No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଏହି ଜିଲ୍ଲାର ସମସ୍ତ ମୁସଲମାନ ବସ୍ତିରେ ଶନିବାର ଇଦ -ଉଲ୍ଲ -ଜୁହା ପର୍ବ ପାଳିତ ହୋଇଯାଇଛି l ଏହି ଦିନରେ ମୁସଲମାନ ଭାଇମାନେ ନୂତନ ବସ୍ତ୍ର ପରିଧାନ କରି ମସଜିଦ ପରିସରରେ ଏକତ୍ରିତ ହୋଇ ସମୂହ ନମାଜ ପାଠ କରି ଦେଶବାସୀଙ୍କ ପାଇଁ ମଙ୍ଗଳ କାମନା ସହ ଦେଶର ଅଖଣ୍ଡତା ରକ୍ଷା କରିବା ନିମନ୍ତେ ଆଲ୍ଲାହା ଙ୍କ ନିକଟରେ ପ୍ରାର୍ଥନା କରନ୍ତି l ପ୍ରାର୍ଥନା ପରେ ପ୍ରସ୍ପରକୁ ଆଲିଙ୍ଗନ କରି ଇଦ ମୁବାରକ କରିଥିଲେ l
ଆଜି ଦିନଟି ଇବ୍ରାହିମ ଓ ସଲମ ଓ ତାଙ୍କ ପୁତ୍ର ଇସ୍ମାଇଲ ଅଲ୍ଲୀ ଓ ସଲମ ଉଦେଶ୍ୟରେ ଏହି ପର୍ବ ପାଳନ କରାଯାଇଥାଏ l ଆଲ୍ଲା ସମୟ ସମୟରେ ନିଜର ଶ୍ରେଷ୍ଠ ଭକ୍ତ ମାନଙ୍କ ପରୀକ୍ଷା ନେଇଥାନ୍ତି l ତେଣୁ ଇବ୍ରାହିମ ଅଲ୍ଲୀ ଓ ସଲ୍ଲମ ଙ୍କୁ ଆଲ୍ଲା ଙ୍କ ସ୍ୱପ୍ନା ଦେଶ ହେଲାଯେ ତୁମର ସବୁଠାରୁ ପ୍ରିୟ ଯିଏ ତାଙ୍କୁ କୁରବାନି ଦିଅ l ଇବ୍ରାହିମ ଅଲ୍ଲୀ ଓ ସଲମଙ୍କୁ ବାରମ୍ବାର ସ୍ୱପ୍ନାଦେଶ ହେବାରୁ ନିଜ ସ୍ତ୍ରୀକୁ ନଜଣାଇ ନିଜ ପୁତ୍ର ଇସ୍ମାଇଲିକୁ ଧରି ଏକ ନିର୍ଜନ ପାହାଡ଼ ଉପରକୁ ନେଇ ଯାଇ ଥିଲେ କୁରବାନି ଦେବାକୁ l
ରାସ୍ତାରେ ଗଲାବେଳେ ସୈତାନ ରାସ୍ତାରେ ବାରମ୍ବାର ତାଙ୍କୁ ବିଚଳିତ କରିଥିଲେ ମଧ୍ୟ ସେ ସୈତାନ କୁ ନମାନି ପୁତ୍ରକୁ କୁରବାନି ଦେବାକୁ ଚେଷ୍ଟା କରିଥିଲେ l ଶେଷରେ ଆଲ୍ଲା ସନ୍ତୁଷ୍ଟ ହୋଇ ଫିରସ୍ତl ମାନଙ୍କୁ କହିଥିଲେ ଯାଅ ଇସମାଇଲି କୁ ଉଠାଇ ଆଣି ତାଜାଗାରେ ଦୁମ୍ବା ମେଷକୁ ଶୁଆଇଦିଅ ସେହି ଦିନଠାରୁ ଆଜିପର୍ଯ୍ୟନ୍ତ ଏହି ପର୍ବ ପାଳିତ ହୋଇ ଆସୁଛି ବୋଲି ଭବାନୀପୁର ର ଆୟୁବୁ ସାହା ପ୍ରକାଶ କରିଥିଲେ l ସେହିପରି ଜିଲ୍ଲା ସଂଖ୍ୟା ଲଘୁ ସେଲ୍ଲର ସଭାପତି ମୀର ଆଜମୀର ଅଲ୍ଲୀ ଜିଲ୍ଲା ରେ ଏହି ପର୍ବ ଶାନ୍ତି ଶୃଙ୍ଖଳା ରେ ପାଳିତ ହୋଇଥିବାରୁ ସମସ୍ତ ବସ୍ତିର ମୁରବି ଓ ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି l

No Result
View All Result