ।

ଦେଶର ଭବିଷ୍ୟତ ଗଢିବା ଦାୟିତ୍ୱ ନେଇଥିବା ଶିକ୍ଷକ ମାନଙ୍କ ପ୍ରତି ସରକାର ସମ୍ବେଦନଶୀଳ ହେବା ଜରୁରୀ ମନେହୁଏ । ହେ ମହାନ ଯୁଗପୁରୁଷ ! ଆପଣ ଆମର ଚିରନମସ୍ୟ । ଆପଣଙ୍କ ଭଳି ପୁରୁଷ ଯୁଗେ ଯୁଗେ ଜନ୍ମ ଲାଭକରି ଏ ଜାତିକୁ ଦିଗ୍‌ଦର୍ଶନ ଦିଅନ୍ତୁ, ଏତିକି ମାତ୍ର କାମନା । (ହିମାଂଶୁ ଶେଖର ଆଚାର୍ଯ୍ୟ ଲଥାଙ୍ଗ, ରାହାମା, ଜଗତସିଂହପୁର)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Taneira reimagines ‘Solah Shringaar’ for the modern Indian woman with its new Diwali campaign

Taneira reimagines ‘Solah Shringaar’ for the modern Indian woman with its new Diwali campaign

October 7, 2026
ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

VeDakshata : Creating Pathways to Livelihood for Rural Youth

October 7, 2026
ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

October 7, 2026
Silver Gandhi demands regularisation of Contractual Teachers – Submitted Memorandum to CM

ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ – ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

October 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Taneira reimagines ‘Solah Shringaar’ for the modern Indian woman with its new Diwali campaign

Taneira reimagines ‘Solah Shringaar’ for the modern Indian woman with its new Diwali campaign

October 7, 2026
ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

VeDakshata : Creating Pathways to Livelihood for Rural Youth

October 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version