• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱରରେ ଆୟୋଜିତ ହେବ “ରିସେଂଟ ଆଡ୍‌ଭାନ୍ସେସ ଇନ ଆଇକୋନିକ ବିଲ୍ଡିଙ୍ଗ ପ୍ରୋଜେକ୍ଟସ” ଶୀର୍ଷକ ଜାତୀୟ ସେମିନାର

Proprietor Abhimanyu Maharana by Proprietor Abhimanyu Maharana
June 8, 2025
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଭୁବନେଶ୍ୱରରେ ଆୟୋଜିତ ହେବ “ରିସେଂଟ ଆଡ୍‌ଭାନ୍ସେସ ଇନ ଆଇକୋନିକ ବିଲ୍ଡିଙ୍ଗ ପ୍ରୋଜେକ୍ଟସ” ଶୀର୍ଷକ ଜାତୀୟ ସେମିନାର

Oplus_16908288

Share on FacebookShare on TwitterWhatsapp

ମିଳିତ ଭାବେ ଓଡିଶା ସରକାରଙ୍କ ପୂର୍ତ ବିଭାଗ ଓ ଇଣ୍ଡିଆନ ବିଲ୍ଡିଙ୍ଗ କଂଗ୍ରେସ ଦ୍ୱାରା ଆୟୋଜିତ ହେବ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ଜୁନ ୮ ତାରିଖରେ ‘ରିସେଂଟ ଆଡ୍‌ଭାନ୍ସେସ ଇନ ଆଇକୋନିକ ବିଲ୍ଡିଙ୍ଗ ପ୍ରୋଜେକ୍ଟସ’ ଶୀର୍ଷ ଏକ ମର୍ଯ୍ୟାଦାଜନକ ଜାତୀୟ ସେମିନାରର ଆୟୋଜିତ ହେବାକୁ ଯାଉଛି, ଯାହାକୁ ଓଡିଶା ସରକାରଙ୍କ ପୂର୍ତ ବିଭାଗ ଓ ଇଣ୍ଡିଆନ ବିଲ୍ଡିଙ୍ଗ କଂଗ୍ରେସ (ଆବିସି) ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମ ସମଗ୍ର ଦେଶରୁ ପ୍ରତିଷ୍ଠିତ ଇଞ୍ଜିନିୟର, ଆର୍କିଟେକ୍ଟ, ଅର୍ବାନ ପ୍ଲାନର, ସରକାରୀ ଅଧିକାରୀ, ଟେକ୍ନୋକ୍ରାଟ ଓ ଶିକ୍ଷାର୍ଥୀଙ୍କ ସମେତ ୨୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ଏକତ୍ରିତ କରିବ ବୋଲି ଆଶା କରାଯାଉଛି ।

ଏହି ସେମିନାରରେ ଓଡିଶା ସରକାରଙ୍କ ପୂର୍ତ ବିଭାଗର ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଏବଂ ପୂର୍ତ ବିଭାଗର ମୁଖ୍ୟ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମରେ ୩ଟି ବୈଷୟିକ ଅଧିବେଶନ ସାମିଲ ରହିଛି ଯାହା ସ୍ମାର୍ଟ ଭିତିଭୂମି, ସ୍ଥାୟୀ ନିର୍ମାଣ ଓ ଆଇକୋନିକ ବିଲ୍ଡିଂ ଡିଜାଇନ କ୍ଷେତ୍ରରେ ଅଭିନବ ପଦ୍ଧତି ଭଳି ଆଧୁନିକ ବିଷୟବସ୍ତୁଗୁଡିକ ଉପରେ ଗୁରୁତ୍ୱ ଦେବ । ଏହି ଅବସରରେ ଉପସ୍ଥିତ ଅନ୍ୟ ସମ୍ମାନିତ ବ୍ୟକ୍ତିମାନେ ହେଲେ ଆଇବିସି ଓଡ଼ିଶା ଚାପ୍ଟରର ସଚିବ ତ୍ରିନାଥ ବେହେରା, ସଂଯୋଜକ ମନୋଜ କୁମାର ମହାନନ୍ଦ, ଭେନ୍ୟୁ କମିଟିର ଅଧ୍ୟକ୍ଷ ପ୍ରିୟବ୍ରତ ସାମନ୍ତରାୟ, ପ୍ରତିଷ୍ଠାତା ସଭାପତି ଓ.ପି. ଗୋଏଲ, ଡବ୍ଲ୍ୟୁଏଫଇଓର ଡେପୁଟି ଏକ୍ସ-ଇଭିପି ଅଶୋକ ବାସ, ପୂର୍ବତନ ସଭାପତି ଶ୍ରୀଯୁକ୍ତ ପ୍ରଦୀପ ମିତଲ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଇ.ଏସ୍‌. ସିଦ୍ଧୁ ।

ଏସମ୍ପର୍କରେ ନିଜର ମତବ୍ୟକ୍ତ କରି ଇଣ୍ଡିଆନ ବିଲ୍ଡିଂ କଂଗ୍ରେସର ଓଡିଶା ଚାପ୍ଟରର ଅଧ୍ୟକ୍ଷ ଇଞ୍ଜିନିୟର ବିଜୟ ଚନ୍ଦ୍ର ତ୍ରିପାଠୀ କହିଛନ୍ତି, “ନିର୍ମାଣ ଓ ଭିତିଭୂମି କ୍ଷେତ୍ରରେ ସଦ୍ୟତମ ଅଗ୍ରଗତିଗୁଡିକ ଉପରେ ସବିଶେଷ ତଥ୍ୟ ପ୍ରଦାନ କରିବା ପାଇଁ ଅନେକ ଜାତୀୟ ସ୍ତରୀୟ ବିଶେଷଜ୍ଞ ଏହି ସେମିନାରରେ ଯୋଗ ଦେବେ । ଲେଖକମାନେ ନୂତନ ଉଦ୍ଭାବନଗୁଡିକ ଉପରେ ରିସର୍ଚ୍ଚ ପେପର୍ ଉପସ୍ଥାପନ କରିବେ । ପିଡବ୍ଲୁଡି, ଗୃହ ଓ ନଗର ଉନ୍ନୟନ ବିଭାଗ, ୱାଟ୍‌କୋ, ଓଡିଶା ପୋଲିସ ହାଉସିଂ କର୍ପୋରେଶନ, ଇଡ୍‌କୋ ଭଳି ପ୍ରମୁଖ ସରକାରୀ ସଂସ୍ଥା ଏବଂ ଭିସୁଟ, ଓୟୁଟିଆର ଓ ସୋଆ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡିକର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ ।” ଇଣ୍ଡିଆନ ବିଲ୍ଡିଂ କଂଗ୍ରେସର ଅଧ୍ୟକ୍ଷ ଇଞ୍ଜିନିୟର ଚିନ୍ମୟ ଦେବନାଥ କହିଛନ୍ତି, “ଆମେ ପୂର୍ତ ବିଭାଗ ସହ ସହଯୋଗିତାରେ ଇଣ୍ଡିଆନ ବିଲ୍ଡିଂସ କଂଗ୍ରେସର ୧୯୬ତମ ଏକ୍‌ଜିକ୍ୟୁଟିଭ କାଉନ୍ସିଲ ମିଟିଂର ଆୟୋଜନ କରୁଛୁ ।

Oplus_16908288

ଆଇକୋନିକ ବିଲ୍ଡିଙ୍ଗଗୁଡିକର ନିର୍ମାଣରେ ସଦ୍ୟତମ ଅଗ୍ରଗତି ପ୍ରସଙ୍ଗ ଉପରେ ଆୟୋଜିତ ହେଉଥିବା ଏହି ସେମିନାର ସମଗ୍ର ଦେଶରୁ ବିଶେଷଜ୍ଞମାନଙ୍କ ଅଂଶଗ୍ରହଣର ସାକ୍ଷୀ ହେବ । ଏହି ଅଧିବେଶନଗୁଡିକର ଫଳାଫଳକୁ ନୀତିସ୍ତରୀୟ କାର୍ଯ୍ୟକାରିତା ପାଇଁ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ । ସେହିପରି ଆଇବିସି କାଉନ୍ସିଲ ସଦସ୍ୟ ଏବଂ ପୂର୍ବତନ ଇଆଇସି, ରାଜ୍ୟ ସରକାର ଇଞ୍ଜିନିୟର ମନୋରଞ୍ଜନ ମିଶ୍ର ଏହି ସେମିନାରର ମହତ୍ୱ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି, “ଦୁଇ ଦଶନ୍ଧି ପରେ ଭୁବନେଶ୍ୱରରେ ଇଣ୍ଡିଆନ ବିଲ୍ଡିଂ କଂଗ୍ରେସର ଏକ ଜାତୀୟ ସ୍ତରୀୟ ସେମିନାର ଆୟୋଜିତ ହେବାକୁ ଯାଉଛି ।

ଏହି ଇଭେଂଟ ଇଞ୍ଜିନିୟର, ଆର୍କିଟେକ୍ଟ ଓ ଟେକ୍ନୋକ୍ରାଟ୍‌ଙ୍କୁ ଭିତିଭୂମି ବିକାଶର ଭବିଷ୍ୟତ ପାଇଁ ଅଭିନବ ଓ ସ୍ଥାୟୀ ସମାଧାନଗୁଡିକୁ ଅନ୍ୱେଷଣ କରିବା ପାଇଁ ଏକତ୍ରିତ କରିବ ।” ଆଇବିସି, ଓଡିଶା ଚାପ୍ଟରର ଉପାଧ୍ୟକ୍ଷ ପ୍ରଫେସର ପି.କେ. ପାଢୀ କହିଛନ୍ତି, “ଆଇବିସିର ଓଡିଶା ଚାପ୍ଟର ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଏଭଳି ଏକ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରୁଛି ଏବଂ ଆମେ ଏହାକୁ ନେଇ ସରକାରୀ ସଂସ୍ଥା, ଯୋଜନା କର୍ତୃପକ୍ଷ, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କଠାରୁ ଉତ୍ସାହଜନକ ପ୍ରତିକ୍ରିୟା ପାଉଛୁ ।” ଚେନ୍ନାଇ ୟୁଆରସି ଗ୍ରୁପର ମୁଖ୍ୟ ଷ୍ଟ୍ରକଚରାଲ ଇଞ୍ଜିନିୟର ଏବଂ ଟେକ୍ନିକାଲ୍‌ ଡାଇରେକ୍ଟର ଇଞ୍ଜିନିୟର ମୁରୁଗେସନ ମୁଥୁ କହିଛନ୍ତି, “ଭତିଭୂମି ଏବଂ ନିର୍ମାଣ ଶିଳ୍ପ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ, ଏହି ପ୍ଲାଟଫର୍ମ ବିଶେଷଜ୍ଞ ଏବଂ ପେଶାଦାରମାନଙ୍କୁ ଏକାଠି କରିବ ଯାହା ନିର୍ମାଣ ଶିଳ୍ପରେ ନବସୃଜନ ଏବଂ ପ୍ରଗତି ପାଇଁ ପଥ ପ୍ରସ୍ତୁତ କରିବ ।”

ଏହି ସେମିନାର ନିର୍ମାଣ ଓ ଭିତିଭୂମିର ସଦା ବିକଶିତ କ୍ଷେତ୍ରରେ ସୂଚନା, ବିଚାର ଓ ସର୍ବୋତମ ଅଭ୍ୟାସର ଆଦାନପ୍ରଦାନ ପାଇଁ ଏକ ଉଲ୍ଲେଖନୀୟ ମଂଚ ହେବା ପାଇଁ ପ୍ରତିଶ୍ରୁତି ଦେଉଛି । ଏହା ଭାରତବ୍ୟାପୀ ଭବିଷ୍ୟତର ଆଇକୋନିକ ବିଲ୍ଡିଂ ପ୍ରୋଜେକ୍ଟଗୁଡିକର ଯୋଜନା ଓ କାର୍ଯ୍ୟକାରିତାରେ ମୂଲ୍ୟବାନ ଯୋଗଦାନ ଦେବା ପାଇଁ ପ୍ରସ୍ତୁତ ରହିଛି । ଏହି ସେମିନାରରେ ୫ ଜଣ ପ୍ରସିଦ୍ଧ ମୁଖ୍ୟ ବକ୍ତା ରହିବେ ଯଥା ଶ୍ରୀ ସଞ୍ଜୟ ପନ୍ତ, ଡିଡିଜି ବିଆଇଏସ, ଶ୍ରୀ ଦେବେନ୍ଦ୍ର ଗିଲ, ଇଡି ସେଫଟି, ଡିଏମଆରସି, ଶ୍ରୀ ମୁରୁଗେସନ, ଶ୍ରୀ ଏସ୍‌. ସାମନ୍ତରାୟ ଏବଂ ଶ୍ରୀ ପ୍ୟାରୀ ମୋହନ ମିଶ୍ର, ଯେଉଁମାନେ ସ୍ଥାୟୀତ୍ୱ ଠାରୁ ଆରମ୍ଭ କରି ସୁରକ୍ଷା ଏବଂ ଉପକରଣ ଏବଂ ପଦ୍ଧତିରେ ନବସୃଜନ ପର୍ଯ୍ୟନ୍ତ ବିବିଧ ବିଷୟ ଉପରେ ବକ୍ତବ୍ୟ ରଖିବେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

April 29, 2026
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

April 29, 2026
ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ

April 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

ମଧୁବାବୁ ଥିଲେ ଓଡ଼ିଆ ଅସ୍ମିତା, ନାରୀ ସଶକ୍ତିକରଣ ଓ ଶିଳ୍ପ ବିପ୍ଳବର ପୁରୋଧା : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

April 29, 2026
ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀପଲ : ବନ ବିଭାଗ ପକ୍ଷରୁ ସଚେତନତା

April 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version