No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସଦର ଥାନା ଫୁଲନଖରା ଛକ ନିକଟସ୍ଥ ପୁରୁଣା କାଚରାମାଳ ଗ୍ରାମର ଆକ୍ସନ ଗୃପର ସଦସ୍ୟ ମାନେ ସୋମବାର ଶେଷ ରଜରେ ନିଜ ଗ୍ରାମର କୃତି ଛାତ୍ରୀ ସୈ।ମ୍ୟାଶ୍ରୀ ଜେନା ଙ୍କୁ ଟ୍ରଫି ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହିତ ବାଣଫୁଟାଇ ଅଭିନନ୍ଦନ ଜଣାଇଥିଲେ । କୃତି ଛାତ୍ରୀ ସୈ।ମ୍ୟାଶ୍ରୀ ଭୁବନେଶ୍ୱର ରମାଦେବୀ କଲେଜର ଯୁକ୍ତ ଦୁଇ କମର୍ସ ଶ୍ରେଣୀର ଛାତ୍ରୀ ।
ସେ ଚଳିତ ବାର୍ଷିକ ପରୀକ୍ଷାରେ ୫୫୪ ନମ୍ବର ତଥା ୯୨ ଦଶମିକ ୩୩ ପର୍ସେଣ୍ଟ ରଖି ଉତ୍ତୀର୍ଣ୍ଣ ହୋଇଥିବାରୁ ପୁରୁଣା କାଚରାମାଳ ଗ୍ରାମର ଗୈାରବ ଆଣିପାରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ସମାସ୍ତେ ତାଙ୍କୁ ସ୍ବାଗତ ଅଭିନନ୍ଦନ ଜଣାଇଥିବା ସହିତ ସେ ଆଗକୁ ବଢନ୍ତୁ ବୋଲି କାମନା କରିଥିଲେ । 
ଆକ୍ସନ ଗୃପର ସଦସ୍ୟ ସୁଜିତ କୁମାର ଜେନା, ପ୍ରଦିପ ସାହୁ, ସତ୍ୟଜିତ ସାହୁ , ସଞ୍ଜୟ ବେହେରା , ଲକ୍ଷ୍ମୀଧର ଜେନା, ସମାଜସେବୀ ପୁଷ୍ପାଞ୍ଜଳି ମହାପାତ୍ର ଯୋଗ ଦେଇ କୃତି ଛାତ୍ରୀ ସୈ।ମ୍ୟାଶୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।


No Result
View All Result