ଓଡିଶା ତାଜା ନ୍ୟୁଜ୍ (୩ ସେପ୍ଟେମ୍ବର ଗୁରୁବାର ) କଟକ :– କଟକ ସହର ରେ ହଇଚଇ ସୃଷ୍ଟି କରୁଥିବା ଦୃଦାନ୍ତ ଅପରାଧୀ ତଥା ମଦ ମାଫିଆ ହାଡିଆ ଓରଫ ପ୍ରକାଶ ବେହେରା (୪୫)କୁ ଅତି ନିର୍ମମ ଭାବେ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି ତିନିଜଣ ଅପରାଧୀ, ପୁର୍ବ ଶତୃତାକୁ କେଦ୍ର କରି ଏଭଳି ହତ୍ୟା କାଣ୍ଡ ଘଟାଇଥିବା କୁହାଯାଉଛି । ଦୁର୍ବୁତ ମାନେ ହାଡିଆ କୁ ଖଣ୍ଡ ଖଣ୍ଡ କରି ହାଣି ଫେରାର୍ ହୋଇ ଯାଇଛନ୍ତି । ଶରୀରରେ ଏକାଧିକ ସ୍ଥାନରେ କ୍ଷତ ସୃଷ୍ଟି ହୋଇ ପ୍ରଚୁର ରକ୍ତ ସ୍ରାବ ହୋଇଥିଲା, ହାଡିଆକୁ ଗୁରୁତର ଅବସ୍ତାରେ କଟକ ବଡ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସୁଚନା ଅନୁସାରେ ଅଲିସା ବଜାର ର ମୂଳ ବାସିନ୍ଦା ହାଡିଆ ସତୀଚଉରା ଶିବାଜୀ ନଗର ଅଞ୍ଚଳରେ ରହୁଥିଲେ, ଲକ ଡାଉନ ରେ ମଦ ଦୋକାନ ସିଲ୍ ହେବା ପରେ ସେ କୃସକ ବଜାର ଇପସାର୍ ଗଡା ନିକଟରେ ଏକ ବାଲି ଗୋଡି ଦୋକାନ କରିଥିଲା ।
ରାତି ପ୍ରାୟ ୮ଟା ବେଳେ ହାଡିଆ ତାର ସହଯୋଗୀ ଘରକୁ ଫେରୁଥିବା ସମୟରେ ତିନି ଜଣ ଦୁର୍ବୁତ୍ତ ବାଇକ୍ ରେ ଆସି ଆକ୍ରମଣ କରିବା ସହ ଖଣ୍ଡା ରେ ତାର ହାତ ଓ ମୁଣ୍ଡ କୁ ଚୋଟ ମାରିଥିଲେ ଏଥିରେ ହାଡିଆ ସହିତ ଥିବା ତାର ଜଣେ କର୍ମଚାରୀ ବି ଆକ୍ରମଣ ର ଶିକାର ହୋଇ ଗୁରୁତର ହୋଇଛି । ହାଡିଆ ବିରୋଧରେ ଲାଲ୍ ବାଗ ମର୍କତନଗର ଓ ବିଡାନାସି ଥାନା ରେ ବର୍ତମାନ ମାମଲା ରହିଛି, ହାଡିଆ ଡଗର ପଡା ଅଞ୍ଚଳରେ ଥିବା ମଦ ଭାଟି ଗଲା ଏକ ବଷ– ତଳେ ଲାଲ୍ ବାଗ ଥାନା ପୋଲିସ ସିଜ୍ କରି ଦେଇଥିଲା,ଲକ୍ ଡାଉନ୍ କଟକଣା ସତ୍ୱେ ସେ ବେଆଇନ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗ ରେ ମଧ୍ୟ ଜେଲ୍ ଯାଇଥିଲା,ହାଡ଼ିଆ ଓରଫ ପ୍ରକାଶ ବେହେରା ଙ୍କ ର ନାଁ ରେ ୨୫ ରୁ ଉର୍ଦ୍ଧ୍ବ କ୍ରିମିନାଲ କେସ ଥିବା ବେଳେ ସେ ଡି ବ୍ରଦରସ୍ ଗ୍ୟାଙ୍ଗ ର ସକ୍ରିୟ ସଭ୍ୟ ମଧ୍ୟ ଥିଲା ।
ଏବଂ ଅରାଜକତା ପାଇଁ ୨୦୦୦ ମସିହା ରେ ତାଙ୍କ ମାଆ ଙ୍କୁ ମଧ୍ୟ ସଙ୍ଘ ବଦ୍ଧ ଭାବେ ହତ୍ୟା କରିଥିଲେ । ହାଡିଆ ଧଳ ସାମନ୍ତ ର ସହଯୋଗୀ ଥିଲା ବେଳେ ପୂର୍ବ ଶତ୍ରୁତା ରୁ ଏଭଳି ହତ୍ୟା କାଣ୍ଡ ଘଟିଛି ବୋଲି ସୂଚନା ମିଳିଛି, ମୃତ ହାଡ଼ିଆ ନାଁରେ ବିଭିନ୍ନ ଥାନାରେ ପୂର୍ବରୁ ଅନେକ ମାମଲା ରହିଛି । କିଛି ଦିନ ତଳେ ହାଡ଼ିଆର ମଦ ଦୋକାନ ଉପରକୁ ବୋମାମାଡ଼ ହୋଇଥିଲା । ଏହି ଘଟଣାକୁ ନେଇ ମଧ୍ୟ ପୋଲିସ୍ ତଦନ୍ତ କରୁଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ହତ୍ୟାକାଣ୍ଡରେ କେଉଁମାନଙ୍କ ସଂପୃକ୍ତି ରହିଛି ସେ ନେଇ ଛାନଭିନ୍ ଆରମ୍ଭ କରିଛି । ହତ୍ୟାକାଣ୍ଡ ସ୍ଥଳରେ କଟକ ଡିସିପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମାନେ ପହଂଚି ତଦନ୍ତ ଚଳାଇଛନ୍ତି । (ରିପୋର୍ଟ – ରଶ୍ମିତା ମହାପାତ୍ର)













