No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଆଉ ୧୪ ଦିନ ପରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ହଜାର ହଜାର ସାଧୁସନ୍ଥ ପୁରୀକୁ ଆସିବେ । କେତେକ ଲୁଟେରା ବାବାଙ୍କ ଯୋଗୁ ପ୍ରକୃତ ବାବା ଅସୁବିଧାରେ ପଡିପାରନ୍ତି । ପୁରୀ – ଭୁବନେଶ୍ଵର ଜାତୀୟ ରାଜପଥ । ଶହ ଶହ ଗାଡି ମଟର ଯାଆଆସ କରୁଛି । ନୁଆ ଅଭିନବ ଉପାୟରେ ବାବା ବେଶଧାରୀ ଲୁଟେରା ମାତିଛନ୍ତି । ବିଭୁତି ବୋଳି ଗେରୁଆ ବସ୍ତ୍ର ପରିଧାନ କରି ବେକରେ ମାଳି ପକାଇ ବାବା ବେଶଧରି ୩ ଲୁଟେରା ମଟରସାଇକେଲ ଚାଳକଙ୍କୁ ଲିପ୍ଟ ମାଗୁଛନ୍ତି ।
ବାବା ଫୁଲ ଚନ୍ଦନ ଆରୋହୀଙ୍କ ମୁଣ୍ଡରେ ଲଗାଉଛନ୍ତି । ପରେ ଆରୋହୀ ମନିପର୍ସ କାଢି ୧୦୦ ଟଙ୍କା ଦକ୍ଷିଣା ଦେବା ସମୟରେ ମନିପର୍ସ ଝାମ୍ପି ନେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାଟି ଘଟିଛି ସତ୍ଯବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକା ଛକ ନିକଟରେ । ସେଠାରେ ସ୍ଥାନୀୟ ଲୋକ ଜଣଙ୍କୁ କାବୁ କରିଥିବା ବେଳେ ଅନ୍ଯ ଦୁଇଜଣ ଖସି ପଲାଇଥିଲେ । ସତ୍ଯବାଦୀ ଥାନା ପୋଲିସ ଜଣେ ବାବାଙ୍କୁ ଅଟକ ରଖି ୫ ହଜାର ଜବତ କରି ଘଟଣାର ଅନୁସନ୍ଧାନ ଜାରି ରଖିଛି ।


No Result
View All Result