No Result
View All Result
ଏବେବି କଙ୍ଗାରୁ କୋର୍ଟ ସକ୍ରିୟ ସୂଚନା
ମହିଳା ଗୋଷ୍ଠି ନ୍ୟାୟ ପାଇଁ ହନ୍ତସନ୍ତ
କିଛି କୁଚକ୍ରି କୁଜି ରାଜନୈତିକ ବ୍ୟକ୍ତିଙ୍କ ପ୍ରରୋଚନାରେ ଅଡାଲ ଗ୍ରାମର ସରଳ ସାଧାରଣ ଲୋକ ମାନେ କଙ୍ଗାରୁ କୋର୍ଟ ଚଳାଉଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି ।
ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଲୋଧାଚୁଆ ପଞ୍ଚାୟତର ଅଡାଲ ଗ୍ରାମ, ପ୍ରାୟ ଦୁଇ ଶହ ପରିବାର କୁ ନେଇ ଗ୍ରାମ ଅତି ଶାନ୍ତ ସରଳ ପରିବେଶରେ ଲୋକ ମାନେ ଜିବନ ଯାପନ କରନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ, ନୟାଗଡ ଜିଲ୍ଲାପାଳଙ୍କ ଅନୁମୋଦନ ତଥା ନୋଟିଫିକେଶନ ଅନୁସାରେ, ପଂଚାୟତ ସରପଞ୍ଚଙ୍କ ସହ ରଣପୁର ମାଜିଷ୍ଟ୍ରେଟଙ୍କ ଅନୁମୋଦନ କ୍ରମେ ଚୁକ୍ତି କରି ମା ମଙ୍ଗଳା ମହିଳା ବିକାଶ ଗୋଷ୍ଠୀର ମହିଳା ସଦସ୍ୟା ମାନେ ଗ୍ରାମର ବାଞ୍ଛା ବନ୍ଧକୁ ପାଞ୍ଚ ବର୍ଷ ପାଇଁ ୨୦୨୨ ମସିହା ଅଗଷ୍ଟ ମାସ ରେ ନିଲାମ ନିଅନ୍ତି। ଡୁଇ ବର୍ଷ ବି ଜେ ଡି ସରକାର ଥିବାରୁ ମହିଳା ଗୋଷ୍ଠୀ ସଦସ୍ୟା ମାନେ ସୁରକ୍ଷିତ ଭାବେ ଉକ୍ତ ପୋଖରୀରେ ମାଛ ଛାଡି , ମାଛ ଚାଷ କରି , ମାଛ ମାରି ବିକ୍ରି କରି ଥିଲେ ।
ଗତ ୨୦୨୪ ରେ ସରକାର ପରିବର୍ତନ ହୋଇ ଯିବାରୁ ଉକ୍ତ ଗ୍ରାମର କିଛି ମୁଷ୍ଟିମେୟ ଲୋକଙ୍କ ପ୍ରରୋଚନାରେ ଗ୍ରାମର ଅନେକ ଲୋକ ପ୍ରଭାବିତ ହୋଇ ଉକ୍ତ ବାଞ୍ଛା ବନ୍ଧ ପୋଖରୀରୁ ଗତ ମାର୍ଚ୍ଚ ୨୧ ରେ ଜୋର୍ ଜବରଦସ୍ତ ମାଛ ମାରିବାରୁ ମହିଳା ଗୋଷ୍ଠି ରଣପୁର ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଘଟଣାକୁ ନେଇ ପୋଲିସ୍ କେବଳ କେସ ରୁଜୁ କରି ଦେଇ ଦୋଷୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ଗାଁ ମେଳି ହୋଇ ଉକ୍ତ ମହିଳା ଗୋଷ୍ଠୀର ଆଠଟି ପରିବାରକୁ ଗ୍ରାମରୁ ବାସନ୍ଦ କରିବା ସହ ଯଦି ସେମାନଙ୍କ ପରିବାର ଲୋକଙ୍କ ସହ ଗ୍ରାମର କେହିବି ବାସିନ୍ଦା କଥା ବାର୍ତ୍ତା କରନ୍ତି , ସେମାନଙ୍କୁ ଗ୍ରାମ ସଭା ଡାକି ଦଣ୍ଡିତ କରାଯିବା ଘଟଣା ଜନ ସାଧାରଣରେ ଚର୍ଚ୍ଚା ହୋଇଛି ।
ଏ ବିଷୟରେ ମହିଳା ବିକାଶ ଗୋଷ୍ଠୀର ସଦସ୍ୟା ମାନେ ରଣପୁର ଥାନାରେ ଲିଖିତ ଭାବେ ଅଭିଯୋଗ ବି କରିଚନ୍ତି। ଗ୍ରାମର କିଛି ଲୋକ ମହିଳା ବିକାଶ ଗୋଷ୍ଠୀର ସଦସ୍ୟା ଓ ପରିବାର ଲୋକଙ୍କ ନାମରେ ମିଥ୍ୟା କେଶ ମଧ୍ୟ ରଣପୁର ଥାନାରେ କରିଥିବା ମହିଳା ଗୋଷ୍ଠୀର ସଦସ୍ୟା ମାନେ ସୂଚନା ଦେଇଛନ୍ତି । ଯାହାର ପରିଣାମ ସ୍ବରୂପ ନିର୍ଦ୍ଧୋଷୀ ମହିଳା ବିକାଶ ଗୋଷ୍ଠୀର ସଦସ୍ୟା ମାନେ ହାଇକୋର୍ଟ ରୁ ଜାମିନ ହୋଇଥିବା ଜଣା ପଡିଛି । କିଛି ଦିନ ତଳେ ଉକ୍ତ ଗ୍ରାମର ସି ଆର୍ ପି ଏଫ୍ ଯବାନ ଦେବେନ୍ଦ୍ର କୁମାର ରଣା, ବୟସ ୩୦, ଯିଏ କୀ ଛୁଟୀ କଟାଇବା ପାଇଁ ସ୍ତ୍ରୀ ପିଲା ଛୁଆ ସହ ଗ୍ରାମକୁ ଆସିଥିଲେ । ଛୋଟ ପୁଅର ଦେହ ଖରାପ ଥିବାରୁ ଔଷଧ ପାଇଁ ଗାଁର ଆଶା ଦିଦି ଘରକୁ ବାଇକ୍ ଯୋଗେ , ଗାଁ ସଭା ଗାଁ ଦାଣ୍ଡ ମଝିରେ ବସିଥିଲା ବେଳେ ଯାଇ ଥିଲେ।
ଶୁଣିବାକୁ ମିଳୁଛି ଦେବେନ୍ଦ୍ର ରଣା କୁଆଡେ ଉକ୍ତ ଆଠଟି ବାସନ୍ଦ ପରିବାର, ତାଙ୍କର ସମ୍ପର୍କୀୟ ହୋଈ ଥିବାରୁ, ସେ ସେମାନଙ୍କ ସହିତ କଥାବାର୍ତ୍ତା କରିବା, ସମ୍ପର୍କ ରଖି ଥିଲେ, ଯାହା ଫଳରେ ଗ୍ରାମର କିଛି ଲୋକ ତାଙ୍କ ଉପରେ ରାଗ ରଖିଥିଲେ । କିଛି ଗ୍ରାମ ବାସିଙ୍କ ସୂଚନା ଅନୁସାରେ ଦେବେନ୍ଦ୍ର ମଦ ପିଇ ଗ୍ରାମ ସଭା ମଝିରେ ଗାଡି ନେଇ ଯାଇଥିଲେ । ଯାହା ଫଳରେ ଗ୍ରାମ ବାସୀ ଓ ଦେବେନ୍ଦ୍ର ଙ୍କ ମଧ୍ୟରେ କଥା କଟାକଟି ପରେ କିଛି ଗ୍ରାମ ବାସୀ ମାନେ ସଙ୍ଘ ବଦ୍ଧ ଭବେ ଦେବେନ୍ଦ୍ର ଙ୍କୁ ନିସ୍ତୁକ ମାଡ ମାରିବା ସହ ଗାଁ ମଝିରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ଼ ଗତ ୮ ଜୁନ୍ ସଂଧ୍ୟାରେ ମାରିଥିଲେ। ଯାହାକୁ ନେଇ ରଣପୁର ଥାନାରେ ଲିଖିତ ଅଭିଯୋଗ ୯ ଜୁନ୍ରେ ଦେବେନ୍ଦ୍ର ପ୍ରାୟ ଦଶରୁ ଉର୍ଦ୍ଧ ବ୍ୟକ୍ତିଙ୍କ ବିରୋଧରେ କରିଥିଲେ ।
ଫଳ ସ୍ୱରୂପ ରଣପୁର ଥାନା ଅଧିକାରୀ ଆଶିଷ ଦେବ ସାହୁ, ସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି ସଦଳବଳେ ଅଡାଲ ଗ୍ରାମରୁ ତିନି ଜଣ ମୁଖିଆ ବ୍ୟକ୍ତି ଦିଗମ୍ବର ସାମନ୍ତରାୟ ( ୮୦), ଦାଶରଥି ବେହୁରା (୭୧), ବାସୁଦେବ ଖୁଣ୍ଟିଆ (୬୨) ଙ୍କୁ ଗିରଫ କରି ଗତ ୧୧ ଜୁନ୍ ରେ କରିଥିବା ବେଳେ ଅନ୍ୟ ମାନେ ଫେରାର ଅଛନ୍ତି । ସେମାନଙ୍କୁ ଖୁବ ଶୀଘ୍ର ଆରେଷ୍ଟ କରାଯିବ ବୋଲି ସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି କହିଛନ୍ତି। କିନ୍ତୁ ଏବେବି କଙ୍ଗାରୁ କୋର୍ଟ ଅଡାଲ ଗ୍ରାମରେ ସକ୍ରିୟ ଥିବା ସୂଚନା ମିଳୁଛି । 
କିଛି କୁଚକ୍ରି କୁଜି ରାଜନୈତିକ ବ୍ୟକ୍ତିଙ୍କ ପ୍ରରୋଚନାରେ ଅଡାଲ ଗ୍ରାମର ସରଳ ସାଧାରଣ ଲୋକ ମାନେ କଙ୍ଗାରୁ କୋର୍ଟ ଚଳାଉଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି । ଉକ୍ତ ଗିରଫ ଅଭିଯୁକ୍ତ ମାନେ ମା ମଙ୍ଗଳା ମହିଳା ବିକାଶ ଗୋଷ୍ଠୀର ସଦସ୍ୟା ମାନେ ନିଲାମ ନେଇଥିବା ବାଞ୍ଛା ବନ୍ଧରୁ ଜୋଜବରଦସ୍ତି ମାଛ ମାରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ବୋଲି ରଣପୁର ଥାନାରେ ଅଭିଯୋଗ ହୋଇଛି ।

No Result
View All Result