ଓଡିଶା ତାଜା ନ୍ୟୁଜ୍ (୩ ସେପ୍ଟେମ୍ବର ଗୁରୁବାର ) ବରଗଡ଼ :– ଆମ ଆଦମୀ ପାର୍ଟି ର ଅଭିନବ ଉପାୟ ରେ ସେବା । ବୁଲି ବୁଲି କରୁଛନ୍ତି ଅକ୍ସିଜେନ ପରୀକ୍ଷା । ବରଗଡ଼ ଆମ ଆଦମୀ ପାର୍ଟି ର କର୍ମ କର୍ତ୍ତା ମାନେ ଅଭିନବ ଉପାୟ ରେ ସେବା ଯୋଗାଇ ଦେଉଛନ୍ତି । ଆଜି ଏହି କର୍ମକର୍ତ୍ତା ମାନେ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସି ମିଟର ହାତରେ ନେଇ ବୁଲି ବୁଲି ଜନସାଧରଣଙ୍କ ହାତରେ ଲଗାଇ ସମସ୍ତଙ୍କ ଅକ୍ ସିଯେନ୍ ବା ଅମ୍ଳଜାନ ପରୀକ୍ଷା କରୁଛନ୍ତି । ଏହାଦ୍ବାରା ଜନ ସାଧାରଣ ନିଜର ଅମ୍ଳଜାନ କ୍ଷମତା କେତେ ଅଛି ଜାଣି ପାରିବେ । ସେମାନେ ତଦ୍ୱାରା କରୋନା ଜନିତ ଭୁତାଣୁ ରେ ସଂକ୍ରମିତ ହୋଇଛନ୍ତି କି ନା ଏବଂ ତାଙ୍କର ଅମ୍ଳଜାନ କ୍ଷମତା କେତେ ଅଛି ଜାଣି ପାରିବେ ।
ଆଜି ଜିଲ୍ଲାର ସ୍ଥିତି ଧୀରେ ଧୀରେ ବହୁତ୍ ଖରାପ୍ ସ୍ଥିତି କୁ ଯାଉ ଥିବାବେଳେ ଜନ ସାଧାରଣ ଙ୍କୁ କରୋନା ସଂକ୍ରମଣ ରୁ ରକ୍ଷା କରିବା ପାଇଁ ଆମ୍ ଆଦମୀ ପାର୍ଟି ଆଗେଇ ଆସିଛି । ଦିଲ୍ଲୀ ମଡେଲ କୁ ଅନୁକରଣ କରି ଗାଁ ଗାଁ ରେ ତାଙ୍କର କର୍ମୀ ମାନଙ୍କୁ ଗୋଟିଏ ଲେଖାଏଁ ଅକ୍ସି ମିଟର ପ୍ରଦାନ କରାଯାଇଛି ଏବଂ ଲିଫ୍ ଲେଟ୍ ମାଧ୍ୟମ ରେ ଜନ ସାଧାରଣ ଙ୍କୁ ସୂଚନା ଦିଆଯାଇଛି ଯେ ସେମାନେ ଏହି ଅକ୍ସି ମିଟର ଦ୍ଵାରା ନିଜର ଅମ୍ଳଜାନ ର ସ୍ଥିତି ସଂପର୍କରେ ଜାଣି ପାରିବେ ।
ଯଦି ସେମାନଙ୍କୁ କାଶ, ଜ୍ଵର ଲଗାତାର ଭାବରେ ହେଉଥାଏ ସେମାନେ ତାଙ୍କ ଦଳର ସଦସ୍ୟ ମାନଙ୍କୁ ଫୋନ ଯୋଗେ ଖବର ଦେଲେ ସେମାନେ ତାଙ୍କୁ ହସ୍ପିଟାଲ୍ ପହଞ୍ଚାଇ ଚିକିତ୍ସା ବ୍ୟବସ୍ଥା କରାଇବେ ବୋଲି ଏଥିରେ ଉଲ୍ଲେଖ ରହିଛି । ଆଜି ଏହି ଅମ୍ଳଜାନ ପରୀକ୍ଷା ଦଳର ଜିଲ୍ଲା ସଂଯୋଜକ ଭବାନୀ ସାହୁ, ଅମିତାଭ ପାତ୍ର ଓ ଅସିତ୍ ସାହୁ ପରିଚାଳନା କରିଥିବା ବେଳେ ଅନ୍ୟ ମାନେ ସେମାନଙ୍କୁ ସହଯୋଗ କରିଥିଲେ ।