No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ତରଫରୁ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ନିକଟ ରେ ଏକଦିବସୀୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ସମସ୍ତ ସ୍ଵେଚ୍ଛାସେବୀ ମାନେ ବିଭିନ୍ନ ପ୍ରକାର ସେବା କାର୍ଯ୍ୟ ରେ ନିୟୋଜିତ ହୋଇଥିଲେ। ଜଳ ବଣ୍ଟନ, ଜଳ ସିଞ୍ଚନ, ମନ୍ଦିରଦର୍ଶନ ରେ ଶୃଙ୍ଖଳା ରକ୍ଷା ଏଵଂ ସୁରକ୍ଷା ଭଳି ଅନେକ କାର୍ଯ୍ୟ କରିଥିଲେ।
ଏହି ଏକ ଦିବସୀୟ ଶିବିର ମହାବିଦ୍ୟାଳୟ ର ଅଧକ୍ଷ ଡ8 ଚିତ୍ତ ରଞ୍ଜନ ଦ୍ବିବେଦୀ ଏଵଂ ଜାତୀୟ ସେବା ଯୋଜନା ର କାର୍ଯ୍ୟକ୍ରମ ଅଧିକାରିଣୀ ସୁଶ୍ରୀ ପନିସା ନାୟକ ଙ୍କ ତତ୍ତ୍ଵାବଧାନ ରେ ଆୟୋଜିତ ହୋଇଥିଲା। ଆକାଶ ସିଂ, ମୋନାଲିସା ଜେନା, ଶୁଭଶ୍ରୀ ଜେନା, ଦିପୁ ଶଙ୍ଖାବାର , ସାଗରିକ ଦାସ ଏବଂ ଅନ୍ୟ ସ୍ଵେଚ୍ଛାସେବୀ ମାନେ ଯୋଗଦାନ କରି ସେବା ସେବା ଯୋଗାଇଦେଇଥିଲେ।

No Result
View All Result