• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରଥଯାତ୍ରା ସମ୍ବନୟ ବୈଠକର ଚାରିପଟ ଖବର

Proprietor Abhimanyu Maharana by Proprietor Abhimanyu Maharana
June 10, 2025
in ଓଡ଼ିଶା, ପୁରୀ, ହୋମ୍
0
ରଥଯାତ୍ରା ସମ୍ବନୟ ବୈଠକର ଚାରିପଟ ଖବର
Share on FacebookShare on TwitterWhatsapp

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :-  ଜୁନ ୨୭ ତାରିଖ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯାୟରେ ପହଞ୍ଚିଛି । ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଆଜି ଟାଉନହଲ ଠାରେ ଦ୍ବିତୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାସ୍ତାଘାଟ, ପାନୀୟଜଳ, ବିଦ୍ୟୁତ ଯୋଗାଣ, ସ୍ବାସ୍ଥ୍ୟ ସେବା ଓ ପୂର୍ତ୍ତବିଭାଗ କାର୍ଯ୍ଯକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖାଯାଇଥିଲା । ରାତି ପାହିଲେ ରଥଯାତ୍ରା । ଏବେ ରାସ୍ତାଘାଟ କାମ ତରବରିଆ ଭାବେ କରାଯାଉଛି । ବୈଠକରେ ଅନେକ ପ୍ରସଙ୍ଗକୁ ନେଇ ଯୁକ୍ତିତର୍କ ଚାଲିଥିଲା । ବୈଠକର ନର୍ଥ, ଇଷ୍ଟ, ୱେଷ୍ଟ ଓ ସାଉଥ (ନ୍ୟୁଜ) ଚାରିପଟର ଖବର କିଛି କଥା ଓ ବ୍ଯଥା । ଦାମ ଦେଖାଇଲେ ଦମ୍ – ସମନ୍ଵୟ ବୈଠକରେ ଏଜେଣ୍ଡା ଅନୁଯାଇ ଆଲୋଚନା ଚାଲିଥିଲା ।

ଏହି ସମୟରେ ଶ୍ରୀମନ୍ଦିରର ବରିଷ୍ଠ ସେବକ ଦାମୋଦର ମହାସୁଆର ଚିହିଙ୍କି ଉଠିଥିଲେ । ଶ୍ରୀମନ୍ଦିର ପରିଚାଳନା କମିଟି ଗଠିତ ହୋଇପାରୁ ନାହିଁ । ଆଇନମନ୍ତ୍ରୀ କରୁଛନ୍ତି ସମୀକ୍ଷା । ନିୟମ ଅନୁଯାଇ ପରିଚଳନା କମିଟି ବିନା ଟଙ୍କାଟିଏ ଖର୍ଚ୍ଚ ହୋଇପାରିବ ନାହିଁ । ଆଗକୁ ଯଦି ଅଘଟଣ ଘଟେ ତେବେ କୋଟି କୋଟି ଟଙ୍କାର ହିସାବ ଦେବ କିଏ ବୋଲି ପ୍ରଶ୍ନ କରିଥିଲେ । ଛତିଶା ନିଯୋଗ ଓ ପୁରୁଣା ପରିଚାଳନା କମିଟିକୁ ନେଇ କେଉଁ ଆଇନ ବଳରେ ବୈଠକ ହେଉଛି । ସେବାୟତ ବିଶୃଙ୍ଖଳା ପାଇଁ ଜଣେ ସେବକଙ୍କୁ ଆଠମାସ ବାସନ୍ଦ କରାଯାଇଥିବା ବେଳେ ଅନ୍ଯଜଣେ ସେବକଙ୍କୁ ଏକମାସ ବାସନ୍ଦ କରାଯାଇଛି କେଉଁ ଆଇନ ବଳରେ ବୋଲି ପ୍ରଶ୍ନ କରିଥିଲେ ।

ସାମ୍ବାଦିକ ତାତିଲେ ହୋହଲ୍ଲାରେ ମାତିଲେ -ଏଜେଣ୍ଡା ଅନୁଯାଇ ବୈଠକ ଚାଲିଥିଲା । ଏହି ସମୟରେ ଜଣେ ସାମ୍ବାଦିକ ଗୋଟିଏ ପ୍ରସଙ୍ଗ ଉପରେ ପ୍ରଶ୍ନ କରିବା ସମୟରେ ଜଣେ ସେବାୟତ ଏହାକ କଣ ପ୍ରେସ ମିଟ୍ ବୋଲି ପ୍ରଶ୍ନ କରିବାରୁ ସାମ୍ବାଦିକ ମାନେ ତାତିଲେ ଓ ହୋହଲ୍ଲାରେ ମାତିଲେ । ବୈଠକକୁ ବର୍ଜନ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ପ୍ରଶାସନିକ ଅଧିକାରୀ ଓ ପୋଲିସ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡିଥିଲା । ଆଇନମନ୍ତ୍ରୀ ଅଧ୍ଯକ୍ଷତା କରୁଥିବା ବେଳେ ସେବାୟତ ମାନେ ଉପରେ ପଡି ଆଦେଶ ଦେବା ଠିକ୍ ନୁହେଁ ବୋଲି କେତେକ ସାମ୍ବାଦିକ କହିଥିଲେ ।

ତାଳି ମାରନ୍ତୁ ନାହିଁ ଏହା ତାଳି ମାରିବା ଯାଗାନୁହେଁ- ଭକ୍ତ ଓ ସହରବାସୀଙ୍କ ପାଇଁ ସାମ୍ବାଦିକ ମାନେ ସହରର ବିଭିନ୍ନ ସମସ୍ଯା ଓ ଅସୁବିଧା ସମୟରେ ମନ୍ତ୍ରୀଙ୍କୁ ଅବଗତ କରାଉଥିବା ବେଳେ ସତ୍ଯ ଅନୁଭୂତିକୁ ନେଇ ଗୃହରେ ପ୍ରବଳ ତାଳି ମାଡ ହୋଇଥିଲା । ଏହା ଦେଖି ଗୃହରେ ଅଧ୍ଯକ୍ଷତା କରୁଥିବା ଆଇନମନ୍ତ୍ରୀ କହିଲେ ଏହା ତାଳି ମାରିବା ଯାଗା ନୁହେଁ । ମହାପ୍ରଭୁଙ୍କ କାମ ପାଇଁ ଆମେ ସମସ୍ତେ ଏକାଠି ହୋଇଛେ । ଅଭାବ ଅସୁବିଧା ସଂପର୍କରେ କୁହନ୍ତୁ । ତାଳି ମାରନ୍ତୁ ନାହିଁ ବୋଲି ମନ୍ତ୍ରୀ ନିବେଦନ କରିଥିଲେ ।

ଆସୁଛି କୋଭିଡ-ତୁଣ୍ଡି ଭିଡି ! – ଚଳିତବର୍ଷ କୋଭିଡ ଯଦିଓ ମାରାତ୍ମକ ନୁହେଁ ତଥାପି ଜନଗହଳିରେ ସଚେତନତାର ଆବଶ୍ୟକତା ରହିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ସଚିବ କହିଥିଲେ । ଯେଉଁ ବ୍ଯକ୍ତିଙ୍କର କୋଭିଡ ଲକ୍ଷଣ ଥିବ, ପ୍ରବଳ ଜ୍ବର ହେଉଥିବ, ହାର୍ଟ ଆଟାକ ଥିବ ସେମାନେ ରଥ ଗହଳିକୁ ନାସିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ଆସୁଥିବା ଭକ୍ତ ମାନେ ତୁଣ୍ଡରେ ମାକ୍ସ ବାନ୍ଧିବା ପାଇଁ ପରାମର୍ଶ ଦିଆଯାଇଥିଲା । ଶ୍ରୀମନ୍ଦିର କାର୍ଯ୍ଯାଳୟ କମଳଯାକ……- ଜଣେ ସେବକ ଗୃହରେ ହଠାତ ଉଠିପଡି ମାଇକ୍ରୋଫୋନ ଧରି କହିଲେ ପରିକ୍ରମା ମାର୍ଗ ଯୋଗୁ କେତେକ ନେତା, ଅଧିକାରୀ,ଯନ୍ତ୍ରୀ କୋଟିପତି ହୋଇଛନ୍ତି । ଶ୍ରୀମନ୍ଦିର କାର୍ଯ୍ଯାଳୟରେ ଅନେକ ଖାଉ କର୍ମଚାରୀ ରହିଛନ୍ତି । ପରିକ୍ରମା ମାର୍ଗରେ ଯେତିକି ଦୁର୍ନୀତି ହୋଇଛି ସମସ୍ତେ ବନ୍ଧା ହୋଇଥିଲେ ଝାରପଡା ଜେଲ ପୂର୍ଣ୍ଣ ହୋଇଯାଇଥାନ୍ତା । ହାସ୍ଯରୋଳ ଛଳରେ କହିଲେ ଶ୍ରୀମନ୍ଦିର କାର୍ଯ୍ୟାଳୟ କମଳଯାକ ….

ଭୋଳାନାଥରେ ହେଉ ପଲ୍ଲିଶ୍ରୀ ମେଳା- ଦୁଇଜଣ ମହିଳା ଉଦ୍ଦ୍ଯୋଗୀ ରଥ ବୈଠକରେ କହିଲେ ଭୋଳାନାଥ ବିଦ୍ଯାପୀଠରେ ପଲ୍ଲିଶ୍ରୀ ମେଳା କରାଯାଉ । ସମୁଦ୍ରକୂଳ ଲାଇଟହାଉସ ନିକଟରେ ପଲ୍ଲିଶ୍ରୀ ମେଳା ଆୟୋଜନ କରାଗଲେ ଯେତିକି ଟଙ୍କା ଷ୍ଟଲ, ଜିନିଷ ବୋହିବା, ରହିବା ଖାଇବାରେ ଖର୍ଚ୍ଚ ହେବ ସେତିକି ଟଙ୍କାର ବେପାର ହେବ ନାହିଁ । ଅଗ୍ନି ନିରାପତ୍ତା ପାଇଁ ଭୋଳାନାଥରେ ମେଳା ଆୟୋଜନ ଅନୁମତି ମିଳୁନାହିଁ ବୋଲି ମନ୍ତ୍ରୀ କହିଥିଲେ । କେତେକ ସଭ୍ଯ ଏହି ମେଳାକୁ ସରକାରୀ ବସଷ୍ଟାଣ୍ଡ ଭିତରେ,ଅର୍ବାନ ହାଟ କିମ୍ବା ଜିଲ୍ଲା ସ୍କୁଲରେ ଆୟୋଜନ କରିବାକୁ ମତ ଦେଇଥିଲେ ।

ରଥଯାତ୍ରୀଙ୍କ ପାଇଁ ଆଶ୍ରୟସ୍ଥଳୀ କରାଯାଉ-ବୈଠକ ଚାଲି ଥିବା ସମୟରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଲେ ପ୍ରବଳ ଭକ୍ତ ଓ ରଥଯାତ୍ରୀ ଆଶ୍ରୟ ସ୍ଥଳ ଅଭାବରୁ ବଡଦାଣ୍ଡ ସାରା ସାହିଗଳିକନ୍ଦିରେ ଓ ସମୁଦ୍ରକୂଳ ବାଲିରେ ଶୋଉଛନ୍ତି । ବର୍ଷା ହେଲେ ସେମାନେ ଓଦା ହୋଇଯାଉଛନ୍ତି । ଏଣୁ ଅଧିକ ସଂଖ୍ୟକ ଅସ୍ଥାୟୀ ଭକ୍ତ ଆଶ୍ରୟ ସ୍ଥଳୀ ନିର୍ମାଣ କରିବା ପାଇଁ ଆଇନମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ ଏହାସହ ଖାଦ୍ଯ, ପାନୀୟଜଳ ଓ ଶୌଚାଳୟର ସୁବିଧା ଦିଆଯାଉ । ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନେ ପାସ ପାଇ ବଡଦାଣ୍ଡରେ ଏପଟସେପଟ ନହୋଇ ଆଶ୍ରୟ ସ୍ଥଳରେ କାମ କରନ୍ତୁ । ସାହିବାସିନ୍ଦା ମାନେ ଗୁଣ୍ଡିଚା, ବାହୁଡା ଓ ସୁନାବେଶ ଦିନ ନିଜ ଘରକୁ ଯିବା ପାଇଁ ପୋଲିସ ଛାଡ଼ୁନାହିଁ ।

ସାହି ଛକରେ ପୋଲିସଙ୍କ ସହ ଦୁଇତିନି ଜଣ ସ୍ଥାନୀୟ ବ୍ଯକ୍ତିଙ୍କୁ ଚିହ୍ନଟ ପାଇଁ ରଖାଯାଉ । ପୁରୀବାସିନ୍ଦାଙ୍କ ପାଇଁ ଦୁଇତିନି ଘଣ୍ଟା ଦର୍ଶନ ବ୍ଯବସ୍ଥା ରଖାଯାଉ । ଗୁଣ୍ଡିଚା ମନ୍ଦିର ନିକଟରେ ଦ୍ବାର ବନ୍ଦ ପର୍ଯ୍ୟନ୍ତ ହଜିବା ଖୋଜିବା ଭକ୍ତ ମାନଙ୍କ ପାଇଁ ସୂଚନା କେନ୍ଦ୍ର ଖୋଲାରହୁ । ଅଟୋ ଉତ୍ପାତ ବନ୍ଦ କରାଯାଉ- ପୁରୀରେ ୩୦ ହଜାର ଅଟୋ ସହରର ବିଭିନ୍ନ ଆଡେ ବୁଲୁଛି । ଅଟୋରେ କମ ବାଟ ଗଲେ ମଧ୍ଯ ୧୦୦ ଟଙ୍କା ମାଗୁଛନ୍ତି । ଡିଜେଲ ଅଟୋ ଓ ଇ ଅଟୋଙ୍କ ଉତ୍ପାତ ବଢିଗଲାଣି । ଚାରି ସିଟ ଥିଲେ ମଧ୍ଯ ୮ ଜଣ ବସୁଛନ୍ତି । ଆରଟିଓ ପକ୍ଷରୁ ଏମାନଙ୍କୁ ଧରାଯାଇ ଫାଇନ କରାଯାଉନାହିଁ । ପୁରୀକୁ ପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ଶୋଷଣର ଶିକାର ହୋଇ ଦୁଖିତ ମନରେ ଫେରୁଛି । ଏହା ପୁରୀର ମାନସମ୍ମାନକୁ ଖୀର୍ଣ୍ଣ କରୁଛି । ଏମାନଙ୍କୁ ନିଅନ୍ତ୍ରଣ କରିବା ପାଇଁ ବିଷ୍ଣୁ ଭାଇ କହିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

May 7, 2026
ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

May 7, 2026
ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

May 7, 2026
ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026

Recent News

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

May 7, 2026
ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

May 7, 2026
ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ଶ୍ରମିକ ଦିବସ

May 7, 2026
ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

ନାଚୁଣୀ ଥାନା ର ନୂତନ ଭାରପ୍ରାପ୍ତ ଅଧିକାରୀ

May 7, 2026
ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

ବ୍ରଜ କିଶୋର ସାହୁ ସ୍ମାରକୀ ଟ୍ରଷ୍ଟ ପକ୍ଷ ରୁ ମାଟ୍ରିକ ବ୍ଲକ ଟପର ଙ୍କୁ ସମ୍ବର୍ଦ୍ଧନା

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version