No Result
View All Result
ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ଖୋର୍ଦ୍ଦା ଜିଲ୍ଲା ବୋଲଗଡ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ପଂଚାୟତର ପଶ୍ଚି ମେଶ୍ୱର ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ତାଳତୁମ୍ବ ପରିସରରେ ଭାରତ ସରକାରଙ୍କ ନିର୍ଦ୍ଦେଶରେ ବୋଲଗଡ଼ ବ୍ଲକ୍ କୃଷି ବିଭାଗ ତରଫରୁ “ବିକଶିତ କୃଷି ବିକାଶ ଅଭିଯାନ” କାର୍ଯ୍ୟକ୍ରମ ୧୧ ଜୁନ୍ ପୂର୍ବାହ୍ନ ଦଶଟା ବେଳେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବୋଲଗଡ଼ ବ୍ଲକ୍ କୃଷି ଅଧିକାରୀ ସନ୍ତୋଷ କୁମାର ପରିଡ଼ା, ଭୁବନେଶ୍ବର ରୁ ସିଫା ର ମତ୍ସ୍ୟ ବୈଜ୍ଞାନିକ କେ ସି ଦାସ,

ସହକାରୀ ଉଦ୍ୟାନ କୃଷି ଅଧିକାରୀ ବିକ୍ରମ ସାହୁ, ସହକାରୀ କୃଷି ଅଧିକାରୀ ତିରୁପତି ସିନିପିନି, ଆଦି ଉପସ୍ଥିତ ରହି ମାଛ ଚାଷ, ଛତୁ ଚାଷ, ମହୁ ଚାଷ ଧାନ ଚାଷ, ପରିବା ଚାଷ , ମାଟି ପରୀକ୍ଷା, ବିହନ ବିଶୋଧନ, ରାସାୟନିକ ସାର ପ୍ରୟୋଗ ନ କରିବା, ଜୈବ ସାର ପ୍ରୟୋଗ ଆଦି ଅନେକ ବିଷୟରେ ସୂଚନା ଉପସ୍ଥିତ ଚାଷୀ ମାନଙ୍କୁ ବୁଝାଇ ଥିଲେ ।

ଗୋପାଳ ପୁର ସରପଞ୍ଚ ପ୍ରଦୀପ କୁମାର ବାରିକ ସମସ୍ତ ଅୟୋଜନ କରିଥିବା ବେଳେ ଉପସ୍ଥିତ ଅଧିକାରୀ ମାନଙ୍କୁ ଓ ଜନ ସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାରେ ପ୍ରାୟ ତିନି ଶହରୁ ଉର୍ଦ୍ଧ ଉଭୟ ପୁରୁଷ ଓ ମହିଳା ଚାଷୀ ମାନେ ଉପସ୍ଥିତ ଥିବ ଦେଖିବାକୁ ମିଳିଥିଲା। ସମସ୍ତଙ୍କ ସହଯୋଗରେ ସଭା କାର୍ଯ୍ୟ ସଫଳ ହୋଈ ଥିଲା l

No Result
View All Result