No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ଯରେ ଚାଲିଥିବା ବିଜେପି ସରକାର ଏକବର୍ଷ ପୂର୍ତ୍ତି ଉପଲକ୍ଷେ କେବଳ ଫମ୍ପା ଆୱାଜ ଦେଉଛି ବୋଲି ସୋମବାର ପୂର୍ବାହ୍ନରେ ହଲିଡେ ରିସର୍ଟ ଠାରେ ବିଜେଡି ପକ୍ଷରୁ ଜନ ଜାଗରଣ ଅଭିଯାନ ଉପଲକ୍ଷ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତାମାନେ ମତବ୍ୟକ୍ତ କରିଛନ୍ତି । ଆସନ୍ତାକାଲି ରାଜ୍ଯର ଛାତ୍ର ଯୁବ ବିଜେଡି ନେତା ଓ କର୍ମୀମାନେ ବାଲିଗୁଆଳି ସ୍ଥିତ ସ୍ବାମୀ ନାରାୟଣ ମନ୍ଦିରରେ ଜନ ଜାଗରଣ ଅଭିଯାନ ପାଇଁ ମାନସ ମନ୍ଥନ ଅନୁଷ୍ଠିତ ହେବ । ବିଦେଶୀ ପୁଞ୍ଜି ନିବେଶ କରିବାରେ ରାଜ୍ଯ ସରକାର ବିଫଳ ହୋଇଛନ୍ତି ।
ନିଯୁକ୍ତି ଓ ଦକ୍ଷତା ବିକାଶ ପ୍ରତିଶ୍ରୁତି କେବଳ ଧୂଆଁବାଣ ପାଲଟିଛି । ଟଙ୍କା ଦିଅ ଚାକିରି ନିଅ ନ୍ଯାୟରେ ଚାଲିଛି ନିଯୁକ୍ତି । ଗତବର୍ଷ ଆଡପ ପହଣ୍ଡି ବେଳେ ବଡଠାକୁର ପଡିଗଲେ ତାର ତଦନ୍ତ ହୋଇପାରିନାହିଁ । କଟନି ଛଟନିରେ ୮ରୁ ୧୨କେଜି ଧାନ କଟୁଛି । ଯାଜପୁରର ହଇଜା ୬ ଜିଲ୍ଲାକୁ ବ୍ଯାପିଲାଣି । କିନ୍ତୁ ସରକାରଙ୍କ ନିଦ ଭାଙ୍ଗୁନାହିଁ । ଓଡିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅବସ୍ଥାକୁ ଚାଲିଗଲାଣି । ମିଛ ଡିଣ୍ଡିମ ପିଟିବାରେ ଏ ସରକାର ଆଗରେ ରହିଛି ।
ଶ୍ରୀକ୍ଷେତ୍ରରୁ ଏହି ଜନ ଜାଗରଣ ଆନ୍ଦୋଳନ ୩୦ ଜିଲ୍ଲାକୁ ବ୍ଯାପିବ । କଥା ଦେଇ କଥା ରଖୁନି ବିଜେପି ସରକାର । ଏ ସରକାର କେବଳ କଥା ପ୍ରବଳ କାମ ଦୁର୍ବଳ । ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି କରିବ ଦୁର୍ବାର ଆନ୍ଦୋଳନ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ବାଙ୍କି ବିଧାୟକ ଟୁବୁ ତ୍ରିପାଠୀ, ବିଜେଡି ନେତା ବ୍ଯୋମକେଶ ରାୟ, ବଳବନ୍ତ ରାୟ,ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result