ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ରଥ ନିର୍ମାଣର ୪୪ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ସକାଳ ଘ.୮.୦୦ ଟିକା ପୂର୍ବରୁ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣା ଙ୍କ ମାର୍ଗ ଦର୍ଶନ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ରଥ ନିର୍ମାଣ ଅଗ୍ରଗତି (ଗତକାଲି ସୁଦ୍ଧା ତିନିରଥ ରେ ୧୪ ନାହାକା ବୁଲିବା ସହ ଚାରି ନାହାକା ରେ ସଂଯୋଗ ଦେଇଥିବା ପ୍ରଥମ ଭୂଇଁ ଛ ‘ କାଠିରେ ପାଖୁଡ଼ା ସଂଯୋଗ ପୂର୍ବକ ପ୍ରଥମ ଭୂଇଁ ଫ୍ରେମ ପଡ଼ିଥିଲା…ଏଥିସହ ରଥ ଚାଳି ରେ ତିନିରଥ ଦ୍ୱିତୀୟ ଭୂଇଁ ଫ୍ରେମ ନିର୍ମାଣ ପରେ ପ୍ରେଂମ ବିଭିନ୍ନ ଅଂଶ ର ନମ୍ବରିଂ ଶେଷ ହୋଇଥିଲା….)
ତିନିରଥ ରେ ପଡ଼ିଲା ମଝି ଭୂଇଁ ତିନିରଥ ରେ ସଂଯୋଗ ହୋଇଛି ଦ୍ୱିତୀୟ ଭୂଇଁ ବା ମଝି ଭୂଇଁ। ଆଜି ପୂର୍ବାହ୍ନରେ ତିନିରଥ ମୁଖ୍ୟ ମହାରଣାଙ୍କ ତତ୍ତ୍ଵାବଧାନରେ ସହଯୋଗୀ ମହାରଣା ଏବଂ ଭୋଇ ସେବକଙ୍କ ସହଯୋଗରେ ତିନିରଥ ରେ ସଂଯୋଗ ହୋଇଛି ଦ୍ୱିତୀୟ ଭୂଇଁ ଫ୍ରେମ ବା ମଝି ଭୂଇଁ । (ଏହି ଦ୍ୱିତୀୟ ଭୂଇଁ ୧୬ ଫୁଟର ୪ ଗୋଟି ଭୂଇଁ ଚଉତାକୁ ବର୍ଗାକାର ଭାବେ ପ୍ରତ୍ୟେକ ବାହୁ ସଂଯୋଗ ହୋଇ ତାର ଉଭୟ ପାର୍ଶ୍ଵରେ ୧୨ ଫୁଟର ଦୁଇଟି ଓରା ପକା ଯାଇଛି..
ଏହି ଓରା ରେ ୪ ଟି ଲେଖାଏଁ ଖମ୍ବି ସଂଯୋଗ ହୋଇ ଏହାର ଚାରି ପାର୍ଶ୍ବରେ ୪ ଟି ଲେଖାଏଁ ୧୨ ଗୋଟି ଛିଆଣ ଲାଗି ଭୂଇଁ ଖମ୍ବି ସଂଯୋଗ ହେବାପରେ ଭୂଇଁ ଶେଣୀ ଉପରେ ମାଛ ପାତିଆ ଓ ସିଆଣ ସଂଯୋଗ ହୋଇ ଏହି ଦ୍ୱିତୀୟ ଭୂଇଁ ପ୍ରଥମ ଭୂଇଁ ଉପରେ ସଂଯୋଗ ହୋଇଛି) ତିନି ରଥର ତୃତୀୟ ଭୂଇଁ ବା ଅଗଭୂଇଁ
*ଫ୍ରେମ ନିର୍ମାଣ ଶେଷ ଏଥିସହ ଆଜି ତିନିରଥ ଚାଳୀ ରେ ତିନି ରଥର ତୃତୀୟ ଭୂଇଁ ବା ଅଗ ଭୂଇଁ ନିର୍ମାଣ ଶେଷ କରିଛନ୍ତି ମହାରଣା ସେବକ ମାନେ ନିର୍ମାଣ ଶେଷ ପରେ ତୃତୀୟ ଭୂଇଁ ର ବିଭିନ୍ନ ଅଂଶ ଗୁଡିକର ନମ୍ବରିଂ ପରେ ଫ୍ରେମ ଖୋଲା ଯାଇ ତିନି ରଥ ଭୋଇ ସେବକଙ୍କ ସହାୟତାରେ ତିନିରଥ ଠାରେ ସାଇତା ଯାଇଛି।ଆସନ୍ତାକାଲି ତିନି ରଥରେ ସ୍ଥାପନ ହେବ ତୃତୀୟ ଭୂଇଁ ।
*ଏଥିସହ ଆଜି ତିନିରଥ ରେ ଗୋଟିଏ ଗୋଟିଏ ଢ଼ମକ ବାଡିଆ ଶେଷ ହୋଇଛି। ତାଳଧ୍ଵଜ ରଥ ଏବଂ ନନ୍ଦିଘୋଷ ରଥରେ ଆଗ ଆଣି ଏବଂ ପଛ ଆଣି ଦୁଇଟି ଲେଖାଏଁ ଢ଼ମକ ପଡ଼ୁଥିବା ବେଳେ, ଦର୍ପଦଳନ ରଥର ତିନି ଗୋଟି ଢ଼ମକ ପଡ଼ିଥାଏ, ଏହି ଢ଼ମକ ଉପରେ ପଟା ବାଡିଆ ଯାଇ ତିନିରଥ ବେଦୀ ସିଂହାସନ ନିର୍ମାଣ ହେବ। *ତିନିରଥ ଭୂଇଁ ଫ୍ରେମ ନିର୍ମାଣ ଶେଷ ପରେ ଆଜି ଅପରାହ୍ନରେ ତିନିରଥ ମହାରଣା ସେବକ ମାନେ ଆରମ୍ଭ କରିଛନ୍ତି ବାଡଥାଳ ପୋଟଳ ନିର୍ମାଣ କାର୍ଯ୍ୟ।
*ରୂପକାର ସେବକ ମାନେ ତିନିରଥ ର ଆଠଟି ଲେଖାଏଁ ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ସହ ତିନିରଥ ର ଗୋଟିଏ ଗୋଟିଏ ଧୂଳି ଦଣ୍ଡା ରୁ ଦର୍ପଦଳନ ରଥର ଧୂଳି ଦଣ୍ଡାର ଚିତ୍ର ଖୋଦେଇ ଶେଷ କରି ଯୋଗାଇଦେବା ପରେ ଦର୍ପଦଳନ ରଥର ସମ୍ମୁଖ ଭାଗ ନିରାଡି ତଳ ଭାଗରେ କଣ୍ଟା ବାଡ଼ିଆ ଯାଇ ସଂଯୋଗ ହୋଇଛି। ଏହି ଧୂଳି ଦଣ୍ଡା ରେ ଇସ ସଂଯୋଗ ହୋଇ ରଥ ରେ ଘୋଡ଼ା ଲାଗିବାର ସହାୟକ ହୋଇଥାଏ।
*ଆଜି ଚିତ୍ରକାର ସେବକ ମାନେ ସଫା ହୋଇ ରହିଥିବା ତିନିରଥ ପାର୍ଶ୍ଵ ଦେବ ଦେବୀ ମୂର୍ତ୍ତି, ସକ୍ଷୀ, ଇଲଟ ଶୁଆ ଏବଂ ଦେବ ଦେବୀ ଆସ୍ଥାନ ପ୍ରେଂମ ଗୁଡ଼ିକରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିବା ସହ ତିନି ରଥର ଦଣ୍ଡା ଏବଂ ଗୁଜ ଗୁଡ଼ିକରେ ରଙ୍ଗ କାର୍ଯ୍ୟ ପୂର୍ବରୁ ଧଳା ପ୍ରାଇମର ଦେବା ଆରମ୍ଭ କରିଛନ୍ତି। *ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନିରଥ ର ଭୂଇଁ ପାଇଁ ବିଡିଆ କଣ୍ଟା ନିର୍ମାଣ ଶେଷ ପରେ ତିନିରଥ ର ପୋଟଳ ପାଇଁ ପୋଟଳ ନଦା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।
ତା୧୩.୦୬.୨୦୨୫ରିଖ, ଶୁକ୍ରବାର ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୪୪ ତମ ଦିବସ ରଥ ନିର୍ମାଣକାରୀଙ୍କ ଉପସ୍ଥାନ *ତିନିରଥ ର ମହାରଣା ସେବକ – ୭୮ *ତିନିରଥ ର ଭୋଇ ସେବକ – ୭୭ *ତିନିରଥ ର କରତୀ ସେବକ – ୪ *ତିନିରଥ ଓଝା କମାର ସେବକ – ୨୦ *ତିନିରଥ ର ରୂପକାର ସେବକ – ୨୦ *ତିମ୍ୱ ବିନ୍ଧ କାରୀଗର – ୨ *ପାହି ମହାରଣା – ୨ *ରଥଖଳା ସହାୟକ(ପାଣି ବାଲା) – ୧ ମୋଟ – ୨୦୪ ଜଣ














