No Result
View All Result
ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲା ମୋହନା ଥାନା କୁଇହୁରୁ ଗାଁରେ ୬୦ ବର୍ଷର ବୃଦ୍ଧ କାମ୍ବି ମଳିକଙ୍କୁ ହତ୍ୟା ଘଟଣାରେ ପୋଲିସ ସୋମବାର ୧୦ ଜଣଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ସେମାନଙ୍କ ମଧ୍ୟରୁ ୮ ଜଣ ମହିଳାଥିବା ବେଳେ ଦୁଇଜଣ ପୁରୁଷ ଅଛନ୍ତି। ପୋଲିସ ଘଟଣାସ୍ଥଳରୁ ହତ୍ୟା କରାଯାଇଥିବା ଖପୁରି ଓ ହାଡ ପାଉଁଶ ଜବତ କରିବା ସହ ହତ୍ୟାରେ ବ୍ୟବହୃତ ହୋଇଥିବା କାତିକୁ ଜବତ କରିଛି।
ସୂଚନା ପ୍ରକାରେ, କାମ୍ବି ମଳିକ ଗାଁରେ ରହି ମହିଳା ମାନଙ୍କ ସହ ବଳପୂର୍ବକ ଅନୈତିକ ସମ୍ପର୍କ ରଖି ଆସୁଥିଲେ। ପ୍ରତିବାଦ କରିଲେ ମାରିଦେବା ପାଇଁ ଧମକ ଚମକ ଦେଉଥିଲେ। ଚଳିତ ଜୁନ୍ ୨ରେ ଗାଁରେ ଜୈନିକ ମହିଳାଙ୍କୁ ବଳାତ୍କାର ପରେ ତାଙ୍କ ସମେତ ଅନ୍ୟ ମହିଳାମାନେ ମିଶି ସଂଘବୋଧ ଭାବେ ପ୍ରତିଶୋଧ ପରାଣ ହୋଇ ବୃଦ୍ଧଙ୍କୁ ହତ୍ୟା କରି ଗାଁଠାରୁ 
ଗୋଟିଏ କିଲୋ ମିଟର ଦୂରରେ ପେଟ୍ରୋଲ ଓ ଡିଜେଲ ଢାଳି ପୋଡି ଦେଇଥିଲେ। ତେବେ ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଅନ୍ୟ କିଏ ସମ୍ପୃକ୍ତ ରହିଛନ୍ତି ସେମାନଙ୍କୁ ମଧ୍ୟ ଯଥାଶୀଘ୍ର ଗିରଫ କରାଯିବା ନେଇ ଏସ୍ଡିପିଓ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି।

No Result
View All Result