No Result
View All Result
ନିଆଳି (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ଜିଲ୍ଲା ନିଆଳି ବ୍ଲକର ଅଲଣା ଗ୍ରାମର ବଳରାମ ଭୋଇ (୪୮ ) ନାମକ ଜଣେ ବ୍ୟକ୍ତି ଗତ କାଲି କନ୍ଦଳ ନଦୀରେ ମାଛ ଧରୁଥିବା ବେଳେ ପାଣିରେ ଭାସି ଯାଇଥିଲା । ଖବର ପାଇ ନିଆଳି ଅଗ୍ନିଶ୍ରମ ବାହିନୀ ଦଳ ନଦୀରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ବଳରାମ ଭୋଇଙ୍କର କୌଣସି ପତା ମିଳି ନ ଥିଲା ।
ଖବର ପାଇ ନିଆଳି ତହସିଲଦାର ଏବଂ ନିଆଳି ପୋଲିସ୍ ପହଞ୍ଚି ଏହାର ତଦନ୍ତର ଅନୁସନ୍ଧାନ କରିବା ସହ ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛନ୍ତି । ଘଟଣାରୁ ଜଣା ପଡ଼ିଛି ଯେ ବଳରାମ ସହିତ କିଛି ଲୋକ ମାଛ ଧରିବାକୁ କନ୍ଦଳ ନଦୀର ପସଂଗ ଖମା ସ୍ଥିତ ନଦୀକୁ ଯାଇଥିଲେ, ବଡ ଦୁଃଖର ବିଷୟ ମାଛ ଧରି ବଳରାମ ଗାଧୋଉ ଥିବା ବେଳେ ପାଣିରେ ଭାସିଯାଇ ବୁଡ଼ି ଯାଇଥିଲା , କିଛି ଲୋକ ପାଟି କରି ଡାକ ଛାଡିଥିଲେ,
ସେଠାରେ ଲୋକେ ପହଞ୍ଚି ନିଆଳି ଅଗ୍ନିସମ ବାହିନୀକୁ ଖବର ଦେଇଥିଲେ, ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ନଦୀରେ ବହୁ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ବଳରାମର ପତା ପାଇ ନଥିଲେ । ଆଜି ମଧ୍ୟ ଉଦ୍ଧାରକାରୀ ଦଳ ପକ୍ଷରୁ ଖୋଜା ଖୋଜି ଚାଲିଛି । ବଳରାମ ଭୋଇ ଜଣେ ଗରୀବ ଲୋକ ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଦେବାକୁ ବିଭିନ୍ନ ମହଲରୁ ଦାବୀ କରାଯାଇଅଛି ।

No Result
View All Result