No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ରଥଖଳାରେ ରଥ ନିର୍ମାଣ କାର୍ଯ୍ଯ ଆଗେଇ ଚାଲିଛି । ପାରାଭାଡି ଓ ପୋଟଳ ନିର୍ମାଣ କାର୍ଯ୍ଯ ଜାରି ରହିଛି । ରଥ ଗଡିବା ପରେ ରଥ ଫିଟ ଅଛି କି ନାହିଁ ତାର ସାର୍ଟିଫିକେଟ ପୂର୍ତ୍ତ ବିଭାଗ ଦେବ ।
ରଥ ନିର୍ମାଣ ହେବା ପରେ ଖରାବର୍ଷା ଯୋଗୁ ଅର, ଚକ,ପଇ ଅଖ ଓ ଚାପ ସୃଷ୍ଟି ଜୟଣ୍ଟ ଗୁଡିକ ମଙ୍ଗଳବାର ସଂଧ୍ଯାରେ ଏକ ଇଞ୍ଜିନିୟର ଟିମ ଅନୁଧ୍ୟାନ କରିଥିଲେ । ଏହି ଟିମରେ ଚିପ୍ ଇଞ୍ଜିନିୟର ଧ୍ୟାନଚାନ୍ଦ ନାୟକ,
ପୂର୍ତ୍ତ ବିଭାଗ ଆଡିସନାଲ ଚିପ ଇଞ୍ଜିନିୟର ରଶ୍ମିରଞ୍ଜନ ସାହୁ, ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ସୌମ୍ୟରଞ୍ଜନ ଦ୍ବିବେଦୀ,ସହକାରୀ ଯନ୍ତ୍ରୀ ଇଞ୍ଜିନିୟର ଜଗନ୍ନାଥ ମିଶ୍ର, ଇଞ୍ଜିନିୟର ସନ୍ତୋଷ କୁମାର ବେଉରା,
ଇଞ୍ଜିନିୟର ସରୋଜ ମିଶ୍ର, ଇଞ୍ଜିନିୟର ବିଶ୍ବଜିତ ମହାପାତ୍ର ଓ ସଂଯୋଜକ ସୁଶାନ୍ତ କୁମାର ଦାସ ପ୍ରମୁଖ ଅନୁଧ୍ୟାନ କରିଥିଲେ । ରଥଖଳାରୁ ଦକ୍ଷିଣମୋଡ ହେବା ପର୍ଯ୍ୟନ୍ତ ଇଞ୍ଜିନିୟର ମାନେ ରଥ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ।

No Result
View All Result