ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷୀରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ବୈଠକ ଗୃହରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଅଛି।ମୁଖ୍ୟ ଅତିଥିଭାବେ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପୁଷ୍ପା ନିଳୀମା ଲାକାରା ରକ୍ତ ଦାନ, ମହତ ଦାନ ଓ ମହାପୃଣୀୟ ।ରକ୍ତ ଜଣେ ରୋଗୀଙ୍କୁ ମରଣ ମୁଖରୁ ଜୀବନ ଦାନ ଦେଇଥାଏ। ସଭାରେ ଅଧ୍ୟକ୍ଷତା କରିଥିଲେ Blood Bank officer ଡାକ୍ତର ପୀତବାସ ନାୟକ ରକ୍ତ ଦାନ କରିବାକୁ ସମସ୍ତେ ସେଚ୍ଛାକୃତ ଭାବେ ଆଗେଇ ଆସିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ।,
ସମ୍ମାନିତ ଅତିଥି ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧିକାରୀ ନୌଷଦ ଅଲ୍ଲୀ ଖାଁ , ଡାକ୍ତର ବନମାଳୀ ପ୍ରଧାନ , ଡାକ୍ତର ପ୍ରସନ୍ନ ପ୍ରସାଦ ସାହୁ ଓ ସମାଜ ସେବୀ ଦାମଦର ସାହୁ ସଭାରେ ଉପସ୍ଥିତ ଥିଲେ । ଅଧକାରି ମାନେ ରକ୍ତଦାନର ନିୟମାବଳି ସମ୍ପର୍କରେ ଆଲୋଚନା କରିଥିଲେ। 60 ଜଣ ରକ୍ତଦାତା ଏହି ସଭାରେ ଯୋଗଦାନ କରି ତାଙ୍କର ବକ୍ତବ୍ୟ ରଖିଥିଲେ। ଗ୍ରାମ ମାନଙ୍କରେ ସଚେତନତା ହୋଇପାରିଲେ ରକ୍ତଦାତା ସଂଖ୍ୟା ବୃଦ୍ଧି ପାଇବ।
ରକ୍ତ ଦାନ କାର୍ଯ୍ୟରେ ବର୍ଷ ତମାମ ସହଯୋଗ କରୁଥିବା କିଛି ରକ୍ତ ଦାତା ଙ୍କୁ ଏହି ସମ୍ବର୍ଦ୍ଧିତ କରାଯାଇଥିଲା । ଆଜିର ରକ୍ତ ଦାନ ଶିବିରରେ ୪୧ ଜଣ ରକ୍ତ ଦାତା ରକ୍ତ ପ୍ରଦାନ କରିଥିଲେ ।ଅତିରିକ୍ତ ସ୍ବାସ୍ଥ୍ୟ ଯୋଗା ଯୋଗ ଅଧିକାରୀ ଅଶୋକ ସାହୁ ,ଦୀପକ ଦଳବେହେରା,ଅଜୟ ପଟ୍ଟନାୟକ , ପବିତ୍ର ମୋହନ ସାହୁ କାଯ୍ୟକ୍ରମ ରେ ସହଯୋଗ କରିଥିଲେ।















