No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଭାରତୀୟ ମଜଦୁର ସଂଘ ( ବିଏନଏସ) ପୁରୀ ଜିଲ୍ଲା ପକ୍ଷରୁ ପ୍ରଦ୍ଯୂଷଣ ରୋକିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ପରିବେଶ ପ୍ରଦ୍ଯୂଷଣ, ଜଳ ସଙ୍କଟ, ବୃକ୍ଷ କାଟିବା ଓ ଦୂଷିତ ପରିବେଶ ଦ୍ବାରା ଜନସାଧାରଣ ଓ ଶ୍ରମିକ ମାନଙ୍କ ଉପରେ ଭୟଙ୍କର ପ୍ରଭାବ ପଡୁଛି । ବାୟୁ ପ୍ରଦ୍ଯୂଷଣ ରୋକିବା ପାଇଁ ଇଲେକ୍ଟ୍ରୋନିକ୍ସ ଡିସପ୍ଲେ ବୋର୍ଡ ସ୍ଥାପନ କରାଯାଉ । ନଦୀ ଓ ନାଳଜଳ ପ୍ରଦ୍ଯୂଷଣ ବନ୍ଦ କରିବା ପାଇଁ ବ୍ଯବସ୍ଥା କରାଯାଉ ।
ବୃକ୍ଷ କାଟିବା ଉପରେ କଡା ପଦକ୍ଷେପ ନିଆଯାଉ ଓ ଅଧିକ ସଂଖ୍ୟାରେ ବୃକ୍ଷ ରୋପଣ କରାଯାଉ । ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ବ୍ଯବହାର ସମ୍ପର୍ଣ୍ଣ ବନ୍ଦ କରାଯାଉ । ସରକାରୀ ଓ ବେସରକାରୀ ଗୃହରେ ବର୍ଷା ଜଳ ସଂରକ୍ଷଣ କରାଯାଉ । ଶିଳ୍ପ ସଂସ୍ଥା କରୁଥିବା ପ୍ରଦ୍ଯୂଷଣକୁ ରୋକାଯାଉ ଓ ଶବ୍ଦ ପ୍ରଦ୍ଯୂଷଣକୁ ନିୟନ୍ତ୍ରଣ କରାଯାଉ । ଏହି ସବୁ ଦାବି ଗୁଡିକ ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାପାଇଁ ଦାବିପତ୍ରରେ ଜଣାଇଛନ୍ତି । ଦାବିପତ୍ର ଦେବା ସମୟରେ ଜିଲା ସଭାପତି ରାଜ କୁମାର ମିଶ୍ର ,ସମ୍ପାଦକ ବିଶ୍ବ ନାରାୟଣ ଦାଶ, ଯୋଗେନ୍ଦ୍ର ପାତ୍ର, ପ୍ରିୟବ୍ରତ ଜେନା, ସରସ୍ଵତୀ ଜେନା, ରଞ୍ଜିତା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result