No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଓଡିଶା ସାଇକେଲ ପୋଲୋ ସଙ୍ଘ ର ପରିଚାଳନା କମିଟି ବୈଠକ ବୈଠକ ଅନୁଷ୍ଠିତ ହୋଇଯାଇଛି| ପୁରୀ ୟୁଥ ହଷ୍ଟେଲ ଠାରେ ଓଡିଶା ସାଇକେଲ ପୋଲୋ ସଂଘ ର ନୂତନ ସଭାପତି ଭାବେ ବିନୟ ନୃସିଂହ ମହାପାତ୍ର ଙ୍କୁ ମନୋନୀତ କରାଯାଇଛି |ଏହା ସହ ବିଭିନ୍ନ କାର୍ଯ୍ୟକର୍ତ୍ତା ନିର୍ବାଚିତ ହୋଇଛନ୍ତି ବୋଲି ସଙ୍ଘ ର ରାଜ୍ୟ ସାଧାରଣ ସମ୍ପାଦକ ରାଜକିଶୋର ମହାନ୍ତି ସାମ୍ବାଦିକ ସମିଳନୀ କହିଛନ୍ତି. | ଏହି ବୈଠକ ରେ ଓଡ଼ିଶାର ୧୦ଟି ଅନୁବନ୍ଧିତ ୟୁନିଟ ଯୋଗ ଦେଇଥିଲେ | ଏଥିରେ ଗୋପୀନାଥ ସାହୁ, ଅଭିମନ୍ୟୁ ଶତପଥୀ, ରଂଜିତ ମିଶ୍ର, ସଚ୍ଚିଦାନନ୍ଦ ଦାଶ (ବ୍ରହ୍ମପୁର), ଶରତ ମହାନ୍ତି, ଅମର ଆନନ ପଟ୍ଟନାୟକ, ପ୍ରିତିଶ ମହାନ୍ତି, ପ୍ରତୀକ ଦାଶ, ଶିବାଶିଷ ମହାନ୍ତି, ଅଂଶୁମାନ ଶତପଥୀ, ଶୁଭମ ଜେନା, ଶୁଭ୍ରଜିତ ମିଶ୍ର ଏବଂ ସମସ୍ତ ଜିଲ୍ଲାର ସମ୍ପାଦକ ମାନେ ଯୋଗଦାନ କରିଥିଲେ l
ଆଗାମୀ ଦିନରେ ଜାତୀୟ ସ୍ତରୀୟ ପ୍ରତିଯୋଗୀତା ଡିସେମ୍ବର ମାସ ରେ ଅନୁଷ୍ଠିତ ହେବ| ଏହି ଖେଳର ଉର୍ନ୍ନତି ପାଇଁ ସ୍କୁଲ ସ୍ତରରୁ ଖେଳାଳି ମାନଙ୍କୁ ଚୟନ କରାଯିବ ବୋଲି ସଂଘ ର ରାଜ୍ୟ ସଭାପତି କହିଛନ୍ତି| ସରକାର ଙ୍କ ନିକଟରେ ଖେଳାଳି ମାନଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ ସେ ନେଇ ସଂଘ ର ରାଜ୍ୟ ସାଧାରଣ ସମ୍ପାଦକ ନୂତନ ସଭାପତି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ନଭେମ୍ବର ସୁଧା ୨୦ଟି ଜିଲ୍ଲାରେ ଏହି ଖେଳ କୁ ପଞ୍ଜିକରଣ କରାଯିବ |ସାଇକେଲ ପୋଲୋ ଖେଳର ସମସ୍ତ ସୁବିଧା ଅସୁବିଧା ସରକାର ଙ୍କ ନିକଟରେ ପହଞ୍ଚେଇବା ନୂତନ ସଭାପତି ଙ୍କ ନେତୃତ୍ୱ କ୍ରମେ ଏକ ୩ଜଣିଆ ଡ୍ରାଫଟିଙ୍ଗ କମିଟି ଗଠନ କରାଯାଇଛି| ଡିସେମ୍ବର ସୁଦ୍ଧା ଜାତୀୟ ସ୍ତରୀୟ ସାଇକେଲ ପୋଲୋ ପ୍ରତିଯୋଗିତା ପୁରୀ ଠାରେ ଅନୁଷ୍ଠିତ ହେବ ବୋଲି ସଙ୍ଘ ର ସଭାପତି ପ୍ରକାଶ କରିଛନ୍ତି ।

No Result
View All Result