• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ଶିକିରି ନିକଟ ଋଷିକୁଲ୍ୟା ନଦୀରୁ ବେଧଡକ ବାଲି ଚୋରା ଚାଲାଣ : ୭ ଟ୍ରାକ୍ଟର ଜବତ

Proprietor Abhimanyu Maharana by Proprietor Abhimanyu Maharana
June 12, 2025
in ଅପରାଧ, ଓଡ଼ିଶା, ଗଞ୍ଜାମ, ହୋମ୍
0
ଶିକିରି ନିକଟ ଋଷିକୁଲ୍ୟା ନଦୀରୁ ବେଧଡକ ବାଲି ଚୋରା ଚାଲାଣ : ୭ ଟ୍ରାକ୍ଟର ଜବତ
Share on FacebookShare on TwitterWhatsapp

ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ହିଞ୍ଜିଳିକାଟୁ :- ଗତ ପ୍ରାୟ ୨ ମାସ ଧରି ହିଞ୍ଜିଳି ଥାନା ସିକିରି ନିକଟରେ ଥିବା ଋଷିକୁଲ୍ୟା ନଦୀ ଗର୍ଭକୁ ଆଖିବୁଜି ବିଦାରି ଚାଲିଛନ୍ତି ଖରିଡ଼ା ଓ ଶିକିରି ଗ୍ରାମର ପେଶାଦାର ବାଲି ମାଫିଆ। ବାଲି ମାଫିଆଙ୍କ ଦ୍ବାରା ଟ୍ରାକ୍ଟରରେ ଦୈନିକ ପ୍ରାୟ ଶହେରୁ ଦୁଇଶହ ଟ୍ରିପ ଚୋରା ବାଲି ହିଞ୍ଜିଳିକାଟୁ ସହର ଓ ନିକଟସ୍ଥ ଗାଁ କୁ ନିର୍ବିଘ୍ଣରେ ପରିବହନ ହେଉଥିବା ସୂଚନା ମିଳିଛି। ହିଞ୍ଜିଳି ଥାନା ଅଞ୍ଚଳ ଦେଇ ଟ୍ରାକ୍ଟର ଗୁଡ଼ିକରେ ଖୋଲାଖୋଲି ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ପୁଲିସ୍ କିମ୍ବା ପରିବହନ ବିଭାଗ ପକ୍ଷରୁ ଟ୍ରାକ୍ଟର ଗୁଡ଼ିକର ଆବଶ୍ୟକ କାଗଜପତ୍ର ଯାଞ୍ଚ ହେଉ ନ ଥିବା ଜଣାପଡିଛି।

ଏପରିକି ଲଘୁ ଖଣିଜ ବିଭାଗର ଅଧିକାରୀ କିମ୍ବା ହିଞ୍ଜିଳି ଥାନା ପୋଲିସକୁ ମାଫିଆ ଗୋଷ୍ଠୀଙ୍କ ଆଦୌ ଖାତିର କି ଭୟ ନ ଥିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଣୁ ମାଫିଆ ଗୋଷ୍ଠୀ ବାଲି ଖାଦାନକୁ କବଜା କରିବା ପରେ ମନଭରି ବାଲି ଲୁଟ୍ କରି ବେଧଡକ ଭାବେ ଅନ୍ୟତ୍ର ଚାଲାଣ କରୁଥିବା ନିତିଦିନିଆ ଘଟଣା ପାଲଟିଛି। ପୁର୍ବରୁ ରାଜସ୍ବ ବିଭାଗ ଅଧିକାରୀ ଓ ପୋଲିସ ପକ୍ଷରୁ ବେଆଇନ ବାଲି ପରିବହନ ଉପରେ ଚଢାଉ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ। ରାତ୍ର କାଳୀନ ପାଟ୍ରୋଲିଂ ବେଳେ ହିଞ୍ଜିଳି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରୁ ଚୋରା ଚାଲାଣରେ ଲିପ୍ତ ଥିବା ଗାଡ଼ି ଗୁଡ଼ିକ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲା। ପୋଲିସ ବେଆଇନ ବାଲି ଓ ଗାଡ଼ି ଗୁଡ଼ିକର କାଗଜପତ୍ର ଯାଞ୍ଚ ମଧ୍ଯ କରୁଥିଲା।

ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ଥିବା କାରଣରୁ ଚଢାଉ କରିବା ସକ୍ଷମ ହେଉନାହିଁ ବୋଲି ଖଣି ବିଭାଗ ଅଧିକାରୀ କହୁଛନ୍ତି। ଏପରି ସ୍ଥଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୀତ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ଜଳ ସମ୍ପଦ ବିଭାଗର ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ ଓ ଅବମାନନା କରି ଶିକିରି ନିକଟ ଋଷିକୁଲ୍ୟା ନଦୀ ଗର୍ଭରୁ ବେଧଡକ ଭାବେ ବେଆଇନ ବାଲି ପରିବହନ ଓ ଉତ୍ତୋଳନ ହେଉଥିବା ଦେଖା ଯାଇଛି। ଏପରିକି ରାତି ୧୨ଟା ପରେ ଓ ଭୋର ସମୟ ପର୍ଯ୍ୟନ୍ତ ଟ୍ରାକ୍ଟର ଗୁଡିକରେ ସହର ଓ ଗାଁ ର ଗଳି କନ୍ଦିରେ ଚଢ଼ା ଦରରେ ଚୋରା ବାଲି ବିକ୍ରି ହେଉଥିବା ଦେଖା ଯାଇଛି। ରାଜ୍ୟରେ ଏବେ ନୂଆଁ ସରକାରଙ୍କ ଶାସନ ଆରମ୍ଭ ହୋଇଛି।

ରାଜ୍ୟ ଖଣିଜ ଓ ପରିବହନ ମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟକୁ ମଧ୍ଯ ସ୍ଥାନୀୟ ଅଞ୍ଚଳର ବାଲି ମାଫିଆଙ୍କ ତିଳେ ମାତ୍ର ଖାତିର ନାହିଁ। ଶିକିରି ନିକଟ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ନେଇ ବହୁ ସମୟରେ ଅଭିଯୋଗ ଉଠିଥିଲା । ନିର୍ଦ୍ଧିଷ୍ଟ ରାଜନୈତିକ ଦଳର କିଛି କୁଜି ନେତାଙ୍କ ଛାତ୍ର ଛାୟା ତଳେ ରହି ଖରିଡା ଓ ଶିକିରି ଗ୍ରାମର ବାଲି ମାଫିଆ ଶିକିରି ନିକଟ ଶ୍ମଶାନ ରାସ୍ତା ଦେଇ ବେଧଡକ ବାଲି ଚୋରା ଚାଲାଣ ହେଉଥିବା ନେଇ ହିଞ୍ଜିଳି ପୁଲିସକୁ ବିଶେଷ ସୁଚନା ମିଳିଥିଲା। କାଳ ବିଳମ୍ବ ନ କରି ହିଞ୍ଜିଳି ପୁଲିସ ବୁଧବାର ଭୋର ସମୟରେ ନଦୀ ନିକଟରେ ଚଢ଼ାଉ କରିଥିଲା।

ଚଢ଼ାଉ ସମୟରେ ୭ଟି ବାଲି ବୋଝେଇ ଟ୍ରାକ୍ଟର (ଓଡି୦୭ବି ୦୬୨୩, ଓଡି୦୭ ଓ୍ବାଇ ୦୪୯୧, ଓଡି୦୭ଏଜି ୨୯୨୭, ଓଡି୦୭ଏପି ୦୭୦୩, ଓଡି୦୭ ଜେ ୧୫୩୬, ଓଡି୩୨ଏ ୭୯୬୭, ଓଡି୦୭ବି ୯୬୭୨)ଜବତ କରିଥିବା ବେଳେ ୪ ଜଣ ଚାଳକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଏ ନେଇ ହିଞ୍ଜିଳି ଥାନାରେ ୭ଟି ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ନିର୍ଦ୍ଦେଶରେ ଥାନା ଏସଆଇ ସୁରେଶ କୁମାର ସାହୁ, ରଶ୍ମିରଞ୍ଜନ ସାମଲ, ଏଏସଆଇ ସୁବାଷ ମିଶ୍ର, ଅନନ୍ତ ଶବର, କନେଷ୍ଟବଳ ବସନ୍ତ ଉପାଧ୍ୟାୟ, କୈଳାଶ ମଲିକ, ଦଣ୍ଡପାଣି ମଲ୍ଲିକ, ଗିରିଶ ଚନ୍ଦ୍ର ସାହୁ, ବିକ୍ରମ ବିଶ୍ବାଳ ପ୍ରମୁଖ ଚଢ଼ାଉରେ ଅଂଶ ଗ୍ରହଣ କରିଥିଲେ। ଆଗାମୀ ଦିନରେ ବେଆଇନ ବାଲି ଚାଲାଣ ହେଉଥିବା ଯାନବାହାନ ଉପରେ ଚଢାଉ ଜାରୀ ରହିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

July 23, 2026
ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟି (ERPCC) ବୈଠକ–୨୦୨୬ : ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ବ୍ୟାପକ ଆଲୋଚନା

Eastern Regional Police Coordination Committee (ERPCC) Meeting–2026

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

July 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

July 23, 2026
ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟି (ERPCC) ବୈଠକ–୨୦୨୬ : ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ବ୍ୟାପକ ଆଲୋଚନା

Eastern Regional Police Coordination Committee (ERPCC) Meeting–2026

July 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version