No Result
View All Result
କଳାହାଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- କେସିଙ୍ଗା ବ୍ଳକ ଅନ୍ତର୍ଗତ କିକିଆ ( ବଙ୍ଗାଳି ପଡା ) ଠାରେ କବିରାଜ ଦୁର୍ଗା ଚରଣ ପଧାନଙ୍କ ଆବାହନ କ୍ରମେ “ମୃତ୍ୟୁଞ୍ଜୟ ବୈଦ୍ୟ ସଙ୍ଘ ” କଳାହାଣ୍ଡି ତରଫରୁ ପ୍ରାଚୀନ ଶଲ୍ୟ ଚିକିତ୍ସାର ଜନକ “ଆଚାର୍ଯ୍ୟ ସୁଶୃତଙ୍କର ଜୟନ୍ତୀ ସମାରୋହ ” ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସଂଘର ବରିଷ୍ଠ ବୈଦ୍ୟ ନରହରି ସ୍ୱାଇଁ ସଭାପତିତ୍ବ କରିଥିଲେ l ସେ ଆଚାର୍ଯ୍ୟ ସୁଶୃତଙ୍କର ଜନ୍ମ, ଶିକ୍ଷା ଗ୍ରହଣ ଏବଂ ତାଙ୍କ ଦ୍ୱାରା ଲିଖିତ “ସୁଶୃତ ସଂହିତା” ଉପରେ ଅଭିଭାଷଣ ରଖିଥିଲେ l
ବୈଦ୍ୟ ଶରତ ଚନ୍ଦ୍ର ପଧାନ ସୁଶୃତ ଜୟନ୍ତୀ ଅବସରରେ ଉପସ୍ଥିତ ସମସ୍ତ ବୈଦ୍ୟଙ୍କୁ ଏକ ସଂକଳ୍ପ ନେବାକୁ କହିଥିଲେ ଯେ, ସମସ୍ତେ ଏକ ” ବଇଦ ମୁଣି ” ସବୁବେଳେ ସବୁ ସମୟରେ ପାଖରେ ରଖିବେ l ଯେଉଁଥିରେ ସଙ୍କଟକାଳୀନ ଚିକିତ୍ସାରେ ବ୍ୟବହାର ହେଉଥିବା ଆୟୁର୍ବେଦ ଔଷଧ ରହିବ l
ଯାହାଦ୍ୱାରା ଆମେ ଲୋକମାନଙ୍କୁ ସଙ୍କଟକାଳୀନ ଚିକିତ୍ସା ସେବା ଯୋଗାଇ ପାରିବା l ସଂଘର ସମ୍ପାଦକ କବିରାଜ ତ୍ରୈଲୋକ୍ୟ ପଧାନ ସୁଶୃତଙ୍କର ଶଲ୍ୟଚିକିତ୍ସାର ଆବିଷ୍କାର ଏବଂ ତାଙ୍କ ସଂହିତା ଉପରେ ତାଙ୍କ ଅଭିଭାଷଣ ରଖିଥିଲେ l ଏହା ପରେ ମୋହନ ନାଏକ , ସରୋଜ କାନ୍ତ ପଧାନ ଆଦି ତାଙ୍କର ବକ୍ତବ୍ୟ ରଖିଥିଲେ l ଶେଷରେ ବୈଦ୍ୟ ଜୟବୀର ବଗର୍ତ୍ତୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ l

No Result
View All Result