No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଜିଲ୍ଲାର ଷ୍ଟାଡିୟମ ଠାରେ ରେ ବିକଶିତ ମେଳାର ୫ମ ଦିନରେ ସଂଧ୍ୟା ୬.୦୦ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ , ଅକ୍ଷୟ ସୁନୀଲ ଅଗ୍ରୱାଲ ସ୍ୱ।ଗତ ଭାଷଣ ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ହସ୍ତତନ୍ତ ବୟନ ଶିଳ୍ପ ଓ ହସ୍ତଶିଳ୍ପ, ମାନ୍ୟବର ବିଧାୟକ ଖଣ୍ଡପଡ଼ା ଦୁଷ୍ମନ୍ତ କୁମାର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ,ଭିଡିଓ, ଖଣ୍ଡପଡ଼ା ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୁଖ୍ୟ ଅତିଥି ଓ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ପରେ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ବନ୍ଦେ ଉତ୍କଳଜନନୀ ସଙ୍ଗୀତ ରେକର୍ଡିଙ୍ଗ ପରି ବେଷଣ କରାଯାଇଥିଲା ଜିଲ୍ଲାପାଳ ଅଭିଭାଷଣ ରେ କହିଥିଲେ ଯେ ବିକଶିତ ମେଳା ରାଜ୍ୟ ସରକାରଂକ ଜନ କଲ୍ୟାଣକାରୀ ଯୋଜନା । ୨୦୩୬ ସୁଦ୍ଧା ନୟାଗଡ଼ ଜିଲ୍ଲା ଅଗ୍ରଣୀ ଜିଲ୍ଲା ଭାବେ ପରିଚିତ ହେବାକୁ ଯାଉଛି, ସେଥିପାଇଁ ଆଜି ମାନ୍ୟବର ପ୍ରଭାରୀ ମନ୍ତ୍ରୀ, ପ୍ରଦୀପ ବଳ ସାମନ୍ତ ଙ୍କ ଅଧ୍ୟକ୍ଷତା ରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ସେହିପରି ମାନ୍ୟବର ବିଧାୟକ, ସୁଭଦ୍ରା ଯୋଜନା ଏବଂ ସରକାରଙ୍କ ର ବହୁମୁଖି କାର୍ଯ୍ୟକ୍ରମ ବିଷୟରେ କହିଥିଲେ । ସେହିପରି ମାନ୍ୟବର ମନ୍ତ୍ରୀ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କର ଦେଶରେ ଏଗାର ବର୍ଷର ବିକାଶ ଯୋଜନାରେ ଏଵଂ ରାଜ୍ୟ ସରକାରଂକ ଏକ ବର୍ଷ ପୁର୍ତ୍ତୀ ଅବସରରେ ପ୍ରତିଶ୍ରୁତି ଦେଇ ପାଳନ କରିଥିବା କଥା ପ୍ରକାଶ କରିଛନ୍ତି ଯାହାର ସଫଳତା ଶହେ ପ୍ରତିଶତ ହୋଇଛି । ସାଢେ଼ ଚାରିକୋଟି ଓଡିଆଙ୍କର ସୁନ୍ଦର ଭବିଷ୍ୟତ ପାଇଁ ଆମେ ୨୦୩୬ ସୁଦ୍ଧା ଏହାର ସଫଳତା ପାଇଁ ଏକ ଭିଜନ ରଖିଛୁ ।
ଏହାପରେ ଜଙ୍ଗଲ ଜମି ପଟ୍ଟା, ରାସନ୍ କାର୍ଡ, ଶ୍ରମିକ କଲ୍ୟାଣ ମୃତ୍ୟୁ କ୍ଷତିପୂରଣ କ୍ଷେତ୍ରରେ ହିତାଧିକାରୀ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ ଧନ୍ୟବାଦ ଦେଇଥିଲେ । ସଭା କାର୍ଯ୍ୟକୁ ସାଙ୍ଗ କରାଯାଇଥିଲା । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହିଥିଲା ।

No Result
View All Result