No Result
View All Result
ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :- କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ବିଜେପି ସରକାରର ୧୧ ବର୍ଷର ସେବା ଓ ସୁଶାସନ ଏବଂ ରାଜ୍ୟରେ ମୋହନ ମାଝୀ ସରକାରଙ୍କ ୧ବର୍ଷର ଉପଲବ୍ଧି ବିଷୟରେ ଆସ୍କା ସାଂସଦ ଅନିତା ଶୁଭ ଦର୍ଶିନୀ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ଓ ଉପସ୍ଥାପନା କରିଥିଲେ। ହିଞ୍ଜିଳିକାଟୁ ଠାରେ ଥିବା ଜିଲ୍ଲା କାର୍ଯ୍ୟାଳୟ ସଭାକକ୍ଷରେ ବିଜେପି ପକ୍ଷରୁ ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସ୍କା ସଂସଦ ଉପସ୍ଥିତ ରହି ଉପରୋକ୍ତ ସୁଚନା ଦେଇଥିଲେ । ଆସ୍କା ସାଙ୍ଗଠନିକ ଜିଲ୍ଲା(ଗଞ୍ଜାମ) ସଭାପତି ବିଜୟ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସ୍କା ସାଂସଦ ଅନିତା ଶୁଭ ଦର୍ଶିନୀ ଓ ସମ୍ମାନିତ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ,
କବିସୂର୍ଯ୍ୟନଗର ବିଧାୟିକ ପ୍ରତାପ କୁମାର ନାୟକ, ହିଞ୍ଜିଳି ବିଧାୟକ ପ୍ରାର୍ଥୀ ଶିଶିର ମିଶ୍ର ଓ ଅନିଲ କୁମାର ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ମୁଖ୍ୟ ଅତିଥି କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ସରକାରଙ୍କ ବିକଶିତ ଭାରତର ଅମୃତ କାଳରେ ସେବା, ସୁଶାସନ ଓ ଗରୀବ କଲ୍ୟାଣରେ ୧୧ବର୍ଷ ଓ ରାଜ୍ୟରେ ମୋହନ ମାଝୀ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନେକ ଉପଲବ୍ଧି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବିବରଣୀ ଉପସ୍ଥାପନା କରି ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କେନ୍ଦ୍ରରେ ବିଜେପି ସରକାର ଗଠନ ହେବା ପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଦେଶରୁ ଦୁର୍ନୀତିର ଅନ୍ଧକାର ଦୂର ଓ ସୁଶାସନର ଯୁଗ ଆରମ୍ଭ ହୋଇଛି।

ମହାନ ସଂସ୍କୃତି ଓ ଜାଗରଣର ପୁନରୁଦ୍ଧାର ହେବା ସହ ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ପ୍ରତ୍ୟାହାର, ତିନି ତଲାକ ଉଛେଦ, ଜିଏସଟି ଓ ୱାକାଫ୍ ବିଲ ଭଳି କଠିନ ନିଷ୍ପତ୍ତି ନିଆଯାଇଛି। ବୈଦେଶିକ ନୀତିରେ ସାଂସ୍କୃତିକ ଗୁରୁତ୍ଵ ସ୍ପଷ୍ଟ ଦୃଶ୍ୟମାନ ହୋଇଛି। ଏତିହ୍ୟ ସହିତ ବିକାଶ, ବିକାଶ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ, ଆତଙ୍କବାଦ ଉପରେ କଠୋର ନୀତି, ମେକ୍ ଇନ୍ ଇଣ୍ଡିଆ ଯୋଜନରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ଓ ରପ୍ତାନୀ ବୃଦ୍ଧି, ଆୟୁର୍ବେଦ ଓ ଯୋଗକୁ ବିଶ୍ଵସ୍ତରୀୟ ସ୍ଵୀକୃତି, ଶିଳ୍ପାୟନ, ସ୍ବାସ୍ଥ୍ୟ, ଶିକ୍ଷା, ଗରିବ କଲ୍ୟାଣ ଯୋଜନା ଓ ଡିଜିଟାଲ ଟ୍ରାକିଂ ଭଳି ପଦକ୍ଷେପ ସରକାରୀ ଯୋଜନରେ ତଦାରଖ କରିବାରେ ସହାୟକ ହୋଇଛି । ପହେଲ ଗାଁଓ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଭାରତୀୟ ବୀର ଯବାନଙ୍କ ଦ୍ଵାରା ସୁଚିନ୍ତିତ ରଣ କୌଶଳ,ବିରତ୍ଵ ଓ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଅପରେସନ ସିନ୍ଦୁର ଜରିଆରେ ଆତଙ୍କୀ ଆଡ୍ଡା ଧ୍ବଂସ, ପାକିସ୍ଥାନର ଏୟାର ବେସ ଉପରେ ପ୍ରଚଣ୍ଡ ଆକ୍ରମଣ ଓ ଟପ୍ କମାଣ୍ଡର ମାନଙ୍କୁ ନିପାତ କରି ଆତଙ୍କବାଦ ପ୍ରତି ଶୁନ୍ୟ ସହନଶୀଳତା ନୀତି ଆପଣେଇଛି।
ସେହିପରି ରାଜ୍ୟରେ ମୋହନ ସରକାରଙ୍କ ଦ୍ଵାରା ସୁଭଦ୍ରା ଯୋଜନାରେ ୧କୋଟି ମହିଳାଙ୍କୁ ୫୦ହଜାର ଟଙ୍କା ସହାୟତା ଓ ଲକ୍ଷପତି ଦିଦି ସୃଷ୍ଟି କରଯାଇଛି। ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନାରେ ଗ୍ରାମାଞ୍ଚଳରେ ଉନ୍ନତି, ଉତ୍କର୍ଷ ଓଡ଼ିଶାରେ ଶିଳ୍ପବୃଦ୍ଧି , ଜାତୀୟ ଶିକ୍ଷାନୀତି ଲାଗୁ, ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ଓ ନିଯୁକ୍ତି ଆଦି ବହୁ ଜନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିବା ସହ ଲୋକଙ୍କ ପ୍ରତିଶ୍ରୁତି ପୂରଣ ପାଇଁ ପ୍ରତିବଦ୍ଧ ଲୋକଙ୍କ ସରକାର ଭାବେ ଲୋକପ୍ରିୟ ହୋଇଛି। ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର ଦୃତ ବିକାଶ ଦିଗରେ ଗତି କରୁଛି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୁର୍ବ ନଗର ସଭାପତି ସନ୍ତୋଷ କୁମାର ପାଣିଗ୍ରାହି, ନଗର ସଭାପତି ସୁଧାଂଶୁ ସାବତଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ପରେ ଅତିଥି ମାନେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

No Result
View All Result