ଓଡିଶା ତାଜା ନ୍ୟୁଜ୍ (୪ ସେପ୍ଟେମ୍ବର ଶୁକ୍ରବାର) ପଦ୍ମପୁର :- ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ମିଠାପାଲି ଗ୍ରାମର କିଛି ଛାତ୍ର ଛାତ୍ରୀ ରାସ୍ତା ଘାଟ ସଫା କରୁଥିବାର ଦେଖିବାକୁ ମିଳିଥିଲା । ସେମାନଙ୍କୁ ପଚାରିବାରୁ ସେମାନେ କହନ୍ତି ଦିର୍ଘ ଦିନ ଧରି କରୋନା ସକାଶେ ଘରେ ରହି ବୋର୍ ହୋଇଯାଉଛୁ । ପାଠ’ତ ଅନଲାଇନ ରେ ପଢ଼ିବାକୁ ସରକାର ନିଷ୍ପତି ନେଇଛନ୍ତି । ଯାହା ପାଖରେ ବଡ ମୋବାଇଲ ଅଛି ସେ ପାଠ ପଢ଼ି ଅନ୍ୟ ପାଠରେ ମଧ୍ୟ ମନୋନିବେଶ କରି ପାରୁଛି । ଯାହାର ଆର୍ଥିକ ସମ୍ବଳ ନାହିଁ ସେ କଣ କରିବ ବୋଲି ମତ ପ୍ରଦାନ କରିଥିଲେ ।
ସେଇଥିପାଇଁ ଫ୍ରି ସମୟ ରେ ଆମେ ରାସ୍ତାଘାଟ ସଫା କରିବାରେ ଲାଗିପଡିଛୁା କରୋନା ମହାମାରୀ ସମୟରେ ସ୍କୁଲ କଲେଜ ବନ୍ଦ ଥିବାରୁ କିଛି ଛାତ୍ର ଓ କିଛି ସମାଜ ସେବୀ ସହେଯୋଗ କରିଛନ୍ତି. । ପିଣ୍ଟୁ ଧରୁଆ, ଗୌରାଙ୍ଗ ଭୋଇ ଜଗମୋହନ ମଲ୍ଲଜ, ଗୁଳସନ ସାହୁ ଅଶ୍ଵିନି ପୁଞ୍ଜି, ସଂଜୟ ବିଶ୍ଵାଳ, ଅମର ଧରୁଆ, କିଶୋର ବାରିକ,ନିତୋଷ୍ ଭୋଇ, ପ୍ରକାଶ ଧରୁଆ, ଉମାକାନ୍ତ ସାହୁ, ସରୋଜ କୁମାର ଭୋଇ, ହଳଧର ସାହୁ, ଜଗା ଛତର,ରତନ ରାଉତ, ସିଥୁନ ସିକା ପ୍ରମୁଖ ସହଯୋଗ କରିଛନ୍ତି । ରିପୋର୍ଟ – ନିରୋଜ କୁମାର ପାଣୀ














