
ଓଡିଶା ତାଜା ନ୍ୟୁଜ୍ (୪ ସେପ୍ଟେମ୍ବର ଶୁକ୍ରବାର) ଭୁବନେଶ୍ୱର :- ଆଜି ନିଜ ଫେସବୁକ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି କରୋନା ସଂକ୍ରମିତ ହୋଇଛନ୍ତି । ସେ ଏନେଇ ଆଜି ନିଜ ଫେସବୁକ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।
ଶ୍ରୀ ମୁଦୁଲି ଏବେ ସୁସ୍ଥ ଅଛନ୍ତି ଓ ନିଜକୁ ଘରେ ସଙ୍ଗରୋଧରେ ରଖିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜର କୋଭିଡ୍ ପରୀକ୍ଷା କରାଇ ନେବାକୁ ସେ ଅନୁରୋଧ କରିଛନ୍ତି।














