No Result
View All Result
ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ, ଲୋଧାଚୁଆ ପଞ୍ଚାୟତର ସର୍ବ ପୁରାତନ, ଶାରଙ୍ଗଧର ପୁର ନୋଡାଲ ହାଇସ୍କୁଲର ସୁରକ୍ଷା ପାଇଁ ଏକ ସାଧାରଣ ସଭା, ସ୍କୁଲ ପ୍ରାଙ୍ଗଣରେ ଶିକ୍ଷବିତ୍ତ ଶ୍ରୀଯୁକ୍ତ ମହାଦେବ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅନୁଷ୍ଠାନର ପ୍ରଥମ ଉଦ୍ୟକ୍ତା ମାନଙ୍କୁ ସମ୍ମାନ ଜଣାଇ ଏକ ମିନିଟି ନୀରବ ଶ୍ରଦ୍ଧାଞ୍ଜଳି ପ୍ରାର୍ଥନା କରା ଯାଇଥିଲା । ଏହି ସାଧାରଣ ସଭାରେ ଶାରଙ୍ଗଧରପୁର ନୋଡାଲ ହାଇସ୍କୁଲ ଅନ୍ତର୍ଭୁକ୍ତ ବିଭିନ୍ନ ଗ୍ରାମର ପଚାଶରୁ ଉର୍ଦ୍ଧ୍ବ ଅଭିଵାବକ, ପୁରାତନ ଛାତ୍ର ଛାତ୍ରୀ ପରିଚାଳନା କମିଟି, ବୁଦ୍ଧିଜୀବୀ ଓ ଜନପ୍ରତିନିଧି ମାନେ ଯୋଗ ଦେଇଥିଲାବେଳେ ଆବାହକ ମଣ୍ଡଳୀ ତରଫରୁ ସାଧାରଣ ସଭାର ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥାପନା କରାଯାଇଥିଲା।
ଦୀର୍ଘ ୬୫ ବର୍ଷର ବହୁ ପୁରାତନ ସ୍କୁଲଟି ସମୟ କ୍ରମେ ହାଇସ୍କୁଲରୁ ନୋଡାଲ ହାଇସ୍କୁଲରେ ପରିଣତ ହୋଇ ପ୍ରଥମ ଶ୍ରେଣୀରୁ ୧୦ମ ଶ୍ରେଣୀ ମିଶ୍ରଣ ହୋଇ ଏକକ ପରିଚାଳନାରେ ପରିଚାଳିତ ହେଉଛି। ମାତ୍ର ବହୁ ପୁରାତନ ଆଜବେଷ୍ଟ ଓ ମାଟି କାନ୍ଥ ବେଷ୍ଟିତ ଅର୍ଦ୍ଧ ଭଙ୍ଗା ବିପଦ ସଂକୁଳ ଶ୍ରେଣୀ ଗୃହ ଗୁଡ଼ିକ ସମ୍ପୂର୍ଣ୍ଣ ଅଚଳ ଘୋଷଣା କରିବା,ସ୍କୁଲ ପରିସରରେ ଜରାଜିର୍ଣ୍ଣ ଅବସ୍ଥାରେ ଥିବା ପକା ଘର ଗୁଡିକରେ ସାମାୟିକ ଭାବେ ପାଠ ପଢ଼ା କାର୍ଯ୍ୟ କରିବା, ମଧ୍ୟାନ୍ହ ଭୋଜନର ପକା ରୋସ ସାଳା ନିର୍ମାଣ, ପାନୀୟ ଜଳ ଯୋଗାଣ,ସ୍କୁଲ ପାଚେରୀ ନିର୍ମାଣ, ଅଚଳ ଘରକୁ ତୁରନ୍ତ ଭାଙ୍ଗି ନୂତନ ଶ୍ରେଣୀ ଗୃହ ନିର୍ମାଣ ଓ ଫାଇବି ଟି ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରଣ ଆଦି ଦାବୀ ଗୁଡିକ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦୃଢ଼ ଦାବୀ କରାଯିବା ସହ ଶାରଙ୍ଗଧରପୁର ଚତୁର୍ପାଶ୍ୱରେ ଗଢି ଉଠିଥିବା ବେଆଇନ ଓ ଅଣ ସ୍ୱୀକୃତି ପ୍ରାପ୍ତ ଘରୋଇ ସ୍କୁଲ ଗୁଡିକ ବନ୍ଦ କରିବାକୁ ଦାବୀ କରାଯାଇ ଥିଲା।
ଏହି ପୁରାତନ ଅନୁଷ୍ଠାନଟିକୁ ସୁରକ୍ଷା ଦେବା ପାଇଁ ଆବାହକ ମଣ୍ଡଳୀ ସମେତ ବିଭିନ୍ନ ଗ୍ରାମର ପ୍ରତିନିଧି, ଜନ ପ୍ରତିନିଧି ଓ ପ୍ରାକ୍ତନ ଛାତ୍ର ମାନଙ୍କୁ ନେଇ ଏକ ପରାମର୍ଶଦାତା କମିଟି ଗଠନ କରାଯାଇଛି , ଆବାହକ ଭାବେ ଭିକାରୀ ଚରଣ ସାହୁ ନିର୍ବାଚିତ ହୋଇଛନ୍ତି। ଏହି କମିଟି ଅନୁଷ୍ଠାନର ଏହି ଦୁସ୍ଥ ପରିସ୍ଥିତିକୁ ସର୍ବସାଧାରଣକୁ ଅବଗତ କରିବା ସହ ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କୁ ଲେଖି ଜଣାଇବା ପାଇଁ ଦାୟୀତ୍ୱ ବହନ କରିବ। ଆବଶ୍ୟକ ସ୍ଥଳେ କୌଣସି ଅବହେଳା ଘଟିଲେ ଆନ୍ଦୋଳଣାତ୍ମକ ପଦକ୍ଷେପ ନିଆଯିବ ବୋଲି ନିଷ୍ପତି କରାଗଲା।
ଏହି ସାଧାରଣ ସଭାରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗିରିଜାକାନ୍ତ ମହାପାତ୍ର, ପୂର୍ବତନ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ମହାପାତ୍ର ଓ ନବକିଶୋର ମହାପାତ୍ର, ପୂର୍ବତନ ସମିତି ସଭ୍ୟ ତଥା ଆବାହକ ମଣ୍ଡଳୀ ସଭ୍ୟ ସୁରେଶ ସ୍ୱାଇଁ,ଭିକାରୀ ଚରଣ ସାହୁ, ସ୍କୁଲ ପରିଚାଳନା କମିଟି ଅଧକ୍ଷ ଭାବାନୀ ପଦ ରଞ୍ଜନ ମହାପାତ୍ର, ସରପଞ୍ଚ ପ୍ରତିନିଧି ସୂର୍ଯ୍ୟ ନାରାୟଣ ପ୍ରଧାନ, ସମିତି ସଭ୍ୟ ମୀନକେତନ ନାୟକ ଓ ପ୍ରଧାନ ଶିକ୍ଷକ ବିଜୟ ବେହେରା ଯୋଗ ଦେଇ ଆଲୋଚନା କରିଥିଲେ ।

No Result
View All Result