ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ସାଂସ୍କୃତିକ ଅନୁଷ୍ଠାନ ଗୀତାଞ୍ଜଳି ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ମହାନ କବି, ସାହିତ୍ୟିକ, ଲେଖକ ରବୀନ୍ଦ୍ର ନାଥ ଠାକୁର ଓ ସୁନାମଧନ୍ୟ ସଂଗୀତଙ୍ଗ, କବି ନଜରୁଲଙ୍କ ଜୟନ୍ତୀ ଅନୁଷ୍ଠାନର ସଭାପତି ଡ଼ଃ ସୁଭାଷ ଚନ୍ଦ୍ର ମୁଖାର୍ଜୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା ସମାଜସେବୀ ତପନ କୁମାର ରାହା ଦୀର୍ଘ 18 ବର୍ଷଧରି ଗୀତାଞ୍ଜଳି ଅନୁଷ୍ଠାନ ବହୁ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଜାରି ରଖିଥିବା ନେଇ ସୂଚନା ପ୍ରଦାନ କରିଥିଲେ l

ଏହି ଅବସରରେ ସଂଗୀତ ଆସର ସହିତ ଡୁଏଟ, ରିସାଇଟେସନ ପ୍ରମୁଖ କଳାକାର ମାନଙ୍କ ଦ୍ୱାରା ଅତି ସୁନ୍ଦର ଭାବେ ପରିବେଷଣ କରାଯାଇଥିଲା l ଉପଦେଷ୍ଟା ଡକ୍ଟର ସଜାଲେନ୍ଦୁ ମାଲା କାର ସମସ୍ତଙ୍କୁ ସ୍ୱାଗତ କରିବା ସହ ସମସ୍ତ କଳାକାର ଙ୍କୁ ଟ୍ରଫି ପ୍ରଦାନ କରିଥିଲେ l ପ୍ରତିଷ୍ଠାନ ର ଆବାହକ ତଥା ସମାଜସେବୀକା ସୁଜାତା ରାହା କଳା, ସଂସ୍କୃତି ପରମ୍ପରା କୁ ଆଗେଇ ନେବା ସହ ଗୀତାଞ୍ଜଳି ପରିବାର କୁ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ ଦୁଇ ମହାନ ବ୍ୟକ୍ତିତ୍ୱଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରିଥିଲେ l