No Result
View All Result
ବୋଲଗଡ଼ ବେଗୁନିଆ (ଓଡ଼ିଶା ତାଜା ନ୍ୟୁଜ୍) ବୋଲଗଡ଼ :- ବୋଲଗଡ଼ ବେଗୁନିଆ ବାସୀଙ୍କ ପାଇଁ ଖୁସି ଖବର । ଜଳସେଚିତ ହେବ 7770 ହେକ୍ଟର ଚାଷଜମି । ଏଥିପାଇଁ 360 କୋଟି ବ୍ୟୟରେ ଉଠାଜଳସେଚନ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ବୋଲଗଡ଼ ବେଗୁନିଆ ବାସୀଙ୍କ ଏହା ଦୀର୍ଘ ଦିନର ଦାବି ଥିଲା । ଏନେଇ ସେମାନେ ଭୁବନେଶ୍ବର ସାଂସଦଙ୍କୁ ଜଣାଇଥିଲେ । ସମଗ୍ର ବୋଲଗଡ଼ ବେଗୁନିଆ ଏକ କୃଷି ପ୍ରଧାନ ଅଞ୍ଚଳ ।
ଅଧିକାଂଶ ଲୋକେ କୃଷି ଉପରେ ନିର୍ଭର କରିଥାନ୍ତି । ତେବେ ଚାଷ ଜମିକୁ ଜଳ ଯୋଗାଣ ନହୋଇପାରୁଥିବରୁ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ ଚାଷୀମାନେ । ଅଞ୍ଚଳରେ ଏକ ମେଗା ଉଠାଜଳସେଚନ ପ୍ରକଳ୍ପ କରିବା ପାଇଁ ଭୁବନେଶ୍ବର ସାଂସଦଙ୍କ ନିକଟରେ ଦାବି ରଖିଥିଲେ । ସାଂସଦ ଏହାକୁ ଗୁରୁତ୍ବ ସହ ନେଇଥିଲେ ଏବଂ ଜଳସମ୍ପଦ ବିଭାଗ ଆଗରେ ବୃହତ ଜଳସେଚନ ପ୍ରକଳ୍ପ ପାଇଁ ପ୍ରସ୍ତାବ ରଖିଥିଲେ ।
ଯାହା ଆଜି ବାସ୍ତବ ରୂପ ନେବାକୁ ଯାଉଛି । 360 କୋଟି ଟଙ୍କାର ଉଠାଜଳସେଚନ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି ଆଉ ଖୁବ୍ ଶିଘ୍ର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ତେବେ ଏହାକୁ ନେଇ ଖୁସୀ ବ୍ୟକ୍ତ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଥିବାରୁ ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଜଳସେଚନ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ତେବେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଲେ ନିଜେ ଯାଇ ଏହାର ସମୀକ୍ଷା କରିବେ ବୋଲି କହିଛନ୍ତି ସାଂସଦ ।

No Result
View All Result