No Result
View All Result
ରାମନାଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବିଜୁଜନତା ଦଳ ର ମୁଖିଆ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଆଜି ରାୟଗଡା ଜ଼ିଲ୍ଲା ର ଗୁଣୁପୁର ନିର୍ବାଚନ ମଣ୍ଡଳୀ ର ରାମନାଗୁଡ଼ା ଠାରେ ବିଜେଡି ନେତା ଓ କର୍ମୀ ମାନଙ୍କୁ ନେଇ ସାଧାରଣ ସଭା ଅନୁଷ୍ଟିତ ହୋଇଯାଇଛି । ବିଜେଡି ରାଜ୍ୟ ଉପସଭାପତୀ ପ୍ରମିଳା ମଲ୍ଲିକ ଏବଂ ପୁର୍ବତନ ବାଚଷ୍ପତି ପଦ୍ମନାଭ ବେହେରା ଏହି ସାଧାରଣ ସଭାରେ ଉପିସ୍ଥିତ ରହିଥିଲେ। ସଂଗଠନ କିଭଳି ଆଗକୁ ସୁଦୃଢ ହେବ, ବର୍ତମାନ ରାୟଗଡା ଜିଲ୍ଲା ସଭାପତୀ ଚୟନ ପାଇଁ ଦଳିୟ କର୍ମୀ ମାନଙ୍କ ମତାମତ ନେଇଥିଲେ। ଦଳୀୟ କର୍ମୀ ମାନେ ନିଜ ନିଜର ମତ ରଖିଥିବା ବେଳେ ଦୁଇ ବରିଷ୍ଟ ନେତାଙ୍କ ଶିତଳ ଯୁଦ୍ଧ ପାଇଁ ଦଳ ଏଠି ପରାଜୟ ହୋଇଥିବା କର୍ମୀମାନେ ମତ ରଖିଥିଲେ।
ପୁର୍ବତନ ଜିଲ୍ଲା ସଭାପତୀ ସୁଧିର ଦାସ ଓ ଏନ୍ ଭାସ୍କର ରାଓ ଙ୍କ ମଧ୍ୟରେ ସମନ୍ବୟ ଅଭାବ ଯଗୁଁ ଦଳ ଜିଲ୍ଲାରେ ପରାଜୟ ସ୍ବାଦ ଚାଖିଥିବା ନେଇ କର୍ମୀମାନେ ନିଜର ମତ ରଖିଥିଲେ। ଦଳୀୟ ସୁପ୍ରିମୋ ଏହାକୁ ବିଚାରକୁ ନେଇ ଉଚିତ ପଦକ୍ଷେପ ନେବା ପାଇଁ କର୍ମୀମାନେ ରାଜ୍ୟ ନେତୃମଣ୍ଡଳି ଙ୍କ ପାଖରେ ଦାବି ରଖିଥିଲେ। ସାଧାରଣର ନିର୍ବାଚନ ପରଠୁ ଗୁଣୁପୁର ନିର୍ବାଚନ ମଣ୍ଡଳିର ରାମନାଗୁଡା ଠାରେ ପ୍ରଥମ କରି ଦଳୀୟ ବୈାଠକ ହୋଇଛି। ଗୁଣୁପୁର ନିର୍ବାଚନ ମଣ୍ଡଳିର ପୁର୍ବତନ ବିଧାୟକ ରଘୁନାଥ ଗମାଙ୍ଗ,
ବିଷମକଟକ ପୁର୍ବତନ ବିଧାୟାକ ଜଗନ୍ନାଥ ସାରକା, ରାୟଗଡା ନିର୍ବାଚନ ମଣ୍ଡଳିର ଅନୁସୟ ମାଝୀ ଓ ଜିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝି ଓ ବରିଷ୍ଟ ନେତା, ନିର୍ବାଚନ ମଣ୍ଡଳିର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ ପ୍ରମୁଖ କର୍ମୀମାନେ ଉପସ୍ଥିତ ଥିଲେ। ଆଗାମୀ ପଞ୍ଚୟତ ନିର୍ବାଚନ କୁ ଆଖିରେ ରଖି ଆଗକୁ ବିଜୁ ଜନତା ଦଳ କିଭଳି ଭଲ ପ୍ରଦର୍ଶନ କରି ଜୟଯୁକ୍ତ ହୋଇ ଶାସନ ଗାଦି ଅକ୍ତିଆର କରି କିଭଳି ସମସ୍ତ ଓଡିଶା ବାସୀ ଙ୍କୁ ଏକ ସୁଶାସନ ବ୍ୟବସ୍ଥା ଦେଇ ଏକ ବିକାଶସୀଳ ଓଡିଶା ଗଠନ ପାଇଁ ପ୍ରତିବଦ୍ଧ ହେବା ଏଇ ସାଧାରଣ ବୈଠକ ର ମୁଳ ଉଦେଶ୍ୟ ଥିଲା ବୋଲି କହିଥିଲେ ପ୍ରମିଳା ମଲ୍ଲିକ ଓ ପଦ୍ମନାଭ ବେହେରା ।

No Result
View All Result