ଓଡିଶା ତାଜା ନ୍ୟୁଜ୍ (୩ ସେପ୍ଟେମ୍ବର ଗୁରୁବାର ) ବଡ଼ଚଣା :– ଯାଜପୁର,ବଡ଼ଚଣା ଚାରିଆଡେ ନଈବଢ଼ି ସବୁଆଡେ ପାଣି କାହା ଘର ଭାଙ୍ଗିଯାଇଛି ତ କାହା ଗୁହାଳ ! ଏମିତି ଅନେକ ଅସୁବିଧାର ସମ୍ମୁଖୀନ ହୋଉଥିବା ବେଳେ ବଡ଼ଚଣା କଥା କହିଲେ ନସରେ ! ବଡ଼ଚଣା ବ୍ଲକରେ ଥିବା ଅଣକା. ସାନ ବାଲିକୁଦା, ବଡ ବାଲିକୁଦା, ଗୋପାଳପୁର, ରହୀପୁର, ସାବୁଅ, ନାନପୁର, ମୂଷାଡିଗ୍ରୀ, ବେଙ୍ଗପୁର, ବେଣାପୁର, ଶାନ୍ତିପୁର, କୋଲୋଣଗିରି, ସାଉଡୀଆ, ଏସବୁ ଅଂଚଳ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା !
ଲୋକମାନଙ୍କ ଘର ଦ୍ୱାର, ଗୁହାଳରେ ମଧ୍ୟ ପାଣି ପଶିଯାଇଛି ! ଲୋକମାନେ ନିଜ ପିଲା ଛୁଆ, ଗାଈ ଗୋରୁ, ଛେଳି, ମେଣ୍ଢା, ଇତ୍ୟାଦି ଧରି କିଏ ପୋଲୋ ଉପରେ ତ କିଏ ରାସ୍ତା ଉପରେ ଆଶ୍ରୟ ନେଇଥିଲେ ! ବନ୍ୟାରେ ଲୋକଙ୍କ ସୁଖ ଦୁଃଖ ବୁଝିବା ସହିତ ଶୁଖିଲା ଖାଦ୍ୟ, ମହମବତୀ ଆଦି ବାଣ୍ଟିଲେ ସମାଜ ସେବିକା ତଥା ବିଜୁ ଜନତା ଦଳର ରାଜ୍ୟ ମହିଳା ସାଧାରଣ ସମ୍ପାଦିକା ଶ୍ରୀମତୀ ମନୋରମା ଆଚାର୍ଯ୍ୟ !
ଶ୍ରୀମତୀ ଆଚାର୍ଯ୍ୟ ଅଣକା, ସାଉଡ଼ିଆ, ନାନପୁର, ରାମଦାଷପୁର, ବାଲିଚନ୍ଦ୍ରପୁର, ଗୋପାଳପୁର, ମୂଷାଡିଗ୍ରୀ, ବେଙ୍ଗପୁର, ଗୋବିନ୍ଦପୁର, କୋଲୋଣଗିରି, ରଇପୁର, ବଡବାଲିକୁଦା, ସାନବାଲିକୁଦା,ପାଟଣା, ର ସବୁ ଲୋକଙ୍କ ପାଖକୁ ଯାଇଁ ଲୋକଙ୍କ ଭଲ ମନ୍ଦ ପଚାରି ବୁଝିବା ସହ ଶୁଖିଲା ଖାଦ୍ୟ ଓ ମହମବତୀ ବଣ୍ଟନ କରିଥିଲେ ! ( ରିପୋର୍ଟ – ବଡ଼ଚଣା / ବିକାଶ ସାହୁ)