ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ବନ୍ଧାଗୁଡା ଗ୍ରାମକୁ ଏକ ଭୋଜି ଖାଇବାକୁ ଯାଇ ଫେରୁଥିବା ବେଳେ ଏକ ବାଇକ୍ ଧକ୍କାରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ଘଟାଇଥିବା ଯୁବକ ଫେରାର ହୋଇଯାଇଛନ୍ତି। ଖବରରୁ ଜଣାପଡିଛି , ଏଣ୍ଡ୍ରିମା ଗ୍ରାମର ଭୀମ ମଳିକ (୬୨) ଓ ସ୍ତ୍ରୀ କାରିମାଙ୍ଗା (୪୭) ଘରୁ ବାହାରି ବନ୍ଧାଗୁଡା ଗ୍ରାମକୁ ଜଣେ ସମ୍ପର୍କୀୟଙ୍କ ଘରକୁ ଭୋଜି ଖାଇବାକୁ ଯାଇ ଏକ୍ସଏଲ ଗାଡ଼ିରେ ଗାଁକୁ ଫେରୁଥିଲେ।














