No Result
View All Result
କାକଟପୁର (ଓଡ଼ିଶା ତାଜା ନ୍ୟୁଜ୍) :- କାକଟପୁର ବ୍ଲକ ଅନ୍ତର୍ଗତ ସୁଆର ଗ୍ରାମରେ କୃଷି ବିଜ୍ଞାନ କେନ୍ଦ୍ର ଆନକୁଲ୍ୟରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ମତ୍ସ୍ୟ ବିଭାଗ ବୈଜ୍ଞାନିକ ଡକ୍ଟର ଅମ୍ବିକା ପ୍ରସାଦ ନାୟକ ଓ ଉଦ୍ୟାନ ବିଭାଗ ବୈଜ୍ଞାନିକ ଡକ୍ଟର ବିଷ୍ଣୁପଦ ଗିରି କୃଷି ବିକାଶ ଓ କୃଷି କଲ୍ୟାଣ କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରଣୟନ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପlତ କରିବା ସହ ଅପ ସିଜିନରେ ପନିପରିବା ଚାଷ, ଜିଆ ଖତ ଉତ୍ପାଦନ,
ବାଡି ବଗିଚାରେ କୁକୁଡ଼ା ଓ ବତକ ପାଳନ, ଉନ୍ନତ ପ୍ରଣାଳୀରେ ମାଛ ଚାଷ, ଓ କୁଣ୍ଡରେ ରଙ୍ଗୀନ ମାଛ ଚାଷ ସମ୍ପକରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସିଫା ଭୁବନେଶ୍ୱରରୁ ଆସିଥିବା ଟି ଶିବରାମ କୃଷ୍ଣ ଓ ସି ଏମ୍ ଏଫ ଆର ଆଇ ରୁ ଆସିଥିବା ସ୍ଵlତି ପ୍ରିୟଙ୍କା ସେନ୍ ଦାସ ମାଛ ଚାଷ ପଧ୍ୟତିରେ କିପରି ଭାବରେ ଚାଷୀ ମାନେ ଅଧିକ ଲାଭନିତ ହେବେ ସେ ଦିଗରେ ପରlମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମଣ୍ଡଳ କୃଷି ଅଧିକାରୀ ଶ୍ରୀମତୀ ଶାନ୍ତିଲତା ବେହେରା ଧନିଚା ଚାଷ , ବିହନ ବିଶୋଧନ,
ଖରଟିଆ ଚାଷ କରିବା ପାଇଁ ଚାଷୀ ଭାଈ ଓ ଭଉଣୀ ମାନଙ୍କୁ ପରା ମାସ ଦେବା ସହିତ ଓ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଲିଥିବା ବିଭିନ୍ନ ଜନହିତକାରୀ ପ୍ରକଲ୍ପ ର ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ୱlର୍ଡମେମ୍ବର,ସରପଞ୍ଚ, ସମିତିସଭ୍ୟ ଏବଂ ବହୁ ମାନ୍ୟବନ୍ୟ ବ୍ୟକ୍ତି ଯୋଗଦେଇ ଚାଷୀ ଭାଇ ଭଉଣୀ ମାନଙ୍କ ବହୁ ସମସ୍ୟା ଉପରେ ଆଲୋଚନା କରିବା ସହିତ କାଯ୍ୟକ୍ରମରେ ଯୋଗଦାନ ଦେଇଥିଲେ ।

No Result
View All Result