No Result
View All Result
କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବ୍ୟାପକ ଚୋରା ମଦ ଜବତ କରାଯାଇ ମହିଳାଙ୍କ ସମେତ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏ ମାନେ ହେଲେ କରିଲୋପାଟଣା ଗ୍ରାମର ବିଳାଶ କୁମାର ଦାସଙ୍କ ଠାରୁ ୮୫ ଲିଟର ବିଦେଶୀ ମଦ, କରମକୁଳ ଗ୍ରାମର କାମିନୀ ମଳିକଙ୍କ ଠାରୁ ୩୫ ଲିଟର ଦେଶୀ ମଦ, ଅଥରବଟିଆ ଗ୍ରାମର ଜିତେନ୍ଦ୍ର ସେଠିଙ୍କ ଠାରୁ ୩୦ ଲିଟର ବିଦେଶୀ ମଦ ଓ ବଡ଼ପଲ ଗ୍ରାମର ଆଶିଷ ମଳିକଙ୍କ ଠାରୁ ୨୫ ଲିଟର ଦେଶୀ ମଦ ଜବତ କରାଯାଇ ଏମାନଙ୍କୁ ଗିରଫ କରାଯାଇ ଅଛି ।

ଏମାନଙ୍କ ପାଖରୁ ସମୁଦାୟ ୧୭୫ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇ ୧ ମହିଳା ସମେତ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଅଛି ବୋଲି ଅବକାରୀ ଅଧିକକ୍ଷ ଶ୍ରୀ ବିପ୍ର ଚରଣ ମଣ୍ଡଳ କହିଛନ୍ତି । ଏହି ଚଢ଼ାଉରେ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଲିକ , ଅବକାରୀ ଉପନିରିକ୍ଷକ ଛାୟାକାନ୍ତ ନାୟକ ଓ ଶ୍ରୀମତ କଳ୍ପନା ରାଉତ ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ ।

No Result
View All Result