No Result
View All Result
ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଖମଣଖୋଲ ଅଞ୍ଚଳରେ ମାଓ ସଙ୍ଗଠନ ଏକତ୍ରିତ ହେଉଥିବା ନେଇ ଗୁଇନ୍ଦା ପକ୍ଷରୁ ମିଳିଥିବା ସୂଚନାକୁ ଆଧାର କରି ଖମଣଖୋଲ ପଞ୍ଚାୟତର କାନିବାଲି ଗାଁ ନିକଟସ୍ଥ ଜଙ୍ଗଲରେ ଖମନଖୋଲ ସ୍ଥିତ ବିଏସଏଫ ୧୩୬ ବାଟାଲିୟନ ପକ୍ଷରୁ ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ ମିଳିଛି ଏକ ବଡ଼ ସଫଳତା । ସର୍ଚ୍ଚ ଅପରେସନ ବେଳେ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ମିଳିବା ପରେ ମାଓ ସଙ୍ଗଠନକୁ ଲାଗିଲା ଶକ୍ତ ଧକ୍କା ।
ଏହି ସର୍ଚ୍ଚ ଅପରେସନ ବେଳେ ସମ୍ପୃକ୍ତ ଜଙ୍ଗଲରୁ ୮ଟି ଡିଟୋନେଟର, ୯ ଟି ପେକେଟ ଜିଲୋଟିନ୍ ରୋଲ୍, ୨ଟି ବ୍ୟାଟେରୀ,୧୦ ମିଟର ଇଲେକ୍ଟ୍ରି ତାର, ଗୋଟିଏ ପାଓ୍ବାର ବ୍ୟାଙ୍କ ସମେତ ରାସନ୍ ସାମଗ୍ରୀ ଓ ବାସନ କୁସନ ମଧ୍ୟ ଜବତ କରିଛି ବିଏସଏଫ । ଜବତ ସମସ୍ତ ସାମଗ୍ରୀ ଗୁଡ଼ିକୁ ବିଏସଏଫ ବାଲିଗୁଡ଼ା ପୋଲିସକୁ ହସ୍ତାନ୍ତର କରିଥିବା ବେଳେ ବର୍ତ୍ତମାନ ସମୟରେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ।

No Result
View All Result