• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଅନଲକ୍‌-୪ : ଅଂଟା ସଳଖିବାକୁ କ୍ଷୁଦ୍ର ବ୍ୟବସାୟୀଙ୍କ ପ୍ରୟାସ ଆରମ୍ଭ – ହିଞ୍ଜିଳିକାଟୁ

Proprietor Abhimanyu Maharana by Proprietor Abhimanyu Maharana
September 4, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ଅନଲକ୍‌-୪ : ଅଂଟା ସଳଖିବାକୁ କ୍ଷୁଦ୍ର ବ୍ୟବସାୟୀଙ୍କ ପ୍ରୟାସ ଆରମ୍ଭ – ହିଞ୍ଜିଳିକାଟୁ
Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ (୪ ସେପ୍ଟେମ୍ବର ଶୁକ୍ରବାର) ହିଞ୍ଜିଳିକାଟୁ :- ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିବା ପରେ ଏହାକୁ ପ୍ରତିହିତ କରିବା ସକାଶେ ସରକାର ଓ ପ୍ରଶାସନ ପକ୍ଷରୁ ଦୀର୍ଘ ୫ମାସ ଧରି ଲକଡ଼ାଉନ, ସଟଡ଼ାଉନ, କଂଟେନମେଂଟ, ବଫରଜୋନ, ୧୪୪, ଜନତାକର୍ଫ୍ୟୁ ପ୍ରଭୃତି ଜାରି କରାଯାଇଥିଲା । ଏଭଳି ଦୁର୍ଦ୍ଧିନ ସମୟରେ ବିଭିନ୍ନ ବର୍ଗର ଲୋକଙ୍କ ଜୀବନଶୈଳୀ ପ୍ରଭାବିତ ହୋଇଛି । ବିଶେଷକରି ମଧ୍ୟବିତ୍ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ଆର୍ଥୀକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ସେମାନଙ୍କ ଜୀବନ ଜୀବିକା ଦୁର୍ବିସହ ପାଲଟି ଯାଇଛି । କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଦୀର୍ଘ ୫ମାସରୁ ଉର୍ଦ୍ଧ୍ୱ ସମୟ ଧରି ଦୋକାନ ବଜାର ବନ୍ଦ ରହିବା ସହ ଏକପ୍ରକାର ଭାବେ ଘର ମଧ୍ୟରେ ବନ୍ଦୀ ଭାବେ ଜୀବନ କଟାଇବାକୁ ପଡ଼ୁଥିଲା । ଗରିବ, ଖଟିଖିଆ, ଦିନ ମଜୁରିଆ, ଉଠା ଦୋକାନୀ, ବୁଲା ବିକାଳି, ସେଲୁନ ବ୍ୟବସାୟୀ, ପାନ ଓ ଚାହା ଦୋକାନି, ଅଟୋ ଚାଳକ, ହୋଟେଲ ଓ ଯାତ୍ରୀବାହୀ ଗାଡ଼ି ଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ନିଜର ଜୀବନ ଜୀବିକା ହରାଇ ବସିବା ସହ ପେଟକୁ ଦୁଇଓଳି ଦୁଇ ମୁଠା ଖାଦ୍ୟ ସଂଗ୍ରହ ସକାଶେ ସଂଘର୍ଷ କରି ଆସୁଥିଲେ । ସେପ୍ଟମ୍ବର ପହିଲାରୁ ଅନଲକ୍‌-୪ କାର୍ଯ୍ୟକାରୀ କରାଯାଇଛି । ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ଉଦ୍ୟମ ଏବଂ ଜନସାଧାରଣଙ୍କ ସଚେତନ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାର ଦିନକୁ ଦିନ କମିବାରେ ଲାଗିଛି । ଯାହାକି ପ୍ରଶାସନକୁ ଆଶ୍ୱସ୍ତି ଯୋଗାଇ ଦେବା ସହ ସାଧାରଣ ଜୀବନଯାତ୍ରାକୁ ସ୍ୱାଭାବିକ କରିବା ଲାଗି କଟକଣାକୁ ସମ୍ପୁର୍ଣ୍ଣ ମାତ୍ରାରେ କୋହଳ କରାଯାଇଛି ।

ଏଭଳି ପରିସ୍ଥିତିରେ ହିଞ୍ଜିଳିକାଟୁ ପୌରାଂଚଳ ସମତେ ବ୍ଳକର ବିଭିନ୍ନ ଗ୍ରାମାଂଚଳର କ୍ଷୁଦ୍ର ବ୍ୟବସାୟୀ ମାନେ ଅଂଟା ସଳଖିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ପରିବାର ପ୍ରତିପୋଷଣ କରିବା ପାଇଁ ନିଜ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି ସତ କିନ୍ତୁ ପ୍ରଶାସନର ପଂଚସୂତ୍ରୀ ନିୟକୁ କଡ଼ାକଡ଼ି ଭାବେ ପାଳନ କରି ବ୍ୟବସାୟ କରିବେ ବୋଲି କିଛି କ୍ଷୁଦ୍ର ବ୍ୟବସାୟୀ ମତ ପ୍ରକାଶ କରିଛନ୍ତି । ହିଞ୍ଜିଳିକାଟୁ ବସଷ୍ଟାଣ୍ଡୂ ଅଂଚଳର ଧନୁ ଗୌଡ଼ ଓ ସିନେମାହଲ ଛକରେ ଚାହା ଦୋକାନ କରିଥିବା ସୁବାଷ ସାହୁ କହିଛନ୍ତି ଯେ, ବହୁ ଦିନ ଧରି ଦୋକାନ ବନ୍ଦ ରହିଥିବାରୁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇ ପଡ଼ିଥିଲା । ଘରେ ସେମାନଙ୍କ ୫ ପ୍ରାଣୀ ରହିଥିବା ବେଳେ ସେମାନଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବା ବର୍ତମାନ ପରିସ୍ଥିତିରେ କଷ୍ଟକର ବ୍ୟାପାର ହୋଇପଡ଼ିଛି । କଟକଣାକୁ କୋହଳ କରାଯାଇଛି ସତ ହେଲେ ଏବେ ବି ପୂର୍ବ ପରି ଚାହା ବିକ୍ରି ହୋଇପାରୁନି । ନିୟମ ମାନି ବ୍ୟବସାୟ କରୁଥିଲେ ମଧ୍ୟ ଗ୍ରାହକଙ୍କ ଭିଡ଼କୁ ନେଇ ବହୁ ସମୟରେ ପୁଲିସ ଓ ପୌର ପ୍ରଶାସନର ଜରିମାନା ଭୟ ଘାରୁଛି । ସେହିପରି ଫାଷ୍ଟ୍‌ଫୁଡ଼୍ ଦୋକାନ କରିଥିବା ସୁବାଷ ଗୌଡ଼ କୁହନ୍ତି ଜୀବନରେ ଏଭଳି ପରିସ୍ଥିତି କେବେ ବି ଦେଖିନଥିଲି । ଆମିଷ ଫାଷ୍ଟଫୁଡ଼ ଦୋକାନରୁ ପ୍ରତ୍ୟହ ୪ରୁ ୫ ହଜାର ଟଙ୍କାର ବ୍ୟବସାୟ ହେଉଥିଲା । କର୍ମଚାରୀଙ୍କ ଦରମା ଓ ଆନୁଷଙ୍ଗିକ ସାମଗ୍ରୀ କିଣିବା ପରେ ବେଶ ୨ପଇସା ଲାଭ ହେଉଥିଲା । ସେଥିରେ ପରିବାର ପ୍ରତିପୋଣ କରିବା ସହ କିଛି ସଂଚୟ ହେଉଥିଲା । ମାର୍ଚ୍ଚ ମାସ ଠାରୁ ଦୋକାନ ବଜାର ବନ୍ଦ ହେବା ପରେ ସଂଚିତ ଅର୍ଥ ଶେଷ ହୋଇଯାଇ ହାତ ଉଧାର କରି ଚଳି ଆସୁଥିଲେ । କିଛି ଦିନ ପରେ ପୁଣିଥରେ ବ୍ୟବସାୟ ଜୋର ଧରିବ ବୋଲି ଆଶାବାଦୀ ରହିଛନ୍ତି । ଯାତ୍ରୀବାହୀ ଅଟୋ ଚାଳକ ମାନଙ୍କ ଅବସ୍ଥା କହିଲେ ନସରେ । ଗାଡ଼ି ଗଡ଼ିବା ଆରମ୍ଭ ହେବା ପରେ ପୁଣିଥରେ ସେମାନଙ୍କ ମୁହଁରେ ହସ ଫୁଟିଛି । ଋଣରେ ଅଟୋ କିଣିବା ପରେ ବର୍ତମାନ କିସ୍ତି ସୁଝିବା ସମ୍ଭବ ବୋଲି ଅଟୋ ଚାଳକ ବରୁଣ ସାହୁ, ସନ୍ତୋଷ ଡ଼ାକୁଆ ଓ ବହୁ ଅଟୋ ଚାଳକ କହିଛନ୍ତି । (ହିଞ୍ଜିଳିକାଟୁ/ଶେଷଦେବ ସାହୁ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ

ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ

September 7, 2026
Soulful Sarod of Virtuoso Pt. Tejendra Majumdar and Captivating Odissi by Smt

୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା

September 7, 2026
Soulful Sarod of Virtuoso Pt. Tejendra Majumdar and Captivating Odissi by Smt

Soulful Sarod of Virtuoso Pt. Tejendra Majumdar and Captivating Odissi by Smt

September 7, 2026
ଓଡ଼ିଶାର ସର୍ବୋଚ୍ଚତମ ଗଣେଶ ପ୍ରତିମୂର୍ତ୍ତି (୭୧) ଫୁଟ ଉଚ୍ଚତା…

ଓଡ଼ିଶାର ସର୍ବୋଚ୍ଚତମ ଗଣେଶ ପ୍ରତିମୂର୍ତ୍ତି (୭୧) ଫୁଟ ଉଚ୍ଚତା…

September 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ

ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ

September 7, 2026
Soulful Sarod of Virtuoso Pt. Tejendra Majumdar and Captivating Odissi by Smt

୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସନ୍ଧ୍ୟା

September 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version