ଓଡିଶା ତାଜା ନ୍ୟୁଜ୍ (୩ ସେପ୍ଟେମ୍ବର ଗୁରୁବାର ) ଢେଙ୍କାନାଳ :- ୨ ସେପ୍ଟେମ୍ବର ବୁଧବାର ସନ୍ଧ୍ୟା ୭.୩୦ ମି ସମୟରେ ଆସିଷ୍ଟାଣ୍ଟ କଲେକ୍ଟର ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରଞ୍ଜନ କୁମାର ରାଉତଙ୍କ ଦେହାନ୍ତ ଘଟିଛି । ତାଙ୍କ ଦେହାନ୍ତ ଯୋଗୁଁ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ମର୍ମାହତ ହେବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସ୍ବର୍ଗତ ରାଉତ ଅସୁସ୍ଥତା ଯୋଗୁଁ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।
ତାଙ୍କ ମୃତ୍ୟୁରେ ମର୍ମାହତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଶୋକ ପ୍ରକାଶ କରିବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ। ତାଙ୍କର ପରଲୋକରେ କାମାକ୍ଷାନଗରର, ଭୁବନ ଓ ହିନ୍ଦୋଳ ଉପକଣ୍ଠରେ ସୂଚନା ଓ ଲୋକସମ୍ପର୍କ କର୍ମଚାରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। (ରିପୋର୍ଟ୍ ଅମର ରଞ୍ଜନ ଦାସ), ଢେଙ୍କାନାଳ