କୋରାଇ (ଓଡ଼ିଶା ତାଜା ନ୍ୟୁଜ୍) ଯାଜପୁର ଜିଲା :- ଯାଜପୁର ଜିଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ କୋରାଇ ବ୍ଲକ ତଣ୍ଡରା ସ୍ଥିତ ପ୍ରୟାସ କ୍ଲାସେସ୍ର ସର୍ବଭାରତୀୟ ଡାକ୍ତରୀ ଶିକ୍ଷାର ପ୍ରବେଶିକା (ନିଟ) ପରୀକ୍ଷା ନିମନ୍ତେ ଶିକ୍ଷାଲାଗି ଆଜି ପ୍ରବେଶିକା ପରୀକ୍ଷା ହୋଇଥିଲା । ଏଥିରେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଛତିଶଗଡ ସମେତ ରାଜ୍ୟର ୨୮ଜିଲାରୁ ୨୧୪୦ ପରୀକ୍ଷାର୍ଥୀ ଯୋଗଦେବା ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି ।

୨୦୧୬ ମସିହାରେ ପ୍ରଥମେ ବ୍ୟାସନଗର ସହରରେ ପ୍ରତିଷ୍ଠିତ ହୋଇଥିବା ‘ପ୍ରୟାସ କୁସେସ୍’ ଶିକ୍ଷାନୁଷ୍ଠାନ ଭାବେ ସାରା ଓଡ଼ିଶାରେ ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନର ମାତ୍ୟତା ହାସଲ କରିଥିବାବେଳେ ଡାକ୍ତର ସୃଷ୍ଟିର କାରଖାନା ଭାବେ ରାଜ୍ୟ ବାହାରେ ମଧ୍ୟ ଖ୍ୟାତି ଅର୍ଜନ କରିଛି । ବୈପ୍ଳବିକ ଭାବେ ଶୈକ୍ଷିକ ସମାଧନ କରୁଥିବା ଏହି ଅନୁଷ୍ଠାନକୁ ସବୁ ମହଲରେ ପ୍ରଶଂସା କରାଯିବା ସହ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦଭାବେ ‘ପ୍ରୟାସ’ ପାଲୋଟିଛି ।

ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ପ୍ରାଥମିକତା ଦେଇ ପ୍ରୟାସ ପ୍ରବେଶିକା ପରୀକ୍ଷା ଲାଗି ଆଜି ରାଜ୍ୟର ୪ଟି ସ୍ଥାନରେ କେନ୍ଦ୍ର କରିଥିଲା । ଏଥିରେ ଯାଜପୁର ଜିଲା କୋରାଇ ବ୍ଲକର ତଣ୍ଡରା ସ୍ଥିତ ପ୍ରୟାସ କ୍ଲାସେସ କେନ୍ଦ୍ରରେ ୧୧୫୨ଜଣ, ବାଲେଶ୍ଵର କ୍ଲାସେସ କନ୍ଦ୍ରରେ ୩୭ ୧ଜଣ, ଭୁବନେଶ୍ବର କେନ୍ଦ୍ରରେ ୪୬୦ ଓ ଅନୁଗୁଳ କେନ୍ଦ୍ରରେ ୧୫୭ଜଣ ଛାତ୍ରଛାତ୍ରୀ ସୁଦୂର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଛତିଶଗଡ ସମତେ ଆମ ରାଜ୍ୟର ୨୮ଟି ଜିଲାରୁ ମୋଟ ୨୧୪୦ଜଣ ଏହି ପ୍ରବେଶିକା ପରୀକ୍ଷା ଦେଇଛନ୍ତି ।

ଏହି ଶିକ୍ଷା ଲାଗି ମୋଟ ୨୫୦ଜଣ ପିଲାଙ୍କୁ ନିଆଯିବାକୁ ବ୍ୟବସ୍ଥା ରହିଥିଲା ବେଳେ ଆସନ୍ତା ୧୮ତାରିଖରେ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇବ । ପରେ କୃତୀ ଛାତ୍ରଛାତ୍ରୀଙ୍କ ନାମ ଲେଖାଯିବା ସହ ଜୁଲାଇ ମାସରୁ ପାଠପଢା ଆରମ୍ଭ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚିତ ହୋଇଛି । ପିଲାମାନଙ୍କୁ ସଫଳ ମଣିଷ ସୃଷ୍ଟିକରିବାର ଅକ୍ଲାନ୍ତ ଚେଷ୍ଟା ଓ ପରିଶ୍ରମର ପ୍ରୟାସ କରୁଥିବା ‘ପ୍ରୟାସ’ ବାର୍ଷିକ ଶତାଧିକ ଡାକ୍ତରୀଛାତ୍ର ସୃଷ୍ଟିକରିବା ସାରା ରାଜ୍ୟ ପାଇଁ ଗୌରବର ବିଷୟ ପାଲଟିଛି । ଚଳିତ ବର୍ଷ ଦେଇଥିବା ନିଟ୍ ପରୀକ୍ଷାରେ ଆଶାତିତ ଭାବେ କୃତକାର୍ଯ୍ୟ ହେବା ନେଇ ଅନୁଷ୍ଠାନ ପକ୍ଷରୁ ଆଶାବ୍ୟକ୍ତ କରାଯାଇଥିଲା ବେଳେ ଏବେ ସର୍ବଭାରତୀୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କର ଏହି ଶିକ୍ଷାନୁଷ୍ଠାନ ପ୍ରଥମ ପସନ୍ଦ ଓ ଭରଷା ଯୋଗ୍ୟ ଶିକ୍ଷାନୁଷ୍ଠାନ ହୋଇପାରିଛି ।

ଏହି ଅନୁଷ୍ଠାନକୁ ଜାତୀୟ ସ୍ତରରେ ଏକ ଶିକ୍ଷାହବ ଭାବେ ଗଢ଼ି ତୋଳିବାପାଇଁ ‘ପ୍ରୟାସ’ ଅନୁଷ୍ଠାନ ପ୍ରତିଶ୍ରୁତିବଦ୍ଧ । ବିଶେଷକରି ଛାତଛାତ୍ରୀ ଡାକ୍ତରୀ ଶିକ୍ଷା ଲାଗି ବିଶେଷ ରୁଟିରଖୁଥିବାରୁ ‘ ପ୍ରୟାସ' ଆଗାମି ଦିନରେ ସେମାନଙ୍କ ଲକ୍ଷକୁ ପୂରଣ ଲାଗି ସର୍ବଭାରତୀୟ ନିଟ୍ ପରୀକ୍ଷାରେ ଶତପ୍ରତିଶତ ସଫଳତା ଲାଗି ତା’ର ପ୍ରାୟସ ଜାରି ରଖିବ ବୋଲି ଅନୁଷ୍ଠାନର ଚେୟାରମ୍ୟାନ୍ ନିହାର ରଞ୍ଜନ ଦାସ ଆମ ପ୍ରତିନିଧିଙ୍କୁ ପ୍ରତିକ୍ରିୟାରେ କହିଛନ୍ତି । ଅନୁଷ୍ଠିତ ପରୀକ୍ଷା ଚେୟାରମ୍ୟାନ ନିହାର ରଞ୍ଜନ ଦାସଙ୍କ ତତ୍ବାବଧନାରେ ହୋଇଥିଲା ବେଳେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କହିଥିଲେ ।