No Result
View All Result
ବିକାଶ ରଥ ଶୁଭାରମ୍ଭ
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ସ୍ଥାନୀୟ ମୁନିସିପାଲିଟି ପକ୍ଷରୁ ଗୁରବାର ପୂର୍ବାହ୍ନରେ ବିକାଶ ରଥ ନୟାଗଡ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ କରାଯାଇଛି । ମତ୍ସ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ଵାଇଁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଜିଲ୍ଲା ପରିଷଦ ସିଡିଓ ଲଗ୍ନଜିତ ରାଉତ,
ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶଙ୍କ ସମେତ ସମସ୍ତ କାଉନସିଲରମାନେ ଉପସ୍ଥିତ ରହିଥିଲେ । ଏହି ବିକାଶ ରଥ ସହରର ବିଭିନ୍ନ ୱାର୍ଡ ବୁଲି ସରକାରଙ୍କ ସଫଳତାକୁ ସମ୍ପର୍କରେ ସଚେତନ କରିବ ବୋଲି ଜଣାପଡିଛି l ମୁନିସିପାଲିଟି ର ଏକଜୁକୁଟିଭ ଅଫିସର ସ୍ନେହଲତା ଆଚାର୍ଯ୍ୟଙ୍କ ପ୍ର୍ରତ୍ୟେକ୍ଷ ଦିଗଦର୍ଶନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସହକାରୀ ଯନ୍ତ୍ରୀ ବିଷ୍ନୁପଦ ସେଠୀ,

ଗଜେନ୍ଦ୍ର ମହାରଣା, ଶିଶିର ମହାପାତ୍ର, ରଞ୍ଜନ କୁମାର ମହାପାତ୍ର, ଲଷ୍ମୀଧର ସାହୁ, ପୂର୍ଣ୍ଣଚନ୍ଦ୍ର ସେଠି, ଅଜିତ କୁମାର ମଲିକ, କୁମର ମିଶ୍ର, ନାରାୟଣ ନାୟକ, ହଜ଼ରତ ଅଲ୍ଲୀ ପ୍ରମୁଖ ମୁନିସିପାଲିଟିର ଉପସ୍ଥିତ ସମସ୍ତ କର୍ମଚାରୀ ଆଗେଇ ନେଇଥିଲେ l

No Result
View All Result